ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ବିନ୍ଧ୍ୟ କଲେକ୍‌ସନର ଶୁଭାରମ୍ଭ, ଉନ୍ମୋଚନ କଲେ ବଲିଉଡ୍ ଡିଭା ଦିଶା ପଟାନୀ...

ମୁମ୍ବାଇ ୨୩/୦୪ : ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ବିନ୍ଧ୍ୟ କଲେକ୍‌ସନ ଶୁଭାରମ୍ଭ କରି ଅନନ୍ୟ ଏବଂ ଉତ୍କୃଷ୍ଟ ସଂଗ୍ରହ ସହିତ ପର୍ବ ପାଳନ କରିବାର ପରମ୍ପରା ଜାରି ରଖିଛି । ଏହାର ପ୍ରସିଦ୍ଧ ଜୁଏଲ୍ସ ଅଫ୍‌ ଇଣ୍ଡିଆକଲେକ୍ସନ ସିରିଜର ନବମବିନ୍ଧ୍ୟ ମଧ୍ୟପ୍ରଦେଶର ସମୃଦ୍ଧ କଳାତ୍ମକ ପରମ୍ପରାରୁ ପ୍ରେରିତ । ଫ୍ୟାସନ ଆଇକନ୍‌ ତଥା ବଲିଉଡ୍‌ ଡିଭା ଦିଶା ପଟାନୀ ବାରଣାସୀର ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଏକ ସ୍ୱତନ୍ତ୍ର ଉତ୍ସବ କଲେକସନ ଉନ୍ମୋଚନ କରିଛନ୍ତି ।

ହିନ୍ଦୁ ସଂସ୍କୃତିରେ ସମୃଦ୍ଧି ଓ ପ୍ରଚୁରତାକୁ ଦର୍ଶାଉଥିବା ଅକ୍ଷୟ ତୃତୀୟାକୁ ଅଳଙ୍କାର କିଣିବା ପାଇଁ ଉପଯୁକ୍ତ ସୁଯୋଗ ବୋଲି ବିବେଚନା କରାଯାଏ । ଏହି ଅବସରରେ ରିଲାଏନ୍ସ ଜୁଏଲସ କଲେକସ କଲେକ୍ସନ ମଧ୍ୟପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାପତ୍ୟ ମହିମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଅନେକ ଅଳଙ୍କାର ସମୂହ ପ୍ରଦାନ କରିଥାଏ । ପ୍ରତ୍ୟେକ ଅଳଙ୍କାର ମଧ୍ୟପ୍ରଦେଶର ପ୍ରସିଦ୍ଧ ସ୍ମାରକୀ ଯଥା ଗ୍ୱାଲିୟର କିଲ୍ଲାସାଂଚି ସ୍ତୁପଉଜ୍ଜୈନର ମହାକାଳେଶ୍ୱର ମନ୍ଦିର ଏବଂ ମିତାଓଲି ଏବଂ ବଟେଶ୍ୱର ମନ୍ଦିରରୁ ଅନୁପ୍ରାଣିତ ଡିଜାଇନରେ ପ୍ରସ୍ତୁତ କରାଯାଇଛି । 

ରିଲାଏନ୍ସ ଜୁଏଲସର ସିଇଓ ସୁନୀଲ ନାୟକ କହିଛନ୍ତି, “ଚଳିତ ଅକ୍ଷୟ ତୃତୀୟାରେ ବିନ୍ଧ୍ୟ କଲେକ୍‌ସନର ଉନ୍ମୋଚନ ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ମଧ୍ୟପ୍ରଦେଶର ସମୃଦ୍ଧ ପରମ୍ପରାରୁ ଅନୁପ୍ରାଣିତ ଏହି ସଂକଳନ ଆମର ଜୁଏଲ୍ସ ଅଫ୍‌ ଇଣ୍ଡିଆସିରିଜ୍‌ ର ନବମ ଏବଂ ଭାରତୀୟ କଳା ଓ କାରିଗରୀ ପ୍ରଦର୍ଶନର ପ୍ରମାଣ ହୋଇପାରିଛି ।


ସେ ପୁନଶ୍ଚ ମଧ୍ୟ କହିଛନ୍ତି : ଅକ୍ଷୟ ତୃତୀୟା ଅଳଙ୍କାର କିଣିବା ପାଇଁ ଆଦର୍ଶ ଅବସରକାରଣ ଏହା ସୁଖ ଓ ସମୃଦ୍ଧିର ପ୍ରତୀକ ଏବଂ ଚଳିତ ବର୍ଷ ଆମେ ଆମ ଗ୍ରାହକମାନଙ୍କୁ ବିନ୍ଧ୍ୟ ସଂଗ୍ରହ ମାଧ୍ୟମରେ ଘରେ ସମୃଦ୍ଧି ଆଣିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛୁ । ଏହି ଉକ୍ରୃଷ୍ଟ ସଂଗ୍ରହ କେବଳ ସମୃଦ୍ଧି ଓ ସୁନ୍ଦରତାର ପ୍ରତୀକ ନୁହେଁ ବରଂ ଅକ୍ଷୟ ତୃତୀୟା ଏବଂ ଆମ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସର ଦୀର୍ଘସ୍ଥାୟୀ କଳାତ୍ମକ ଭାବନାର ପ୍ରତୀକ ।

ଅଭିନେତ୍ରୀ ଦିଶା ପଟାନୀ ରିଲାଏନ୍ସ ଜୁଏଲସର ବାରଣାସୀ ଷ୍ଟୋରରେ ଏହି କଲେକ୍ସନକୁ ଉନ୍ମୋଚନ କରିବା ଅବସରରେ ନିଜର ଉତ୍ସାହ ପ୍ରକାଶ କରିଛନ୍ତି । ସେ ଏହି ଅବସରରେ କହିଛନ୍ତି ଏହି ସଂକଳନର ପ୍ରତ୍ୟେକ ଅଂଶ ମଧ୍ୟପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାପତ୍ୟ ମର୍ଯ୍ୟାଦାକୁ ପ୍ରତିଫଳିତ କରୁଥିବା ଏକ କଳାକୃତି । ବ୍ୟକ୍ତିଗତ ଭାବରେମୁଁ ହୀରା ହାର ଡିଜାଇନକୁ ବହୁତ ପସନ୍ଦ କରେଏହାର ଡିଜାଇନ ଗୁଡ଼ିକ ଉଜ୍ଜୈନର ବିଭିନ୍ନ ମନ୍ଦିରର ଉପାଦାନ ଗୁଡ଼ିକୁ ସୁନ୍ଦର ଭାବରେ ମିଶ୍ରଣ କରେ ଏହା କେବଳ ଅଳଙ୍କାର ନୁହେଁଟ୍ଟ ଏହା ପରମ୍ପରା ଏବଂ ସୌନ୍ଦର୍ଯ୍ୟର ପ୍ରକୃତ ପ୍ରତୀକ ଯାହା ପ୍ରତ୍ୟେକ ପୋଷାକରେ ରହିବା ନିହାତି ଆବଶ୍ୟକ ।

ସଠିକତାର ସହ ପ୍ରସ୍ତୁତ ହୋଇଥିବା ବିନ୍ଧ୍ୟ ସଂଗ୍ରହରେ ସୁନା ଓ ହୀରା ପ୍ରଜାତିରେ ଉପଲବ୍ଧ ସୁକ୍ଷ୍ମ ଭାବରେ ପ୍ରସ୍ତୁତ ଚୋକରଠାରୁ ଆରମ୍ଭ କରି ଜଟିଳ ଭାବରେ ଡିଜାଇନ୍‌ କରାଯାଇଥିବା ଚୁଡ଼ି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅଳଙ୍କାର ସାମଗ୍ରୀ ଉପଲବ୍ଧ ରହିଛି । ବିନ୍ଧ୍ୟ ସଂଗ୍ରହ କେବଳ ଅଳଙ୍କାର ନୁହେଁଟ୍ଟ ଏହା ହେଉଛି ପରମ୍ପରାସୌନ୍ଦର୍ଯ୍ୟ ଏବଂ କାଳଜୟୀ ସୌନ୍ଦର୍ଯ୍ୟର ଏକ ଉତ୍ସବ । ପର୍ବପର୍ବାଣୀ ଅବସରରେ ପାରମ୍ପରିକ ଶାଢୀ ସଜ୍ଜିତ କରିବା କିମ୍ବା ସମସାମୟିକ ପୋଷାକ ତଥା ଦୈନନ୍ଦିନ ପୋଷାକରେ ଗ୍ଲାମରର ସ୍ପର୍ଶ ଯୋଡ଼ିବା ପାଇଁ ଉପଯୁକ୍ତପ୍ରତ୍ୟେକ କଳାରେ ସୁନ୍ଦରତା ଏବଂ ସୌନ୍ଦର୍ଯ୍ୟର ପରିଚୟ ମିଳେଯାହା ଅକ୍ଷୟ ତୃତୀୟାକୁ ଷ୍ଟାଇଲର ସହିତ ପାଳନ କରିବା ପାଇଁ ଆଦର୍ଶ କରିଥାଏ ।


ଭାରତର ବିବିଧ ଅଂଚଳପରମ୍ପରାସ୍ଥାପତ୍ୟ ଏବଂ କାରିଗରୀ ଉପରେ ଆଲୋକପାତ କରୁଥିବା ରିଲାଏନ୍ସ ଜୁଏଲ୍ସ ଅସାଧାରଣ ସିରିଜ୍‌ ଜୁଏଲ୍ସ ଅଫ୍‌ ଇଣ୍ଡିଆ” ରେ ବିନ୍ଧ୍ୟ କଲେକ୍‌ସନ ଏକ ସଦ୍ୟତମ ସଂଯୋଗ । ମଧ୍ୟପ୍ରଦେଶର କଳାତ୍ମକ ଚତୁରତା ଓ କାଳଜୟୀ ସୌନ୍ଦର୍ଯ୍ୟରୁ ବିନ୍ଧ୍ୟ ପ୍ରେରଣା ପାଇଥିବା ବେଳେ ଏହି ସିରିଜର ପୂର୍ବ ଆଠଟି ସଂକଳନ ଭାରତର ସୌନ୍ଦର୍ଯ୍ୟର ପ୍ରମାଣ ପାଲଟିଛି ।

 

•       ସ୍ୱର୍ଣ୍ଣ ବଙ୍ଗ କଲେକ୍‌ସନ ବଙ୍ଗଳାର କାବ୍ୟ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।

•       ଚୋଳ ସାମ୍ରାଜ୍ୟର ରାଜଧାନୀ ତଞ୍ଜାଭୁରର ଐତିହାସିକ ସମୃଦ୍ଧିରେ ଥାଞ୍ଜାଭୁର କଲେକ୍‌ସନ ପ୍ରେରଣା ପାଇଥିଲା ।

•       ମହାଳୟା କଲେକ୍‌ସନ ମହାରାଷ୍ଟ୍ରର ଭବ୍ୟତାକୁ ପ୍ରତିପାଦିତ କରିଛି ।

•       ରଣକାର କଲେକ୍‌ସନ କଚ୍ଛର ରଣର ଅତ୍ୟନ୍ତ ସୌନ୍ଦର୍ଯ୍ୟକୁ ଆବଦ୍ଧିତ କରିଛି ।

•       ବନାରସର ମହିମାରେ ଚମକି ଉଠିଛି କାଶ୍ୟାମ କଲେକ୍‌ସନ ।

•       ଉକ୍ରଳ ସଂଗ୍ରହ ଉପକୂଳ ଓଡ଼ିଶାର ଜୀବନ୍ତତାକୁ ଜାଗ୍ରତ କରେଏହା ସହିତ ଅତୁଲ୍ୟା କଲେକ୍‌ସନରେ ରାଜସ୍ଥାନର ରାଜ ଐତିହ୍ୟ ଏବଂ ମୋଗଲ ଯୁଗର ଐଶ୍ୱର୍ଯ୍ୟ ପ୍ରଦର୍ଶିତ ହୋଇଛି ।

•       ଏବଂ ଅପୂର୍ବମ୍‌ ସଂଗ୍ରହରେ ହମ୍ପିର ସ୍ଥାପତ୍ୟ ମହିମାକୁ ଚିତ୍ରିତ କରାଯାଇଛି ।

ବିନ୍ଧ୍ୟ କଲେକ୍ସନ ଏବେ ସମସ୍ତ ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଉପଲବ୍ଧ । ଗ୍ରାହକମାନେ ଏହି ଅକ୍ଷୟ ତୃତୀୟା ଋତୁରେ ସମୃଦ୍ଧି ଏବଂ ସମ୍ପଦ ଆଣିବା ସହିତ ଏହି ଆକର୍ଷଣୀୟ ପିସ୍‌ ଗୁଡିକ ସହିତ ନିଜକୁ ଆକର୍ଷଣୀୟ ଭାବରେ ସଜ୍ଜିତ କରିପାରିବେ । 

ବିନ୍ଧ୍ୟ କଲେକ୍‌ସନ ବିଷୟରେ:

ରିଲାଏନ୍ସ ଜୁଏଲସର ବିନ୍ଧ୍ୟ ସଂଗ୍ରହ ମଧ୍ୟପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଉକ୍ରୃଷ୍ଟ କାରିଗରୀରୁ ପ୍ରେରିତ ଐତିହ୍ୟ ଏବଂ ଆଧୁନିକତାର ଏକ ଆକର୍ଷଣୀୟ ମିଶ୍ରଣ । ଐତିହାସିକ ସ୍ଥାନ ଓ ପୌରାଣିକ କାହାଣୀରୁ ପ୍ରେରଣା ନେଇ ପ୍ରତ୍ୟେକ ଆଇଟମରେ ଏହି ଅଂଚଳର କାଳଜୟୀ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟକୁ ଦର୍ଶାଯାଇଛି । ସୂକ୍ଷ୍ମ ଭାବରେ ପ୍ରସ୍ତୁତ ଚୋକର ଠାରୁ ଆରମ୍ଭ କରି ଜଟିଳ ଭାବରେ ଡିଜାଇନ୍‌ ହୋଇଥିବା କାନଫୁଲ ଏବଂ ଚୁଡ଼ି ପର୍ଯ୍ୟନ୍ତବିନ୍ଧ୍ୟ ସଂଗ୍ରହରେ ସୁନା ଏବଂ ହୀରା ଅଳଙ୍କାରର ଏକ ଚମକ୍ରାର କଲେକ୍‌ସନ ଉପଲବ୍ଧ ରହିଛିଯାହା ଏହାର ପୃଷ୍ଠପୋଷକମାନଙ୍କ ଜୀବନରେ ସମୃଦ୍ଧି ଏବଂ ଉତ୍ସବକୁ ଆମନ୍ତ୍ରଣ କରେ ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ :  

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍‌ ଲିମିଟେଡ୍‌ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର । ଏହାର ୪୦୦ତ୍କ ଫ୍ଲାଗସିପ୍‌ ସୋରୁମ୍‌ ଓ ସପ୍‌-ଇନ-ସପ୍‌ ସାରା ଭାରତର ୨୦୦ତ୍କ ସହରରେ ରହିଛି । ଏହି ବ୍ରାଣ୍ଡରେ ଅନେକ ଡିଜାଇନର ସୁନାହୀରା ଓ ରୂପା ଗହଣାର କଲେକ୍‌ସନ ରହିଛି । ଡିଜାଇନ୍‌ ଓ କାରିଗରୀ ଉପରେ ଧ୍ୟାନ ପ୍ରଦାନ କରିବା ସହିତଏହି ବ୍ରାଣ୍ଡ ଏହାର ଗ୍ରାହକ ମାନଙ୍କୁ ଏକ୍ସକ୍ଲୁସିଭ୍‌ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରୁଛି ଯାହାକି ଭାରତରଐତିହ୍ୟର କଳାକୃତି ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅଟେ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.