ନୂଆଦିଲ୍ଲୀ : ଅଳ୍ପ ବୟସ ଓ ମୋଟା ମୋଟା ଚଷମା … ଗେଜେଟ୍ସର ଜୀବନରେ ପ୍ରବେଶ କରିବା ଓ ଖାଦ୍ୟପେୟ ମାମଲାରେ ସନ୍ତୁଳନର ଅଭାବରେ ଏବେ ଏହା ସାଧାରଣ କଥା ହୋଇ ଯାଇଛି। ଆଖି ସଂପର୍କିତ ସମସ୍ୟା କେବଳ ଆଖିର ଦୁର୍ବଳ ଦୃଷ୍ଟିଶକ୍ତି ସହ ସୀମିତ ନାହିଁ। ଏହାର ପ୍ରଭାବ ପିଲାଙ୍କର ଶିଖିବାର କ୍ଷମତା ଉପରେ ବି ପଡ଼ିଥାଏ। ଆଖିର ଦୁର୍ବଳ ଦୃଷ୍ଟିଶକ୍ତି କାରଣରୁ ଅନେକ ପିଲାଙ୍କ ପାଇଁ କାଗଜରେ ଛପା ଅକ୍ଷର ହେଉ କି ବ୍ଲାକବୋର୍ଡରେ ପଢିବା ମଧ୍ୟ ମୁସ୍କିଲ୍ ହୋଇଯାଏ। ଏହାର ବିକାଶ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ପିଲାଙ୍କୁ ଏମିତି ଅନୁଭବ ହୋଇଥାଏ କି ସେ ପଛରେ ରହି ଯାଉଛନ୍ତି ।
ଖୁବ୍ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ଜରୁରୀ : ଏକ ପିଲାର ଜୀବନର ପ୍ରଥମ ୩ବର୍ଷ ତାର ସମଗ୍ର ବିକାଶ ପାଇଁ ଖୁବ୍ ପ୍ରମୁଖ ହୋଇଥାଏ , ଯେବେ ତାଙ୍କର ବ୍ୟକ୍ତିତ୍ୱର ବିକାଶର ମୂଳଦୁଆ ପ୍ରସ୍ତୁତ ହୋଇଥାଏ। ନିଜ ଜୀବନର ପ୍ରଥମ ୩ବର୍ଷ ସମୟରେ ପିଲା ସବୁଠୁ ନ୍ୟୁରଲ ସର୍କିଟ୍ ଗ୍ରହଣ କରିଥାଏ, ଯାହା କିଛି ନୂଆ ଶିଖିବା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଅଳ୍ପ ବୟସରେ ହିଁ ଡାକ୍ତରୀ ସାହାଯ୍ୟରେ ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହେବା ସତ୍ତ୍ୱେ ପିଲାକୁ ଏହା ଶିଖା ଯାଇପାରେ କି, ସେ ନିଜର ହାତ ଓ ଆଖି ମଧ୍ୟରେ କେମିତି ଭଲ ସାମଞ୍ଜସ୍ୟ ସ୍ଥାପିତ କରିବ। ଆଖି ସଂପର୍କିତ ବ୍ୟାୟାମ ସାହାଯ୍ୟରେ ଆଖିର ମାଂସପେଶୀ ଗୁଡିକୁ ମଜବୁତ୍ କରାଯାଇ ପାରେ।
ଆଖିର ବାର୍ଷିକ ଯାଞ୍ଚ ଜରୁରୀ :
ଯେମତି ଜନ୍ମ ପରେ ନିୟମିତ ବ୍ୟବଧ୍ୟାନରେ ଶିଶୁର ଟିକାକରଣ ଜରୁରୀ, ଠିକ୍ ସେମିତି ହିଁ ବାର୍ଷିକ ଶିଶୁ ନେତ୍ର ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ଯାଇ ତାଙ୍କର ଆଖିର ଯାଞ୍ଚ ବି ଜରୁରୀ। ଡାକ୍ତର ପିଲାର ଦୃଷ୍ଟିର ଯାଞ୍ଚ କରି ପତ୍ତା ଲଗେଇବେ କି, ଏହା କଣ ତାଙ୍କର ଦୂର କି ସମୀପ ଦୃଷ୍ଟିଶକ୍ତି ଦୁର୍ବଳ ? ତାକୁ କଣ ଚଷମାର ଆବଶ୍ୟକ ରହିଛି ? ଡାକ୍ତରଙ୍କ ଯାଞ୍ଚରୁ ଏହି ବୁଝିବାରେ ମଧ୍ୟ ସାହାଯ୍ୟ ମିଳିବ କି କଣ ପିଲାଙ୍କୁ ଧୂଆଁଳିଆ ନଜର ଆସୁଛି , ନା ତାଙ୍କୁ ପଢିବାରେ ସମସ୍ୟା ହେଉଛି ? ଏହି ସବୁ ସମସ୍ୟାକୁ ଚଷମା ସାହାଯ୍ୟରେ ଦୂର କରାଯାଇ ପାରେ। ନିୟମ ଏହାକି ପ୍ରତି ପିଲାର ୩ବର୍ଷ ବୟସରେ ଆଖିର ଯାଞ୍ଚ କରାଇବା ଉଚିତ୍। ଯଦି ଶୀଘ୍ର ଚିକିତ୍ସା କରା ନଯାଏ ତ ଦୃଷ୍ଟିଶକ୍ତି ଦୁର୍ବଳ ହୋଇପାରେ।