ପ୍ରମୂଖ ଖବର

ରଣବୀରଙ୍କ ନୂଆ ଲୁକ୍‌ର ଫଟୋ ଭାଇରାଲ , ହଠାତ୍‌ ବେକରେ ନଜର ଆସିଲା ସ୍ୱତନ୍ତ୍ର ଟାଟୁ

ମୁମ୍ୱାଇ : ବଲିଉଡ୍‌ ଅଭିନେତା ରଣବୀର କପୁର ସର୍ବଦା କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ରଣବୀର ଏହି ସମୟରେ ଅନେକ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିଜର କାମ ସହ ରଣବୀର ପର୍ସନାଲ ଲାଇଫ୍‌କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥାନ୍ତି। ସେ ନିଜ କାମ ସହ ପରିବାରକୁ ମଧ୍ୟ ପୂରା ସମୟ ଦିଅନ୍ତି। ରଣବୀର ନିଜ ଝିଅ ରାହାକୁ ଖୁବ୍‌ ଭଲ ପାଇଥାନ୍ତି। ଏହି ମଧ୍ୟରେ ରଣବୀରଙ୍କର ଏକ ନୂଆ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଫଟୋରେ ଅଭିନେତାଙ୍କ ଲୁକ୍‌ ସମସ୍ତଙ୍କୁ ଦିୱାନା କରୁଛି , କିନ୍ତୁ ଫଟୋରେ କିଛି ଏମିତି ନଜର ଆସିଛି, ଯାହାକି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରୁଛି। ରଣବୀର ନିଜ ଝିଅର ନାଁକୁ ଖୁବ୍‌ ଷ୍ଟାଇଲିଷ୍ଟ ଉପାୟରେ ଲେଖି ଟାଟୁ ତିଆରି କରିଛନ୍ତି।

ରଣବୀର କପୁରଙ୍କର ଏକ ଲାଟେଷ୍ଟ ଫଟୋକୁ ସେଲିବ୍ରେଟି ହେୟାର ଷ୍ଟାଇଲିଷ୍ଟ ଆଲିମ୍‌ ହକିମ୍‌ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ରଣବୀର ବ୍ଲାକ୍‌ ରୋବ୍‌ ପିନ୍ଧି ଥିବାର ନଜର ଆସୁଛି। ସେପଟେ ତାଙ୍କର ନ୍ୟୁ ହେୟାର ଷ୍ଟାଇଲ୍ସ ସମସ୍ତଙ୍କର ଧ୍ୟାନ ନିଜ ଆଡ଼କୁ ଟାଣୁଛି। ଏହାସହ ହିଁ ଆକ୍ଟର ବ୍ଲାକ୍ ସନଗ୍ଲାସେସରେ ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି। କିନ୍ତୁ ଏହି ଫଟୋରେ ପ୍ରଶଂସକଙ୍କ ନଜର ରଣବୀରଙ୍କର ବେକରେ ଯାଇ ରହିଛି , ଯେଉଁଠାରେ ସେ ନିଜ ଝିଅ ରାହାଙ୍କ ନାଁର ଟାଟୁ କରିଛନ୍ତି। ରଣବୀର ସ୍ମଲ୍‌ ଲେଟରରେ ରାହାଙ୍କ ନାଁର ଟାଟୁ ନିଜ ବେକରେ ତିଆରି କରିଛନ୍ତି। ଅଭିନେତାଙ୍କର ଏହି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। କହି ରଖୁଛୁ କି, ଏହି ଟାଟୁ ରଣବୀର ଗତ ମାସରେ ତିଆରି କରିଥିଲେ। 


ଅନ୍ୟପଟେ ରଣବୀର କପୁରଙ୍କ ୱାର୍କଫ୍ରଣ୍ଟ କଥା ଯଦି କହିବା ତ, ଗତ ଥର ଆନିମଲରେ ନଜର ଆସିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଏହାର ଆଗାମୀ ପାର୍ଟ ଅର୍ଥାତ୍‌ ଆନିମଲ ପାର୍କରେ ନଜର ଆସିବେ। ଏହା ବ୍ୟତୀତ ରଣବୀର ଡାଇରେକ୍ଟର ନିତେଶ ତିୱାରୀଙ୍କର ଫିଲ୍ମ ରାମାୟଣରେ କାମ କରୁଛନ୍ତି। ଏହି ଫିଲ୍ମରେ ଅଭିନେତା ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। 

ଖାଲି ଏତିକି ନୁହେଁ ରଣବୀର ଲଭ୍‌ ଆଣ୍ଡ ୱାର୍‌କୁ ନେଇ ମଧ୍ୟ ଖବରରେ ରହିଛନ୍ତି। ଏହି ଫିଲ୍ମକୁ ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ ତିଆରି କରୁଛନ୍ତି। ଲଭ୍‌ ଆଣ୍ଡ ୱାର୍‌ର ଘୋଷଣା ଚଳିତ ବର୍ଷ ଜାନୁୟାରୀରେ ହୋଇଥିଲା। ଏହି ସିନେମା ଆଗାମୀ ବର୍ଷ ୨୦୨୫ରେ ଖ୍ରୀଷ୍ଟମାସ (ବଡ଼ଦିନ) ଅବସରରେ ଫିଲ୍ମ ହଲ୍‌ରେ ରିଲିଜ ହେବ। ଏଥିରେ ଭିକ୍କି କୌଶଲ ଓ ଆଲିଆ ଭଟ୍ଟ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.