ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶ୍ଚିମବଙ୍ଗରେ କଂଗ୍ରେସର ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଉପରେ ପଥର ମାଡ଼, ଭାଙ୍ଗିଲା ରାହୁଲଙ୍କ କାରର କାଚ

କୋଲକାତା,୩୧।୧:  କଂଗ୍ରେସରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କାରକେଡ୍ ଉପରକୁ ଆକ୍ରମଣ ଖବର। ବୁଧବାର ରାହୁଲଙ୍କ ଏସୟୁଭିର ଉପରକୁ ପଥର ମାଡ କରିବା ଯୋଗୁଁ କାରର ପଛ ପଟ ଗ୍ଲାସ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାର ଖବର ମିଳିଛି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ   ଆକ୍ରମଣ ହୋଇଥିବା କଥା କହିଥିଲେ। ତେବେ କଂଗ୍ରେସର ଏହି ଅଭିଯୋଗକୁ ଟିଏମ୍‌ସି ଖଣ୍ଡନ କରିବା ସହ କହିଥିଲା, ପଶ୍ଚିମବଙ୍ଗ ନୁହେଁ ବିହାରରେ ରାହୁଲଙ୍କ କାର ଉପରେ ଆକ୍ରମଣ ହୋଇଥିଲା। ମିଛରେ କଂଗ୍ରେସ ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଚାହୁଁଛି। ରାହୁଲଙ୍କ କାର ଉପରେ ଆକ୍ରମଣ ବାବଦରେ ଏବେ କଂଗ୍ରେସ ସ୍ପଷ୍ଟୀକରଣ ଦେଇଛି। କଂଗ୍ରେସ କହିଛି ଏହା ଆକ୍ରମଣ ନୁହେଁ ଲୋକଙ୍କ ଭିଡ କାରଣରୁ ହୋଇଛି।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କଂଗ୍ରେସ ପକ୍ଷରୁ ଲେଖାଯାଇଛି, ଭୁଲ ଖବରକୁ ନେଇ ସ୍ପଷ୍ଟିକରଣ… ପଶ୍ଚିମବଙ୍ଗ ମାଲଦାରେ ରାହୁଲଙ୍କୁ ଭେଟିବାକୁ ବିଶାଳ ଜନ ସମାଗମ ହୋଇଥିଲା। ଏହି ଭିଡ ଭିତରେ ଜଣେ ମହିଳା ରାହୁଲଙ୍କୁ ଭେଟିବାକୁ ତାଙ୍କ କାର ଆଗକୁ ଚାଲିଆସିଥିଲେ। ଏହି କାରଣରୁ ହଠାତ ବ୍ରେକ୍ ଲଗାଇବାକୁ ପଡିଥିଲା। ସେତେବେଳେ ସୁରକ୍ଷା ଘେରାରେ ବ୍ୟବହାର କରାଯାଇଥିବା ରସିରେ କାରର କାଚ ଭାଙ୍ଗି ଯାଇଥିଲା। ଜନନାୟକ ରାହୁଲ ଗାନ୍ଧୀଙ୍କ ଜନତାଙ୍କ ଉପରେ ହେଉଥିବା ଅନ୍ୟାୟ ବିରୋଧରେ ନ୍ୟାୟର ଯୁଦ୍ଧ ଲଢୁଛନ୍ତି। ଜନତା ତାଙ୍କ ସହିତ ରହିଛି, ଜନତା ସୁରକ୍ଷିତ ରଖିଛନ୍ତି।’   

ଏହା ପୂର୍ବରୁ ଇଂରାଜୀ ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟରେ କୁହାଯାଇଥିଲା ମାଲଦା ଜିଲ୍ଲାର ଲଭା ବ୍ରିଜ୍ ପାଖରେ ନ୍ୟାୟ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭିଡ ଦେଖିବାକୁ ମିଳିଥିଲା। ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ରାହୁଲ ଯାତ୍ରା ବେଳେ ଏକ ବସ୍‌ରେ ଥିଲେ। ତାଙ୍କ କାରକେଡ୍‌ ଉପରେ ହୋଇଥିବା ଆକ୍ରମଣରେ କଳା ରଙ୍ଗର ଏସ୍‌ୟୁଭିର ପଛପଟେ ଥିବା ପୁରା କାଚ ଭାଙ୍ଗି ଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.