ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

କନ୍ଧମାଳକୁ ରେଡ ଆଲର୍ଟ : ବଦଳୁନି ସ୍କୁଲ ସମୟ, ଡହଡହ ଖରାରେ ସିଝୁଛନ୍ତି ଛାତ୍ରଛାତ୍ରୀ

ଦାରିଙ୍ଗବାଡି, ୦୪/୦୪ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଖରାରେ ବାହାରକୁ ବାହାରିବା ସମ୍ଭବ ହେଉନାହିଁ। ଏହି ଗ୍ରୀଷ୍ମ ପ୍ରବାହରୁ ବାଦ୍ ପଡ଼ିନାହିଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ବୁଧବାର ଦିନ ତାପମାତ୍ରା ରହିଥିଲା ୩୪.୫ ଡିଗ୍ରୀ। ତାପମାତ୍ରା ବୃଦ୍ଧି ପାଇବା ଫଳରେ ଦିନ ହେଉ ଅବା ରାତିରେ ହେଉଛି ପ୍ରବଳ ଗରମ। ବିନା ଫ୍ୟାନରେ ବି ରହିହେଉ ନାହିଁ। ବାହାରକୁ ଗଲେ ଦେହ ଝାଳନାଳ ହେବା ସହ ସିଝି ଯାଉଛି । ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ୮ ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ଏଥିରେ କନ୍ଧମାଳ ଜିଲ୍ଲା ମଧ୍ୟ ରହିଛି । 

ଦିନ ୧୧ ଟାରୁ ୩ ଟା ମଧ୍ୟରେ ଖରାରେ ନବୁଲିବାକୁ ସତର୍କ କରିଛି ପାଣିପାଗ ବିଭାଗ । ହେଲେ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ପରିବର୍ତ୍ତନ କରାଯାଉନାହିଁ । ସକାଳ ୭ ଟାରୁ ସାଢେ ୧୧ଟା ରହିଛି ସ୍କୁଲ ସମୟ । ଅନ୍ୟ କିଛି ଜିଲ୍ଲାର ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ସାଢେ଼ ୬ଟା ଠାରୁ ସାଢେ ୧୦ଟା ଯାଏଁ ସ୍କୁଲ ସମୟ ନିର୍ଧାରଣ କରିଛନ୍ତି । ହେଲେ କନ୍ଧମାଳ ଜିଲ୍ଲାକୁ ରେଡ ଆଲର୍ଟ କରାଯାଇଥିଲେ ସୁଦ୍ଧା ସ୍କୁଲ ସମୟ ୭ ଟାରୁ ସାଢେ ୧୧ଟା ରହିଛି । ଫଳରେ ଛାତ୍ରଛାତ୍ରୀମାନେ ସାଢେ ୧୧ ଟା ସମୟରେ ସ୍କୁଲରୁ ଆସିବା ବେଳେ ସିଝି ଯାଉଛନ୍ତି । କେତେବେଳେ ଯେ କଣ ହେବ ତାହା କିଛି କହି ହେବ ନାହିଁ। ଅନ୍ୟପଟେ ପାଣିପାଗ କେନ୍ଦ୍ର ୧୧ ପରେ ଘରୁ ନବାହାରିବ ପାଇଁ ସତର୍କ କରାଇବା ଏକ ପ୍ରକାର କନ୍ଧମାଳ ପାଇଁ ପ୍ରହସନ ପାଲଟିଛି। ଏଣୁ କନ୍ଧମାଳ ଜିଲ୍ଲାପାଳ ସ୍କୁଲ ସମୟରେ ପରିବର୍ତନ କରିବା ପାଇଁ ଦାବି ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.