ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ରାମାୟଣର ସୀତା ସେୟାର କଲେ ଭିଡ଼ିଓ, କହିଲେ- ମୁଁ ନିଜେ ଚିନ୍ତିତ ଅଛି

ନୂଆଦିଲ୍ଲୀ,୫/୬ : ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ଆସିଛି । ଯେଉଁଥିରେ ବହୁତ କିଛି ପରିବର୍ତ୍ତନ ହେବା ଦେଖାଯାଉଛି । ଏଥର ଲୋକସଭା ନିର୍ବାଚନରେ କୌଣସି ବି ପାର୍ଟିକୁ ବହୁମତ ମିଳି ନାହିଁ । ଲୋକସଭା ନିର୍ବାଚନରେ କଂଗ୍ରେସରୁ ନେଇ ବିଜେପି ପର୍ଯ୍ୟନ୍ତ ପରାଜୟର ସାମ୍ନା କରିବାକୁ ପଡ଼ିଛି । କିନ୍ତୁ ବିଜେପି ଲିଡ୍ ଗଠବନ୍ଧନ ଏନଡିଏ ପାଖରେ ବହୁମତ ଅଛି । ସେହିଭଳି ନିର୍ବାଚନର ଫଳାଫଳ ପରେ ଦୂରଦର୍ଶନର ରାମାୟଣ ସିରିୟଲରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ସୋସିଆଲ ମିଡ଼ିଆରେ ନିଜର ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ବହୁ ଚର୍ଚ୍ଚା ହେଉଛି ।

ପ୍ରକାଶ ଯେ, ଦୀପିକା ଚିଖଲିୟା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଅଭିନେତ୍ରୀଙ୍କ ଏହା ଏକ ମଜାଳିଆ ଭିଡ଼ିଓ ଅଟେ, ଯେଉଁଥିରେ ସେ କହିଛନ୍ତି କି , ଯଦି ଆପଣ ଗରମରୁ ଚିନ୍ତିତ ଅଛନ୍ତି ତ ମୁଁ କ’ଣ କରିବି, ମୁଁ କେଉଁ ସ୍ବିଜରଲ୍ୟାଣ୍ଡରେ ଅଛି । ମୁଁ ନିଜେ ଚିନ୍ତିତ ଅଛି । ’ ଏହି ଭିଡ଼ିଓ ସହ ଦୀପିକା ଚିଖଲିୟା ଭିଡ଼ିଓର କ୍ୟାପସନରେ ଲେଖିଛନ୍ତି, ‘ଏହା କିଭଳି ଗରମ ଅଟେ… କ’ଣ ଏହା ନିର୍ବାଚନ କାରଣରୁ ଅଟେ ।’ ସୋସିଆଲ ମିଡ଼ିଆରେ ଦୀପିକା ଚିଖଲିୟାଙ୍କ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.