ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେଲିକପ୍ଟରରେ ଆସିଲା ବର, ଯୌତୁକରେ ମାତ୍ର ଏକ ଟଙ୍କା ଓ ନଡିଆ ନେଇ ହେଲା ବାହାଘର

ଆଜ‌ମେର,୨୯।୧୧:  ହେଲିକପ୍ଟରରେ ଆସିଲା ବର,ଆଉ ବିବାହ କରି ଘରକୁ ନେଇଗଲେ ନିଜର ଜୀବନସାଥୀକୁ। ଯୌତୁକରେ ନେଲେ ମାତ୍ର ଏକ ଟଙ୍କା। ଏଭଳି ଏକ ନିଆରା ବିବାହ ରାଜସ୍ଥାନରେ ହୋଇଛି, ଯାହାକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି। ଚିତୋଡଗଡ ଜିଲ୍ଲାର ଅକୋଲା ଗାଁରୁ ବରଯାତ୍ରୀ ନେଇ କିଶନଗଢ(ଆଜମେର) ପହଁଞ୍ଚିଥିଲା ବର। ବହୁ ଦୂରରୁ ଲୋକମାନେ ହେଲିକପ୍ଟର ଦେଖିବାକୁ କିଶନଗଢ ପହଞ୍ଚିଥିଲେ। ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଖବର ଅନୁସାରେ, ଆଜାଦ ସମାଜ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ସୁନୀଲ ଧ୍ବଜାଙ୍କ ପୁଅ ବରଯାତ୍ରୀ ନେଇ କିଶନଗଢ ପହଁଞ୍ଚିଥିଲେ। ଯୌତୁକରେ କନ୍ୟା ପିତା ଯେତେବେଳେ ତାଙ୍କୁ ନଗଦ ଟଙ୍କା ଦେଇଥିଲେ, ସେ ମନା କରିଥିଲେ। ଏହାପରେ କନ୍ୟା ପିତାଠାରୁ ମାତ୍ର ଏକ ଟଙ୍କା ଓ ନଡିଆ ନେଇ ବିବାହ ରୀତିନୀତି ପାଳନ କରିଥିଲେ।

ଚିତୋଡଗଡର ଅକୋଲା ଗାଁରୁ ମୁକେଶଙ୍କ ବାହାଘର କିଶନଗଡରେ ରହୁଥିବା ସ୍ନେହାଙ୍କ ସହିତ ମଙ୍ଗଳବାର ହୋଇଥିଲା। ଏହାପରେ ମଙ୍ଗଳବାର ସନ୍ଧ୍ୟାରେ କିଶନଗଡରୁ ମୁକେଶଙ୍କ ସହିତ ସ୍ନେହାଙ୍କୁ ପରିବାର ଲୋକ ବିଦା କରିଥିଲେ। ସ୍ନେହାଙ୍କ ବାପା କହିଛନ୍ତି, ସବୁ ଝିଅଙ୍କୁ ତାଙ୍କ ବାପା ପାଠ ପଢାଇ ବଡ କରନ୍ତି। ହେଲେ ବାହାଘରରେ ଯୌତୁକକୁ ନେଇ ଚିନ୍ତା ରହିଥାଏ। ଜଣେ ବାପା ନିଜ ଝିଅକୁ ଦେଉଛି ତା ଠାରୁ ବଡ ଆଉ କ’ଣ ହୋଇପାରେ।  ଆମେ ତ ଯୌତୁକର କଡା ବିରୋଧି। ତେଣୁ ଆମେ ବିନା ଯୌତୁକରେ ଝିଅର ବାହାଘର କରି ସମାଜକୁ ବାର୍ତ୍ତା ଦେଇଛୁ। ମୁଁ ବହୁତ ଖୁସି ଅଛି। ’

କିଶନଗଡରେ ସ୍ନେହାଙ୍କୁ ବିଦାୟ ଦେବା ବେଳେ ପୁରା ଗାଁ ଏକାଠି ହୋଇଯାଇଥିଲେ। ସେଭଳି ଯେତେବେଳେ ସ୍ନେହା ଶାଶୁଘର ଚିତୋଡଗଡର ଅକୋଲା ଗାଁରେ ପହଞ୍ଚିଥିଲେ ସେଠାରେ ବହୁ ସଂଖ୍ୟାରେ ଗାଁ ଲୋକ ପହଞ୍ଚି ଯାଇଥିଲେ। ହେଲିକପ୍ଟରକୁ ପ୍ରଶାସନିକ ଅନୁମତି ବିବାହ ସମାରୋହରେ ପାଇଁ ଦିଆଯାଇଥିବା କାରଣରୁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯାଇଥିଲା। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.