ପ୍ରମୂଖ ଖବର

ଫିଲ୍ମ ଦୁନିଆରୁ ବ୍ରେକ୍‌ ନେବେ ରଣବୀର ସିଂହ! ଜାଣନ୍ତୁ କ’ଣ ରହିଛି ଅଭିନେତାଙ୍କ ଫ୍ୟୁଚର୍‌ ପ୍ଲାନ୍‌

ନୂଆଦିଲ୍ଲୀ ୨୦/୦୩: ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ ଏବଂ ରଣଭୀର ସିଂହ । ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଥିଲେ।।ଯାହା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ସମୟରେ ରଣଭୀର ସିଂହଙ୍କ ଆଗାମୀ କାର୍ଯ୍ୟସୂଚୀର ଏକ ବଡ ଅପଡେଟ୍‌ ଆସିଛି।

ଦୀପିକା ଏବଂ ରଣଭୀର ଚଳିତ ବର୍ଷ ଶେଷ ସୁଦ୍ଧା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବେ।ପିତା ହେବା ପରେ ଅଭିନେତା ନିଜ ପିଲା ଏବଂ ପତ୍ନୀଙ୍କ ସହ ସମୟ ବିତାଇବା ପାଇଁ ବିରତି ନେବାକୁ ଚିନ୍ତା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୀପିକା ତାଙ୍କ କାର୍ଯ୍ୟ ପ୍ରତିଶ୍ରୁତି ପୂରଣ କରିସାରିଛନ୍ତି। ରଣଭୀର ମଧ୍ୟ 'ଡନ୍ ୩' ,'ଶକ୍ତିମାନ ' ଏବଂ ଆଦିତ୍ୟ ଧରଙ୍କ ଆକ୍ସନ୍ ଫିଲ୍ମ ଆରମ୍ଭ କରିବା ପୂର୍ବରୁ ଅନ୍ୟ କୌଣସି ପ୍ରୋଜେକ୍ଟ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଦୀପିକା-ରଣଭୀର ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖୁସି ଖବର ସେୟାର କରିଥିଲେ। ଫଟୋରେ ନୀଳ ଏବଂ ଗୋଲାପୀ ରଙ୍ଗରେ ଛୋଟ ଜୋତା, ଟୋପି ଏବଂ ଦେଖିବାକୁ ମିଳିଥିଲା । ଫଟୋ ସହିତ କ୍ୟାପସନରେ ଲେଖାହୋଇଥିଲା, ଆମେ ଆଶା କରୁଛୁ ସେପ୍ଟେମ୍ବର ୨୦୨୪ ରେ ପ୍ରଥମ ପିଲା ଆସିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.