ନୂଆଦିଲ୍ଲୀ,୧୩/୮: ଡେରା-ସଚ୍ଚା ସୌଦ ପ୍ରମୁଖ ରାମ ରହିମ୍ ବାହାରିଲେ ଜେଲରୁ । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ସେ ୨୧ ଦିନ ପାଇଁ ପୋ-ରୋଲରେ ଆସିଛନ୍ତି। ଆଜି ସେ ରୋହତକର ସୁନାରିୟା ଜେଲରୁ ଆସିଛନ୍ତି । ତେବେ ବାବା ରାମ ରହିମଙ୍କୁ ପା-ରୋଲରେ ବାହାରିବା ପାଇଁ ପୂର୍ବରୁ ଆବଦନ ଦାୟର ହୋଇଥିଲା । ଏହ ଉପରେ ସରକାର କୋର୍ଟରୁ ନିଷ୍ପତି ନେବାକୁ କହିଥିଲେ । ଏହାପରେ ଆଜି ତାଙ୍କୁ ପା-ରୋଲ ମିଳିଛି।
ରାମ ରହିମଙ୍କୁ ୨୦୧୭ ଅଗଷ୍ଟ ମାସରେ ପଞ୍ଜକୁଲାର ସ୍ବତନ୍ତ୍ର ସିବିଆଇ କୋର୍ଟ ଦୁଇ ମହିଳାଙ୍କ ଦୁଷ୍କର୍ମ ମାମଲରେ ଦୋଷୀ ସାବ୍ୟସ୍ତ କରିଥଲେ । ୨୦୦୩ ରେ ସିବିଆଇ ପଞ୍ଜାବ ଓ ହରିୟାଣା କୋର୍ଟଙ୍କ ଆଦେଶରେ ଆତ୍ମଘୋଷିତ ବାବା ରାମ ରହିମଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାପରେ କୁରୁକ୍ଷେତ୍ର ପୋଲିସ ଷ୍ଟେସନରୁ ଏହି ମାମଲା ତଦନ୍ତ ପାଇଁ ସିବିଆଇ ପାଖକୁ ଯାଇଥିଲା । ଏହାପରେ ୨୦୧୭ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ସ୍ବତନ୍ତ୍ର କୋର୍ଟ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।