ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭିସୁଟ୍‌ କୁଳପତିଙ୍କ କଡ଼ା ନୋଟିସ୍‌, ବସନ୍ତ ଉତ୍ସବରେ ଛୋଟ ଡ୍ରେସ୍ ପିନ୍ଧିବା ମନା

ସମ୍ବଲପୁର, ୨୧।୦୩ : ଭିସୁଟ୍‌ କୁଳପତିଙ୍କ କଡ଼ା ନୋଟିସ୍‌। ବସନ୍ତ ଉତ୍ସବ ବେଳେ ଛାତ୍ରଛାତ୍ରୀ ଆଧୁନିକ କିମ୍ବା ଛୋଟ ପୋଷାକ ପିନ୍ଧିବା ମନା। ଏକ ନୋଟିସ ଜରିଆରେ ଏହା ଜଣାଇଛନ୍ତି ଭିସୁଟ୍‌ କୁଳପତି। 

ସୂଚନାନୁଯାୟୀ, ଆଗକୁ ଭିସୁଟରେ ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ କଡ଼ା ନୋଟିସ ଜାରି କରିଛନ୍ତି ଭିସୁଟ୍‌ କୁଳପତି। ବସନ୍ତ ଉତ୍ସବରେ କୌଣସି ଛାତ୍ରଛାତ୍ରୀ ଆଧୁନିକ ଡ୍ରେସ କିମ୍ବା ଛୋଟ ଡ୍ରେସ୍‌ ପିନ୍ଧି ଆସିପାରିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଏହି ଏହି ନିୟମ ନମାନି ଭିସୁଟକୁ ଆସନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପିରିକି ତାଙ୍କୁ ବିଶ୍ୱବିଦ୍ୟାଳୟ ଗେଟ୍‌ ବାହାର ରଖାଯିବ। କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। 

ସୂଚନା ଥାଉକି, ଗତବର୍ଷ ଅନୁଷ୍ଠିତ ବସନ୍ତ ଉତ୍ସବରେ ଛୋଟ ଡ୍ରେସ୍‌ ପିନ୍ଧାକୁ ନେଇ କୌଣସି ଅଘଟଣ ଘଟିଥିବାର ସୂଚନା ରହିଛି। ଯାହାପରେ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି କର୍ତ୍ତୃପକ୍ଷ । ତେବେ କୁଳପତିଙ୍କ ଏହି ନୋଟିସ୍‌ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.