ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଇଣ୍ଡିଆନ୍‌-୨’ରେ ରକୁଲ, କମଲ ହାସନଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ମୁମ୍ବାଇ ୦୯/୦୬: ଫିଲ୍ମ ‘ଇଣ୍ଡିଆନ୍‌-୨’ରେ କିମ୍ବଦନ୍ତୀ ତାମିଲ ତାରକା କମଲ ହାସନଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ରକୁଲ ପ୍ରୀତ ସିଂହ । ଫିଲ୍ମରେ ଜଣେ ଜିଦଖୋର ଝିଅ ଭୂମିକାରେ ନଜର ଆସିବେ ବୋଲି ରକୁଲ କହିଛନ୍ତି । ବାସ୍ତବ ଜୀବନରେ ସେ ନିଜେ ଯେମିତିକା, ଏହି ଚରିତ୍ର ସହ ତାଙ୍କର ପୂର୍ଣ୍ଣ ସାମଞ୍ଜସ୍ୟ ରହିଥିବା ସେ କହିଛନ୍ତି । ‘ଇଣ୍ଡିଆନ୍‌-୨’କୁ ନିଜ କ୍ୟାରିଅର୍‌ର ଅନ୍ୟତମ ସବୁଠୁ ସ୍ୱତନ୍ତ୍ର ଫିଲ୍ମ ବୋଲି ସେ କହିଛନ୍ତି । କେବଳ ଫିଲ୍ମରେ କାମ କରୁଥିବା ଲୋକଙ୍କ ପାଇଁ ନୁହେଁ, ବରଂ ନିଜ ଚରିତ୍ର ମାମଲାରେ ଏହି ଫିଲ୍ମକୁ ସେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି । 

ରକୁଲ କହିଛନ୍ତି, ଫିଲ୍ମରେ ଜଣେ ଆତ୍ମବିଶ୍ୱାସୀ ଝିଅ ଭୂମିକା ସେ ନିର୍ବାହ କରିଛନ୍ତି, ଯିଏ ଭଲଭାବେ ଜାଣେ ସେ କ’ଣ ଚାହୁଁଛି । ତେବେ ଫିଲ୍ମ ବିଷୟରେ ଅଧିକ କିଛି କହିବାକୁ ମନା କରିଛନ୍ତି । ଏସ୍‌. ଶଙ୍କରଙ୍କ ନିର୍ଦ୍ଦେଶିତ ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମ ‘ଇଣ୍ଡିଆନ୍‌-୨’ ହେଉଛି କମଲ ହାସନ-ଷ୍ଟାରର୍‌ ‘ଇଣ୍ଡିଆନ୍‌’ର ସିକ୍ୱେଲ । ମୂଳ ଫିଲ୍ମ ଭଳି ଏଥିରେ କମଲ ହାସନଙ୍କୁ ସେନାପତି ଭୂମିକାରେ ଦେଖିବାକୁ ମିଳିବ । ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିବା ଜଣେ ସଚେତନ ବୟସ୍କ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକାରେ ସେ ନଜର ଆସିବେ । ରକୁଲ ଏବେ ‘ଦେ ଦେ ପ୍ୟାର ଦେ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଖୁବ୍‌ଶୀଘ୍ର ‘ମେରେ ହଜ୍‌ବ୍ୟାଣ୍ଡ କି ବିୱି’ରେ ଅର୍ଜୁନ କପୁର ଓ ଭୂମି ପେଡ୍‌ନେକରଙ୍କ ସହ ସେ ନଜର ଆସିବେ । ତାଙ୍କ ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟରେ ‘ଅମୀରି’ ମଧ୍ୟ ରହିଛି, ଯେଉଁଥିରେ ସେ ନୀନା ଗୁପ୍ତା ଓ ଚଙ୍କି ପାଣ୍ଡେଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.