ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦/୦୬: ଏକ ବଡ଼ ଧରଣର ସାଇବର ଆକ୍ରମଣ ଆଶଙ୍କା ମଧ୍ୟରେ ଦେଶବ୍ୟାପୀ ବ୍ୟାଙ୍କଗୁଡ଼ିକୁ ସତର୍କ କରାଇଛି ଭାରତୀୟ ରିଜର୍ଭ  ବ୍ୟାଙ୍କ (ଆର୍‌ବିଆଇ) । ୨୪/୭ ନିଜ ନିଜର  ସିଷ୍ଟମ୍‌ ଉପରେ ନଜର ରଖିବା ପାଇଁ ସର୍ବୋଚ୍ଚ ବ୍ୟାଙ୍କ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି । ଜୁନ୍‌ ୨୪ରେ  ଏଥିପାଇଁ ଆର୍‌ବିଆଇ ପକ୍ଷରୁ ଏକ ଆଡ୍‌ଭାଇଜରି  ଜାରି କରାଯାଇଛି । ଏଭଳି ସାଇବର ଆକ୍ରମଣ  ବିରୋଧରେ ସର୍ଭିଲାନ୍ସକୁ ବଢ଼ାଇବା ପାଇଁ  ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । 

ସୋମବାର ଏକ ସୋସିଆଲ ମିଡିଆ ପୋଷ୍ଟ୍‌ରେ  ହାଇପ୍ରୋଫାଇଲ ସାଇବର ହମ୍‌ଲାରେ ଜଡ଼ିତ ଗ୍ରୁପ୍‌  ‘ଲୁଜ୍‌ସେକ୍‌’ ଉପରେ ଏକ ଖବର ପ୍ରକାଶ ପାଇବାର  ଯଥେଷ୍ଟ ପୂର୍ବରୁ ବ୍ୟାଙ୍କଗୁଡ଼ିକୁ ସତର୍କ କରାଯାଇଛି ।  ଭାରତୀୟ ବ୍ୟାଙ୍କଗୁଡ଼ିକ ଉପରେ ଲୁଜ୍‌ସେକ୍‌  ସାଇବର ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଥିବା  ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା ।  ଗତବର୍ଷ ସର୍ଟ-ଇନ୍‌ ପକ୍ଷରୁ ସମାନ ଧରଣ ଆଲର୍ଟ  ଜାରି କରାଯାଇଥିଲା । ତେବେ ବର୍ତ୍ତମାନ ପୁଣି ଏହି  ଗ୍ରୁପ୍‌ ସକ୍ରିୟ ହୋଇଥିବା ସର୍ଟ-ଇନ୍‌ ଉଲ୍ଲେଖ କରିଛି । 

କୌଣସି ପ୍ରକାର ସନ୍ଦେହଜନକ ଗତିବିଧିକୁ  ଚିହ୍ନଟ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ଏବେ ଲଗାତର  ଭାବେ ନିଜର ନେଟ୍‌ୱର୍କ କାରବାର ଏବଂ ସର୍ଭର  ଲଗ୍‌କୁ ଯାଞ୍ଚ କରିବାକୁ ପଡ଼ିବ । ତା’ସହିତ ପ୍ରମୁଖ  ପେମେଣ୍ଟ ସିଷ୍ଟମ୍‌ ଯଥା ସ୍ୱିଫ୍ଟ, କାର୍ଡ ନେଟ୍‌ୱର୍କ,  ଅନ୍‌ଲାଇନ୍‌ ଲୋକାଲ ଫଣ୍ଡ୍‌ ଟ୍ରାନ୍ସଫର ଫ୍ରେମ୍‌ୱାର୍କ  ଯଥା ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ଏବଂ ୟୁପିଆଇ,  ରିଅଲ ଟାଇମ୍‌ ପେମେଣ୍ଟ ସିଷ୍ଟମ୍‌ଗୁଡ଼ିକ ଉପରେ  ବ୍ୟାଙ୍କଗୁଡ଼ିକ ନଜର ରଖିବେ । 

ଡିଡିଓଏସ୍‌(ଡିଷ୍ଟ୍ରିବ୍ୟୁଟେଡ୍‌ ଡିନାଏଲ୍‌ ଅଫ୍‌  ସର୍ଭିସ୍‌) ଭଳି ଥ୍ରେଟ୍‌ ବିରୋଧରେ ବ୍ୟାଙ୍କଗୁଡ଼ିକ  ନିୟନ୍ତ୍ରଣ ରଖିବେ । ପ୍ରକାଶଯୋଗ୍ୟ, ଡିଡିଓଏସ୍‌  ଆଟାକ୍‌ରେ ହ୍ୟାକର୍‌ ବହୁ ସଂଖ୍ୟକ ପ୍ରଶ୍ନ ସହିତ ଏକ  ବ୍ୟାଙ୍କର ସିଷ୍ଟମ୍‌ ଉପରେ ହମ୍‌ଲା କରିଥାନ୍ତି । ଫଳରେ  ପ୍ରକୃତ ଗ୍ରାହକଙ୍କ ଅନୁରୋଧ ଏବଂ କାରବାର  ପ୍ରକ୍ରିୟାକରଣ କରିବା କଷ୍ଟକର ହୋଇଥାଏ । 

ଏହାସହିତ ବ୍ୟାଙ୍କଗୁଡ଼ିକୁ ରିମୋଟ୍‌ ଲଗ୍‌  ଇନ୍‌ ଏବଂ ସମ୍ବେଦନଶୀଳ ସିଷ୍ଟମ୍‌ଗୁଡ଼ିକର  ଆକ୍ସେସ୍‌ ଉପରେ କଟକଣା ଲଗାଇବାକୁ ପଡ଼ିବ । ଭାଇରସ୍‌ ଏବଂ ମାଲ୍‌ୱେର୍‌ ଚିହ୍ନଟ ପାଇଁ ସମସ୍ତ  ଇନ୍‌ଫର୍ମେଶନ୍‌ ସିଷ୍ଟମ୍‌କୁ ଭଲ ଭାବେ ପରଖିବାକୁ  ହେବ । ଆବଶ୍ୟକୀୟ ପରୀକ୍ଷଣ ପରେ ସେଗୁଡ଼ିକୁ  ଅପ୍‌ଡେଟ୍‌ କରିବାକୁ ପଡ଼ିବ ।  

ବର୍ଷେ ତଳେ ସମାନ ପ୍ରକାର ଆଲର୍ଟ ଜାରି  କରିଥିଲା ସର୍ଟ-ଇନ୍‌ ବା କମ୍ପ୍ୟୁଟର ଏମର୍ଜେନ୍ସି  ରେସ୍‌ପନ୍ସ ଟିମ୍‌ । ଯେତେବେଳେ ସାଇବର ଆକ୍ରମଣର କିଛି ସୂଚନା ଥାଏ, ବ୍ୟାଙ୍କଗୁଡ଼ିକ  ଏକକାଳୀନ ସେମାନଙ୍କ ନିରନ୍ତରତା ଏବଂ ଆପାତ  ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଦିଅନ୍ତି ।  ବର୍ତ୍ତମାନ ମଧ୍ୟ ସମାନ ସ୍ଥିତି ଉପୁଜିଥିବା  ଶିଳ୍ପ ଅଧିକାରୀମାନେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.