ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୱାୟନାଡ ଆସନ ଛାଡ଼ିବେ ରାହୁଲ ଗାନ୍ଧୀ ! ଜୁନ୍ ୧୭ ସୁଦ୍ଧା ନେବେ ଚୂଡାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ,୦୯/୦୬: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉଭୟ ଉତ୍ତରପ୍ରଦେଶର ରାୟବରେଲି ଓ କେରଳର  ୱାୟନାଡ ଆସନରୁ ଜିତିଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିବ । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ  ରାୟବରେଲି ଆସନ ରଖିବା ସହ ୱାୟନାଡ ଆସନ ଛାଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଜୁନ ୧୭ ତାରିଖ ସୁଦ୍ଧା ରାହୁଲ ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ଶୁଣାଇବେ ।  

ଲୋକ ପ୍ରତିନିଧି ଆଇନ ଅନୁସାରେ ଜଣେ ପ୍ରାର୍ଥୀ ଏକସମୟରେ ସର୍ବାଧିକ ଦୁଇଟି ଆସନରୁ ଲଢ଼ିପାରିବେ । କିନ୍ତୁ  ବିଜୟୀ ହେବା ପରେ ଗୋଟିଏ ଆସନ ଛାଡିବାକୁ ପଡିବ । ନିର୍ବାଚନ ଫଳ  ପ୍ରକାଶନର ୧୪ ଦିନ ଭିତରେ ତାଙ୍କୁ ନିଷ୍ପତ୍ତି  ନେବାକୁ ପଡିବ । ସେହି ଅନୁସାରେ  ଜୁନ ୪ ତାରିଖରେ ଫଳ ପ୍ରକାଶ  ପାଇଥିବାରୁ ରାହୁଲ ଜୁନ ୧୮ ତାରିଖ  ପୂର୍ବରୁ କେଉଁ ଆସନ ଛାଡିବେ  ତାହା ନିର୍ବାଚନ କମିଶନଙ୍କୁ  ଲେଖି ଜଣାଇବାକୁ ହେବ ।  ଯଦି ଧାର୍ଯ୍ୟ ସମୟ  ଭିତରେ ଜଣେ ପ୍ରାର୍ଥୀ  ଗୋଟିଏ ଆସନ ନ ଛାଡନ୍ତି ତେବେ  ସେ ଉଭୟ ଆସନ ହରାଇବେ । ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି  ବୈଠକରେ ରାୟବରେଲି ଓ ୱାୟନାଡକୁ  ନେଇ ଦଳର ବରିଷ୍ଠ ନେତାଙ୍କ ଭିତରେ  ମତଭେଦ ଦେଖିବାକୁ ମିଳିଛି । କେରଳର  ସାଂସଦ କୋଡିକୁନିଲ ସୁରେଶ ୱାୟନାଡ  ଆସନ ରଖିବାକୁ ଦାବି କରିଥିଲା ବେଳେ  ରାୟବରେଲି ରଖିବାକୁ ଅଧିକାଂଶ ସାଂସଦ  ପ୍ରସ୍ତାବ ଦେଇଥିଲେ । ଉତ୍ତରପ୍ରଦେଶରେ  କଂଗ୍ରେସ ବିଧାୟକ ଦଳ ନେତା ଆରାଧନା  ମିଶ୍ର କହିଛନ୍ତି ରାୟବରେଲି ହେଉଛି ଗାନ୍ଧୀ  ପରିବାରର ପାରମ୍ପରିକ ଆସନ । ପିଢ଼ି  ପରେ ପିଢ଼ି ଗାନ୍ଧୀ ପରିବାର ଏଠାରୁ ନିର୍ବାଚିତ  ହୋଇଆସିଛନ୍ତି । ତେଣୁ ରାହୁଲ ଏହାକୁ  ରଖିବା ଉଚିତ । ତା’ଛଡା ଏହି ଆସନ  ରାହୁଲ ରଖିଲେ ରାଜ୍ୟରେ କଂଗ୍ରେସର ସ୍ଥିତି  ମଜଭୁତ ରହିପାରିବ । କାରଣ ୟୁପିରେ  ସର୍ବାଧିକ ୮୦ ଲୋକସଭା ଆସନ ରହିଛି ।  

ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ  ରାହୁଲ ରାୟବରେଲିରେ ବିଜେପି ପ୍ରାର୍ଥୀ  ଦୀନେଶ ପ୍ରତାପ ସିଂହଙ୍କୁ ୩ ଲକ୍ଷ ୯୦  ହଜାରରୁ ଅଧିକ ଭୋଟରେ ପରାଜିତ  କରିଛନ୍ତି । ସେହିଭଳି ୱାୟନାଡରେ ସେ  ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪  ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।  ଆସନ୍ତା ସପ୍ତାହରେ ରାହୁଲ ତାଙ୍କ ମା  ସୋନିଆ ଓ ଭଉଣୀ ପ୍ରିୟଙ୍କା  ଗାନ୍ଧୀ ଭଦ୍ରାଙ୍କ ସହ  ରାୟବରେଲି ଗସ୍ତ  କରିବାର କାର୍ଯ୍ୟକ୍ରମ  ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.