ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ନୀଳକନ୍ଦରରୁ ସହଳ ବାହାରିଲେ ଶ୍ରୀଜିଉ..ସୁଦର୍ଶନଙ୍କ ପରେ ପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର, ସୁଭଦ୍ରା, ଶ୍ରୀଜଗନ୍ନାଥ

ପୁରୀ ୦୭/୦୭: ଭକ୍ତଙ୍କ ଅପେକ୍ଷାରେ ଅନ୍ତ। ନୀତି ନିର୍ଘଣ୍ଟ ସମୟ ପୂର୍ବରୁ ନୀଳକନ୍ଦରରୁ ସହଳ ବାହାରିଲେ ଶ୍ରୀଜିଉ। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପରେ ବଡ ଠାକୁର ଓ ଭଉଣୀ ସୁଭଦ୍ରାଙ୍କୁ ଧରି କାଳିଆ ସାଆନ୍ତ ଧାଡି ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି । 

ବାଜୁଛି କାହାଳୀ, ଶୁଭୁଛି ଶଙ୍ଖ ଧ୍ବନି । ଜୟ ଜଗନ୍ନାଥ ଓ ହରିବୋଲ ଶବ୍ଦରେ ଫାଟି ପଡୁଛି ଶ୍ରୀକ୍ଷେତ୍ର। ମହପ୍ରଭୁ ସୁଦର୍ଶନଙ୍କୁ ସେବାୟତ ମାନେ ପହଣ୍ଡି ବିଜେ କରି ଦର୍ପଦଳନ ରଥରେ ବିଜେ କରିଛନ୍ତି । ଏହା ପରେ ପ୍ରଭୁ ବଡ ବଳଭଦ୍ରଙ୍କ ଆରମ୍ଭ ହୋଇଛି ପହଣ୍ଡି ବିଜେ । ସାତ ପାହଚରେ ଟାହିଆ ଲାଗି ହୋଇଛି । ସେଠାରୁ ବଳିଆ ସାଆନ୍ତ ହରିବୋଲ ଓ ଘଣ୍ଟର ନାଦ ତାଳେ ତାଳେ ବାଇଶିପାହଚ ଓହ୍ଳାଇ ଆସୁଛନ୍ତି ।

ଚଳିତ ଥର ଦୁଇ ଦିନ ରଥଯାତ୍ରା ପଡ଼ୁଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ଦିନ ୧.୧୦ ମିନିଟ୍‌ରେ ଆରମ୍ଭ ହେବାର ଥିଲା । ମାତ୍ର ରଥ ପ୍ରତିଷ୍ଠା ପରେ ଶ୍ରୀଜିଉଙ୍କ ପହଣ୍ଡି ଶୀଘ୍ର ଆରମ୍ଭ ହୋଇଛି । ସେହିପରି ଅନ୍ୟ ନୀତି କାର୍ଯ୍ୟ ସହଳ ହେବ ବୋଲି ଆଶା କରାଯାଉଛି । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.