ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମିଳୁନି ଆବାସ ଯୋଜନାରେ ଘର, ବର୍ଷ ବର୍ଷ ଧରି ଭଙ୍ଗା କୁଡ଼ିଆରେ ରଞ୍ଜିତ ଦିଗାଲ ଓ ତାଙ୍କ ପରିବାର

ଫିରିଙ୍ଗିଆ,୫/୬ :  ରାଜ୍ୟ ଓ କେନ୍ଦ୍ର ସରକାର ଉପାନ୍ତ ଅଂଚଳମାନଙ୍କରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି I ସେହି ଯୋଜନାମାନଙ୍କ ମଧ୍ୟ୍ୟରେ ଆବାସ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଯୋଜନା I ଏହି ଯୋଜନା ମାଧ୍ୟ୍ୟମରେ ଗରିବ ଅସହାୟ ଲୋକମାନଙ୍କୁ ସରକାର ପକ୍କା ଘର ଯୋଗାଇ ଦେଉଥିବାବେଳେ ଅନେକ ଜାଗାରେ ସରକାରଙ୍କ ଏହି ଆବାସ ଯୋଜନା ଫେଲ ମାରିଛି I ଏବେ ବି ଏହି ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଛନ୍ତି I ପ୍ରଶାସନର ଅବହେଳା ଓ ସ୍ଥାନୀୟ ରାଜ ନେତାମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ଅନେକ ଜାଗାରେ ଯୋଗ୍ୟ ହିତାଧିକାରୀମାନେ ଏହି ଆବାସ ଯୋଜନା ରୁ ବଂଚିତ ହେଉଥିବାବେଳେ କିଛି ଅଂଚଳରେ ଥିଲା ବାଲା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଯୋଗାଇ ଦିଆଯାଇଥିବାବେଳେ ଆଉ କିଛି ଜାଗାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଘର ଦିଆଯାଇଛି I ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକରେ I ବର୍ଷ ବର୍ଷ ଧରି ଝାଟିମାଟି ଭଙ୍ଗା ଟିଣ ଘରେ ରହି ଆସୁଥିବା ଦେଖି ମଧ୍ୟ୍ୟ ନ ଦେଖିଲା ଭଳି ପ୍ରଶାସନ ଗରିବ ହିତାଧିକାରୀ ମାନଙ୍କୁ ଅଣଦେଖା କରି ଚାଲିଛି I ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡିଣ୍ଡିରାଗାଁ ପଂଚାୟତର ୮ନମ୍ବର ୱାର୍ଡ ଲଦା ପଦର ଗାଁ ରଞ୍ଜିତ ଦିଗାଲ (୪୪)I 

ରଞ୍ଜିତ ପରିବାର ର ଏକମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ଗୋଟେ ପଟେ ପରିବାର ପ୍ରତିପୋଷଣ ର ଚିନ୍ତା ଓ ଅନ୍ୟପଟେ ଅର୍ଥଅଭାବରୁ ଘରଖଣ୍ଡିଏ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ I ଯାହା ପାଇଁ ସେ ବାରମ୍ବାର ଘର ଖଣ୍ଡିଏ ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ୍ୟ ପହଞ୍ଚି ବହୁବାର ଲିଖିତ ଓ ମୌଖିକ ଭାବରେ ମଧ୍ୟ ଗୁହାରି କରି ଆସୁଛନ୍ତି I କିନ୍ତୁ ପ୍ରଶାସନ ନିଦା ବିଷ୍ଣୁ ଭଳି  ରଞ୍ଜିତଙ୍କ ପରିବାରକୁ ଭୁଲିଯାଇଛି I ବର୍ଷା,ପବନ ଦିନ ମାନଙ୍କରେ ବହୁତ ଅସୁବିଧାରେ ରହୁଛନ୍ତି। ତେବେ ରଞ୍ଜିତଙ୍କ ଏହି ସମସ୍ୟା ବିଷୟରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ନିର୍ବାଚନ ଆଚରଣ ବିଧି ଉଠିଲା ପରେ ତଦନ୍ତ କରାଯିବ ଓ ହିତାଧିକାରୀ ଜଣକ ଯଦି ଯୋଗ୍ୟ ହୋଇଥିବେ ତା’ହେଲେ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.