ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ରୋଡ୍‌ ରେଜ୍‌ କେସ୍‌ରେ କ୍ଲିନ୍‌ ଚିଟ୍‌ ମିଳିବା ପରେ ରବୀନା ଟଣ୍ଡନଙ୍କ ପ୍ରତିକ୍ରିୟା

ମୁମ୍ୱାଇ : ରବୀନା ଟଣ୍ଡନଙ୍କ ନାଁରେ କିଛି ଲୋକ ଅଭିଯୋଗ କରୁଥିଲେ ଯେ, ତାଙ୍କର ଗାଡ଼ି ଦ୍ୱାରା ଧକ୍କା ଲାଗିଛି। ବାସ୍ତବିକ, ରବୀନାଙ୍କ ଘର ବାହାରେ ଅଭିନେତ୍ରୀଙ୍କ ଡ୍ରାଇଭରଙ୍କ ଉପରେ କିଛି ଲୋକ ଆକ୍ରମଣ କରି ଦେଇ ଥିଲେ। ଏହି ସମୟରେ ଭିଡ଼ିଓ ମଧ୍ୟ ଆସି ଥିଲା, ଯେଉଁଠି ରବୀନା ଏହା କହିବା ଦେଖିବାକୁ ମିଳିଥିଲା ଯେ ମାର ନାହିଁ। ଏବେ ଏହି କେସ୍‌ରେ କ୍ଲିନ୍‌ଚିଟ୍‌ ମିଳିବା ପରେ ରବିନା ନିଜର ରିଆକ୍ସନ ଦେଇଛନ୍ତି। ଏହାସହ ହିଁ ସେ ପ୍ରଶଂସକଙ୍କୁ କହିଛନ୍ତି କି, ଏଥିରେ କଣ ଶିକ୍ଷା ମିଳିଛି।

ରବୀନା ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଲେଖିଛନ୍ତି , ଧନ୍ୟବାଦ ଏତେ ଭଲପାଇବା , ବିଶ୍ୱାସ ଓ ସପୋର୍ଟ ଦେଇ ଥିବାରୁ। ଏହି ଷ୍ଟୋରୀର ମୋରାଲ କଣ ? ଡ୍ୟାସକମ୍‌ ଓ ସିସିଟିଭି ଲଗାଅ। ରବୀନା ଏହି ଖବରର ମଧ୍ୟ ସ୍କ୍ରିନସଟ୍‌ ରଖିଛନ୍ତି ଯେଉଁଥିରେ ଏହା କୁହାଯାଇଛି ଯେ , ତାଙ୍କୁ କ୍ଲିନ୍‌ ଚିଟ୍‌ ମିଳିଛି। 

ପୁଲିସ ମୁତାବିକ, ୧ଜୁନ୍‌ର ସିସିଟିଭି ଫୁଟେଜ୍‌ରେ ସ୍ପଷ୍ଟ ଦେଖା ଯାଉଛି କି, ରବୀନାଙ୍କର ଗାଡ଼ିରେ କାହାର କିଛି କ୍ଷତି ହୋଇନି। ପୁଲିସ କନଫର୍ମ କରିଥିଲା , ନା ଆକ୍ଟର ନା ତାଙ୍କର ଗାଡ଼ି ରାଶ୍‌ ଡ୍ରାଇଭିଂ କରିଛନ୍ତି। ସେ ତ ଓଲଟା ଗାଡ଼ି ରିଭର୍ସ କରୁଥିଲେ। ପଚରାପଚରି ବେଳେ ସେହି ଲୋକେ ପୁଲିସକୁ କହିଛନ୍ତି ଯେ, ଯଦି ଆମ ଠାରେ ଗାଡ଼ି ବାଜି ଥାନ୍ତା  , ଏହା ବ୍ୟତୀତ ରବୀନାଙ୍କ ନାଁରେ ମିଛ ଅଭିଯୋଗ ହୋଇଛି କି ସେ ଓ ଡ୍ରାଇଭର ମଦ ପିଉଥିଲେ , ହେଲେ ବାସ୍ତବରେ ତାହା ହୋଇ ନଥିଲା। 

ଅନ୍ୟପଟେ ରବୀନାଙ୍କର ପ୍ରଫେସନାଲ ଲାଇଫ୍‌ କଥା ଯଦି କହିବା ତ ସେ ଲାଷ୍ଟ ପାଟନା ଶୁକ୍ଳାରେ ନଜର ଆସିଛନ୍ତି , ଯେଉଁଥିରେ ତାଙ୍କର ପରଫର୍ମାନ୍ସକୁ ଖୁବ୍‌ ପସନ୍ଦ କରାଯାଇ ଥିଲା। ଏବେ ସେ ୱେଲକମ୍‌ ଟୁ ଦ ଜଙ୍ଗଲ୍‌ରେ ନଜର ଆସିବେ, ଯଉଁଥିରେ ଅକ୍ଷୟ କୁମାର ଲିଡ୍‌ ରୋଲ୍‌ରେ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.