ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ପୁଣି ଟିଭି ପରଦାକୁ ଫେରୁଛି ରାମାନନ୍ଦ ସାଗରଙ୍କ ‘ରାମାୟଣ’, ଟ୍ବିଟ୍ କଲା ଦୂରଦର୍ଶନ...

ନୂଆଦିଲ୍ଲୀ: ଟିଭି ଜଗତର ସବୁଠାରୁ ଲୋକପ୍ରିୟ ସିରିଏଲ ରାମାୟଣ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହଇ ରହିଛି । ୯୦ ଦଶକର ପିଲାମାନେ ଏହି ସିରିଏଲ ଦେଖି ସେମାନଙ୍କ ପିଲାଦିନ କାଟିଛନ୍ତି । ଦୂରଦର୍ଶନରେ ପ୍ରସାରିତ ଏହି ଶୋର କ୍ରେଜ୍ ସେହି ସମୟରେ ଯେମିତି ଥିଲା ଆଜି ବି ସମାନ ଅଛି । ପ୍ରତ୍ୟେକ ଧର୍ମର ଲୋକମାନେ ଏହି ସିରିଏଲକୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଆଉ ଏବେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । 

ଲୋକପ୍ରିୟ ସୋ ରାମାୟଣ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଫେରୁଛି । ହଁ ଆଜ୍ଞା ୧୯୮୭ ରେ ଆସିଥିବା ଏହି ସୋକୁ ପୁଣି ଥରେ ଟେଲିକାଷ୍ଟ କରାଯିବ ବୋଲି ଘୋଷଣା କରାଯାଇଛି । ଦୂରଦର୍ଶନର ଅଫିସିଆଲ୍ ଆକାଉଣ୍ଟରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । 



ଏହି ଭିଡିଓର ଆରମ୍ଭରେ ଏହା ଲେଖାଯାଇଛି ଯେ, ରାମମନ୍ଦିର ପ୍ରାଣପ୍ରତିଷ୍ଠା ପରେ ଆମ ଭାରତୀୟଙ୍କ ଲୋକପ୍ରିୟ ଶୋ ରାମାୟଣ ଦୂରଦର୍ଶନରେ ଫେରୁଛି । ଏହା ପରେ ସୋର କିଛି ଦୃଶ୍ୟ ଦେଖାଯାଉଛି । ବର୍ତ୍ତମାନ ସୁଦ୍ଧା ସୋର ପୁନଃ ଟେଲିକାଷ୍ଟର ତାରିଖ ପ୍ରକାଶ କରାଯାଇ ନାହିଁ । 

ଷ୍ଟାର କାଷ୍ଟ ବିଷୟରେ କହିବାକୁ ଗଲେ ଏହି ସୋରେ ଅରୁଣ ଗୋବିଲ ଶ୍ରୀ ରାମଙ୍କ ଭୂମିକାରେ, ଦୀପିକା ଚିଖାଲିଆ ମାତା ସୀତା ଏବଂ ସୁନୀଲ ଲାହିରି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ । ଏହି ସୋ ପ୍ରଥମେ ୧୯୮୭ ମସିହାରେ ଦୂରଦର୍ଶନରେ ଆରମ୍ଭ ହୋଇଥିଲା । ଆଜି ବି ଲୋକମାନେ ଶୋର ପ୍ରତ୍ୟେକ ଚରିତ୍ରକୁ ପସନ୍ଦ କରନ୍ତି । କେବଳ ଏତିକି ନୁହେଁ, ଆଜି ବି ଲୋକମାନେ ଅରୁଣ ଗୋଭିଲ ଏବଂ ଦୀପିକା ଚିଖାଲିଆଙ୍କୁ ଭଗବାନ ରାମ-ସୀତାଙ୍କ ନଜରରେ ଦେଖନ୍ତି । 

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.