ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଲକାତାର ସମୁଦ୍ର ତଟରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ଆରମ୍ଭ, ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି

ଢାକା/ କୋଲକାତା – ବାତ୍ୟା ରେମାଲ କରିଛି ଲ୍ୟାଣ୍ଡଫଲ୍‌। ପଶ୍ଚିମବଙ୍ଗ ଓ ବାଂଲାଦେଶର ତଟୀୟ ଅଞ୍ଚଳରେ ବାତ୍ୟା ଆରମ୍ଭ କରି ଦେଇଛି ତାର ତାଣ୍ଡବ। ବାତ୍ୟାର କେନ୍ଦ୍ର ସମୁଦ୍ର ତଟ ଠାରୁ ୨୦ କିଲୋମିଟର ଦୂରରେ ରହିଛି। ଆଗାମୀ ୩ଘଣ୍ଟା ଯାଏ ଲ୍ୟାଣ୍ଡଫଲ ଜାରି ରହିବ। 

ସେପଟେ ବାତ୍ୟାରୁ ବର୍ତ୍ତିବା ପାଇଁ ପଶ୍ଚିମବଙ୍ଗରେ ଏନଡିଆରଏଫ୍‌ର ମୋଟ ୧୪ଟି ଟିମ୍‌କୁ ମୁତୟନ କରାଯାଇଛି। ବାତ୍ୟାର ବେଗ ୧୧୦-୧୨୦ କି.ମି ପ୍ରତି ଘଣ୍ଟାରୁ ନେଇ ୧୩୫ କିମି ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ବାତ୍ୟାକୁ ନେଇ ପଶ୍ଚିମବଙ୍ଗର ରାଜ୍ୟପାଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଏସଓପିର ପାଳନ କରିବାକୁ ଅନୁରୋଧ କରିଛନ୍ତି। 

ରାଜ୍ୟପାଳ ଡ. ସିଭି ଆନନ୍ଦ ବୋଷ କହିଛନ୍ତି , ସେ ସ୍ଥିତି ଉପରେ ନଜର ରଖିଛନ୍ତି। ଏଥ୍ରରୁ ବର୍ତ୍ତିବା ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ବିଶେଷଜ୍ଞଙ୍କ ସହ ଲଗାତାର ସଂପର୍କରେ ରହିଛନ୍ତି। ସେପଟେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏହି ବାତ୍ୟାର ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.