ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

‘ମୋ ଜୀବନ ଏବେ କଷ୍ଟସାଧ୍ୟ ହୋଇପଡିଛି’ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି (ଗୁରୁବାର) ସଂସଦ ଭବନର ରିସେପ୍ସନ୍ ଏରିଆକୁ ଯାଇ ମତ୍ସ୍ୟଜୀବୀ ମାନଙ୍କ ପ୍ରତିନିଧୀ ଭେଟିଛନ୍ତି । ଏହାକୁ ନେଇ କଂଗ୍ରେସ ଅଭିଯୋଗ କରିଛି ଯେ, ମତ୍ସ୍ୟଜୀବୀ ମାନଙ୍କ ପ୍ରତିନିଧୀଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତ ସଂସଦରେ ଭବନରେ ହେବାର ଥିଲା, କିନ୍ତୁ ତାଙ୍କୁ ସଂସଦରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ । କଂଗ୍ରେସ ଅଭିଯୋଗ କରିଛି ଯେ, ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ସାଧାରଣ ଲୋକ କ’ଣ ସଂସଦକୁ ଯାଇପାରିବେ ନାହିଁ ?

ଏହାକୁ ନେଇ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, "କାହାକୁ ଭେଟିବା ଆମର ଅଧିକାର, କିନ୍ତୁ ସେମାନେ ଆମକୁ ଅଟକାନ୍ତି । ମତ୍ସ୍ୟଜୀବୀ ମାନଙ୍କ ପାଇଁ ଶ୍ରୀଲଙ୍କା ହେଉଛି ଏକ ସମସ୍ୟା । ମୁଁ କୃଷକ ମାନଙ୍କ ବିଷୟରେ କହିଥିଲି, ବାଚସ୍ପତି ଗୃହରେ କହିଥିଲେ ଯେ ଅଟକା ଯାଉନାହିଁ, କିନ୍ତୁ ପୁଣି ଅଟକାଗଲା । କିନ୍ତୁ ବର୍ତ୍ତମାନ ମୋ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି, ପୂର୍ବରୁ ଲୋକ ମାନଙ୍କୁ ସେଠାରେ ଭେଟିବାର ସୁଯୋଗ ଥିଲା, କିନ୍ତୁ ଏବେ ସେମାନଙ୍କୁ ଭେଟିବା ପାଇଁ ମୋତେ ଏଠାକୁ ଆସିବାକୁ ପଡୁଛି । 

କଂଗ୍ରେସ ସାଂସଦ ଗୌରବ ଗୋଗୋଇ ସଂସଦ ଗୃହର ରିସେପ୍ସନ୍ ଏରିଆକୁ ଯାଇ କହିଛନ୍ତି ଯେ ଜଣେ ଛାତ୍ର ପ୍ରତିନିଧୀମଣ୍ଡଳ ଏପର୍ଯ୍ୟନ୍ତ ସଂସଦରେ ପ୍ରବେଶ କରିପାରି ନାହାଁନ୍ତି ଏବଂ ବିରୋଧୀଦଳର ନେତାଙ୍କୁ ଭେଟିବାରେ ସକ୍ଷମ ହୋଇ ନାହାଁନ୍ତି। ରାହୁଲ ଗାନ୍ଧୀ ସାକ୍ଷାତ କରିବାକୁ ଯାଉଛନ୍ତି, କାରଣ ତାଙ୍କର ଭରତ ଯୋଡୋ "ସଂକଳ୍ପ ଜାରି ରହିଛି।"

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.