ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ ୧ରେ ବନ୍ଦ ରହିବ ୨୦୦୦ ନୋଟ୍‌ ବଦଳ

ମୁମ୍ବାଇ,୩୦/୦୩: ୨୦୦୦ ଟଙ୍କିଆ ନୋଟ୍‌ ବଦଳ ସଂକ୍ରାନ୍ତରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଆର୍‌ବିଆଇ ପ୍ରକାଶ କରିଛି  ଯେ, ଆସନ୍ତା ସପ୍ତାହରେ ଦିନକ ପାଇଁ ନୋଟ୍‌ ବଦଳ ସୁବିଧା  ଉପଲବ୍ଧ ହେବନି । ଆର୍ଥିକବର୍ଷ ୨୦୨୪-୨୫ର ପ୍ରଥମ ଦିନ ଅର୍ଥାତ୍‌ ଏପ୍ରିଲ ୧ରେ ଲୋକେ ୨୦୦୦ ଟଙ୍କିଆ ନୋଟ୍‌  ବଦଳ କିମ୍ବା ଜମା କରିପାରିବେ ନାହିଁ । 

କେନ୍ଦ୍ରୀୟ ବ୍ୟାଙ୍କ  ପ୍ରକାଶ କରିଛି ଯେ, ଖାତାର ବାର୍ଷିକ  କ୍ଲୋଜିଂ ସହ ଜଡ଼ିତ  କାର୍ଯ୍ୟଗୁଡ଼ିକ ମଧ୍ୟରେ  ଆର୍‌ବିଆଇର ୧୯  ପ୍ରାଧୀକୃତ ଶାଖାରେ  ଏପ୍ରିଲ ୧ରେ ନୋଟ୍‌  ବଦଳ ସୁବିଧା ଉପଲବ୍ଧ ହେବ ନାହିଁ । ଏହା ଏପ୍ରିଲ ୨ରୁ ପୁଣି  ଥରେ ଆରମ୍ଭ ହେବ । ସୂଚନାଯୋଗ୍ୟ, ଗତ ବର୍ଷ ମେ’ ୧୯ରେ  ଆର୍‌ବିଆଇ ୨,୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିଥିଲା ।  ଏହି ଘୋଷଣା ସହିତ ବଡ଼ ନୋଟ୍‌କୁ ସର୍କୁଲେଶନ୍‌ରୁ ହଟାଇ  ଦେବା ଲାଗି ନିଷ୍ପତ୍ତି ହୋଇଥିଲା । ବ୍ୟାଙ୍କ ଶାଖାଗୁଡ଼ିକରେ  ବଦଳ ଡେଡ୍‌ଲାଇନ୍‌ ଶେଷ ହୋଇଯାଇଥିବାବେଳେ  ଆର୍‌ବିଆଇର ପ୍ରାଧୀକୃତ ଶାଖାରେ ଏହା ଜାରି ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.