ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ଭାରତୀୟ ବ୍ୟାଙ୍କ ଗୁଡିକ ଉପରେ ବଢିଲା ସାଇବର ଆଟାକ ବିପଦ, ଆରବିଆଇ କଲା ସତର୍କ

ରିଜର୍ଭ ବ୍ୟାଙ୍କ ଭାରତୀୟ ବ୍ୟାଙ୍କକୁ ସାଇବର ଆଟାକର ବିପଦରୁ ବଞ୍ଚାଇବା ପାଇଁ ଦେଇଛନ୍ତି ଚେତାବନୀ।ସେଣ୍ଟ୍ରାଲ ବ୍ୟାଙ୍କକୁ ଆଶଙ୍କା ରହିଛି ଭାରତର କିଛି ବ୍ୟାଙ୍କ ଉପରେ ଆଗାମୀ ଦିନରେ ସାଇବର ଆଟାକ ବଢିପାରେ। ଏହି ଆର୍ଲଟ ସହିତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅନ୍ୟ ବ୍ୟାଙ୍କ ଗୁଡିକୁ ସାଇବର ସିକ୍ୟୁରିଟି ଭଲ ରଖିବାର ପରାମର୍ଶ ଦିଆଯାଇଛି

ମନି କନଟ୍ରୋଲର ଏକ ରିପୋର୍ଟ ଅନୁସାରେ, ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରୀ ସମ୍ପର୍କିତ ଲୋକମାନଙ୍କ ପକ୍ଷରୁ ଏହି କଥା କୁହାଯାଇଛି। ରିପୋର୍ଟ ଅନୁସାରେ,ସେଣ୍ଟ୍ରାଲ ବ୍ୟାଙ୍କ କିଛି ବ୍ୟାଙ୍କକୁ ସାଇବର ଆଟାକର ବଢୁଥିବା ବିପଦ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛି ଓ ଏହା ସହିତ କଷ୍ଟକୁ କମ୍ କରିବା ପାଇଁ ସିକ୍ୟୁରିଟି ବଢାଇବାର ପରାମର୍ଶ ଦେଇଛି। ରିଜର୍ଭ ବ୍ୟାଙ୍କ ଏହି ଚେତାବନୀ ସହିତ ବ୍ୟାଙ୍କକୁ ଏହି ପଏଣ୍ଟ ବିଷୟରେ ମଧ୍ୟ କହିଛି। ଯେଉଁଠି ତାଙ୍କୁ ସାଇବର ସୁରକ୍ଷାକୁ  ଭଲ କରିବା ପାଇଁ କାମ କରିବା ଦରକାର ରହିଛି।

ଆରବିଆଇ ନିକଟରେ ବ୍ୟାଙ୍କର ସମସ୍ୟାକୁ ସମାଧାନ କରିବାର ପ୍ରସ୍ତୁତି ନେଇ ସମୀକ୍ଷା କରୁଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଦ୍ବାରା ସାଇବର ସିକ୍ୟୁରିଟି ଆଣ୍ଡ ଇନଫରମେସନ୍‌ ଟେକ୍ନୋଲୋଜି ଏକଜାମିନେସନ୍ କରାଯାଇଥାଏ, ଯାହାକୁ ସିସାଇଟ୍‌ ମଧ୍ୟ କୁହାଯାଏ। ସିସାଇଟ୍‌ରେ ବିଭିନ୍ନ ବ୍ୟାଙ୍କର ବିପଦ ପ୍ରବନ୍ଧନର ପସ୍ତୁତି, ଇଣ୍ଟରନେଟ୍‌ ଓ ମୋବାଇଲ ବ୍ୟାଙ୍କିଙ୍ଗ ଫ୍ଲାଟଫର୍ମ କ୍ଷମତା, ଠକେଇ ଧରିବାର ବ୍ୟବସ୍ଥା ଆଦିକୁ ପରଖା ଯାଇଥାଏ। 

ଡିଜିଟାଲ ବ୍ୟାଙ୍କିଙ୍ଗରେ ଦୃତ ଗତି ସହିତ ସାଇବର ଆଟାକ୍‌ ବିପଦ ବଢିଯାଇଛି। ଏହି କାରଣରୁ ଅଲଗା ଭାବରେ ସାଇବର ଓ ଆଇଟି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ସିସାଇଟ୍ ଅନୁସାରେ,ଆରବିଆଇ ଇନସପେକସନ୍‌ ଟିମ୍ ସମସ୍ତ ବ୍ୟାଙ୍କ ଆଇଟି ସିଷ୍ଟମର ଭଲଭାବରେ ଯାଞ୍ଚ କରୁଛି। ଯାଞ୍ଚ ବେଳେ ସେହି କଥାର ଚିହ୍ନଟ କରାଯାଏ। ଯେଉଁ କାରଣରୁ ରିସ୍କ ହୋଇପାରେ। ଏହାପରେ ବ୍ୟାଙ୍କକୁ ଠିକ୍ କରିବା ନେଇ ପରାମର୍ଶ ଦିଆଯାଇଥାଏ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.