ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ

ପୁରୀ,୦୬/୦୭: ଶନିବାର ବସିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ । ପୂର୍ବାହ୍ନ ୧୧ଟା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭା କକ୍ଷରେ ଏହି ବୈଠକ ବସିବ । 

ଗତକାଲି ରାଜ୍ୟ  ସରକାର ଜଷ୍ଟିସ୍‌ ଅରଜିତ୍‌ ପଶାୟତଙ୍କ  ଅଧ୍ୟକ୍ଷତାରେ ଗଠିତ ପୁରୁଣା କମିଟିକୁ ରଦ୍ଦ କରି ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ  ଏକ ୧୬ ଜଣିଆ ନୂଆ କମିଟି ଗଠନ  କରିଥିଲେ । ଏହି କମିଟି ରତ୍ନଭଣ୍ଡାର  ମରାମତି, ରତ୍ନ ଗଣତିମଣତି ନେଇ  ବ୍ୟବସ୍ଥା ଓ ରୂପରେଖ ପ୍ରସ୍ତୁତ କରିବ । 

ଗଣମାଧ୍ୟମକୁ ଜଷ୍ଟିସ୍‌ ରଥ କହିଛନ୍ତି,  ୪୬ ବର୍ଷ ପରେ ଏହି ଗଣତିମଣତି  ହେଉଥିବାରୁ ବୈଠକରେ ବିସ୍ତୃତ  ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି  ହେବ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ କହିଛନ୍ତି, ୨୪ ବର୍ଷ ଧରି ପୁରୁଣା  ସରକାର ଯାହା କରିପାରିନଥିଲେ ୨୪  ଦିନର ସରକାର ତାହା କରି ଦେଖାଇଛନ୍ତି । 

ଶନିବାର ବୈଠକରେ ରତ୍ନଭଣ୍ଡାର  ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ  ହେବ । ରତ୍ନଭଣ୍ଡାର ରତ୍ନ ଗଣତିମଣତି  କମିଟି କରିବା ସହ ମରାମତି କାମ  ଏଏସ୍‌ଆଇ କରିବ । କମିଟି ସଦସ୍ୟ ତଥା  ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ  ମହାପାତ୍ର କହିଛନ୍ତି, ମାଲିକ ଘରେ ନଥିବା  ବେଳେ ମହାପ୍ରଭୁଙ୍କ ଅଳଙ୍କାର ଗଣତି  କରାନଯାଉ । ଠାକୁର ଆସିବା ପରେ ତାଙ୍କ  ଆଜ୍ଞା ଓ ଗଜପତିଙ୍କ ଅନୁମତି ନେଇ ଗଣତିମଣତି କରାଯାଉ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.