ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବେଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିସ୍ଫୋରଣ ଘଟଣା: IED ଯୋଗୁଁ ବିସ୍ଫୋରଣ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଘଟଣାର ତଦନ୍ତ ଚାଲିଛି...

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର ହ୍ବାଇଟ୍ ଫିଳ୍ଡ୍ ଅଞ୍ଚଳର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଏକ ତୀବ୍ର ବିସ୍ଫୋରଣରେ ଅତି କମରେ ୧୦ ଜଣ ଆହତ ହୋଇଛନ୍ତି। ରାମେଶ୍ବରମ୍ କାଫେ ନାମକ ଏହି ରେଷ୍ଟୁରାଣ୍ଟର ଡାଇନିଂ ଏରିଆରେ ଏହି ବିସ୍ଫୋରଣ ହୋଇଛି । ଏହି ସମୟରେ ଅନେକ ଆଇଟି କମ୍ପାନୀର କର୍ମଚାରୀ ମାନେ ମଧ୍ୟାହ୍ନ ଭୋଜନ କରୁଥିଲେ ।  

 ବିସ୍ଫୋରଣ ସ୍ଥ ପରିଦର୍ଶନ କରିଥିବା କର୍ଣ୍ଣାଟକର ଡିଜିପି ଆଲୋକ ମୋହନ କହିଛନ୍ତି ଯେଫରେନସିକ୍ ସାଇନ୍ସ ଲାବୋରେଟୋରୀର ରିପୋର୍ଟ ବିନା ବିସ୍ଫୋରଣର କାରଣ ବିଷୟରେ କହିବା ଠିକ୍ ହେବ ନାହିଁ । ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କିନ୍ତୁ ସୂଚାଇ ଦେଇଛନ୍ତି ଯେ ଏହି ବିସ୍ଫୋରଣ IED ଦ୍ୱାରା ହୋଇଛି । ମୁଁ ଗୃହମନ୍ତ୍ରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହୋଇଛି । ସେମାନେ ମୋତେ ଯାହା ଜଣାଇଲେ ତାହା ହେଲା, ଜଣେ ଅଜ୍ଞାତ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଏକ ବ୍ୟାଗ୍ ନେଇ ଯାଇଥିଲେ । ସେ ଏକ ଟୋକନ୍ କିଣି ଖାଦ୍ୟ ଖାଇଥିଲେ । ପରେ ସେ ବୋମା ନେଇଥିବା ବ୍ୟାଗ ଛାଡିଥିଲେ । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ବୋଲି ସିଦ୍ଧରମୈୟା ଗଣମାଧ୍ୟମକୁ କହିଛନ୍ତି । ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ବୋଲି ପଚରାଯିବାରୁ ତଦନ୍ତ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.