ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଅଟଲିଙ୍କ ଫିଲ୍ମରେ ଏକାଠି ନଜର ଆସିବେ ରଜନୀକାନ୍ତ ଓ ସଲମାନ,ଜାଣନ୍ତୁ କେବେ ଆରମ୍ଭ ହେବ ସୁଟିଂ

ମୁମ୍ବାଇ,୨୫/୬:ସଲମାନ ଖାନଙ୍କ ଫିଲ୍ମ କରିବାକୁ ଯାଉଛନ୍ତି ସାଉଥ ନିର୍ଦ୍ଦେଶକ ଅଟଲି।  ଫିଲ୍ମରେ ସେ ରଜନୀକାନ୍ତ ଏବଂ ସଲମାନ ଖାନଙ୍କ ସହ ଏକ ଆକ୍ସନ ଫିଲ୍ମ ନିର୍ମାଣ ହେବାକୁ ଯାଉଥିବା କୁହାଯାଉଛି । ତେବେ ଭାରତୀୟ ସିନେମାରେ ଏହା ପ୍ରଥମ ଥର ପାଇଁ ହେବ ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ ।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଅଟଲି ଏକ ମାସ୍-ଆକ୍ସନ୍ ଫିଲ୍ମ କରିବାକୁ ଯାଉଛନ୍ତି । ସେ ପ୍ରଥମେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଥିଲେ ଏବଂ ଫି' ବିବାଦ କାରଣରୁ ଅଟଲି ଫିଲ୍ମରୁ ଦୂରେଇ ଯାଇଥିଲେ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଅଲ୍ଲୁ ଅର୍ଜୁନ ଫିଲ୍ମ ଛାଡିବା ପରେ ସଲମାନ ଖାନଙ୍କ ନାମ ଏହି ଚଳଚ୍ଚିତ୍ରରେ ଯୋଡି ହୋଇଛି । ଏଥିସହ ଏହି ଫିଲ୍ମରେ ସଲମାନ କାନଙ୍କ ସହ ରଜନୀକାନ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଆସନ୍ତା ମାସରେ ସଲମାନ ଖାନ, ଅଟଲି ଏବଂ ରଜନୀକାନ୍ତଙ୍କ ଏକ ବୈଠକ ହେବାକୁ ଯାଉଛି। ସନ୍ ପିକ୍ଚର୍ସ ଏହି ଚଳଚ୍ଚିତ୍ର ନିର୍ମାଣ କରିବ। 

ଅନ୍ୟପକ୍ଷରେ ଅଟଲି ଦୁଇ ବର୍ଷ ଧରି ସଲମାନଙ୍କ ସହ ଯୋଗାଯୋଗରେ ରହିଥିବା ଜଣାପଡିଛି । ଏହି ଚଳଚ୍ଚିତ୍ର ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ଏବଂ ଆଖ୍ୟା ପ୍ରକାଶ କରାଯାଇ ନାହିଁ । କିନ୍ତୁ କୁହାଯାଉଛି ଯେ,  ସଲମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସିକନ୍ଦର' ପରେ ଏହା ଉପରେ କାମ କରିବେ। ରଜନୀକାନ୍ତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'କୁଲି' ପରେ ଏହି ପ୍ରୋଜେକ୍ଟରେ ଯୋଗଦେବେ ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.