ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଜ ରାଷ୍ଟ୍ରରେ ଟ୍ରମ୍ପଙ୍କ ଠାରୁ ହାରିଲେ, ତଥାପି ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି ନିକ୍କି ହେଲି

image source: TV9

ନୂଆଦିଲ୍ଲୀ,୨୫/୦୨: ଚଳିତ ବର୍ଷର ଶେଷ ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଜୋ ବାଇଡେନଙ୍କ ଆଗରେ ପ୍ରାର୍ଥୀ ହେବା ପାଇଁ ଜାନୁଆରୀରୁ କଶରତ ଆରମ୍ଭ ହୋଇଥିଲା। ଏହି ଲଢ଼ୋଇରେ ନିକ୍କି ହେଲି ଏବଂ ଡୋନାଲ୍ଡ ଟ୍ରମ୍ପ ମୁହାଁମୁହିଁ ହୋଇଛନ୍ତି। ନିକଟରେ ଦକ୍ଷିଣ କାରୋଲିନାରେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ପାଇଁ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଥିଲେ।

ଆଇଓବେ, ନ୍ୟୁ ହାମ୍ପସାୟର୍, ନେଭାଡା, ୟୁଏସ୍‌ ଭର୍ଜିନ ଆଇଲ୍ୟାଣ୍ଡ ଏବଂ ସାଉଥ୍‌ କାରୋଲିନାରେ ଏପର୍ଯ୍ୟନ୍ତ ସମସ୍ତ ପାଞ୍ଚଟି ପ୍ରତିଯୋଗିତାରେ ଟ୍ରମ୍ପଙ୍କ ପଲା ଭାରି ରହିଛି। ଏହା ସତ୍ତ୍ବେ ନିକ୍କି ହେଲି ଏହି ଦୌଡ଼ରୁ ଓହରିଯିବାକୁ ମନା କରି ଦେଇଛନ୍ତି। ହେଲି କହିଛନ୍ତି ଯେ, 'ମୁଁ ଏହି ସପ୍ତାହ ଆରମ୍ଭରୁ କହିଥିଲି ଯେ, ଦକ୍ଷିଣ କାରୋଲିନାରେ ଯାହା ହେଉନା କାହିଁକି ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦୌଡ଼ରେ ରଖିବି। ମୁଁ ମୋ କ‌ଥାରେ ଅଟଳ ରହିଥିବା ଜଣେ ମହିଳା।' ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ପାଇଁ ଏହି ଦୌଡ଼ରେ ଡୋନାଲ୍ଡ ଟ୍ରମ୍ପ, ନିକ୍କି ହାଲି, ରାମାସ୍ୱାମୀ ଏବଂ ରୋନ୍ ଡିସାଣ୍ଟିସ୍ ସାମିଲ ହୋଇଥିଲେ, କିନ୍ତୁ ଏହି ଦୌଡ଼ରୁ ରାମସ୍ୱାମୀ ଏବଂ ରୋନ୍ ଡିସାଣ୍ଟିସ୍  ବାଦ୍‌ ପଡ଼ିଛନ୍ତି। ବର୍ତ୍ତମାନ ନିକ୍କି ହିଁ ଏକମାତ୍ର ନେତା ଯିଏ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରୁଥିଲେ, କିନ୍ତୁ ଏହି ନିର୍ବାଚନରେ ହାରିବା ପରେ ନିକ୍କି ରାଷ୍ଟ୍ରପତି ନିର୍ବାଚନରୁ ବାଦ ପଡ଼ିବେ ବୋଲି ଆଶା କରାଯାଉଛି।

ନିଜ ରାଜ୍ୟରେ ପରାଜୟ:

ସୂଚନାଥାଉକି, ନିକ୍କି ହେଲି ୨୦୧୦ ମସିହାରେ ଦକ୍ଷିଣ କାରୋଲିନାର ରାଜ୍ୟପାଳ ରହିଥିଲେ ଏବଂ ଏହା ହେଉଛି ତାଙ୍କ ଗୃହ ରାଜ୍ୟ। ନିକ୍କି ଆଶା କରିଥିଲେ ଯେ ସେ ଏଠାରେ ପୂର୍ଣ୍ଣ ସମର୍ଥନ ପାଇବେ, କିନ୍ତୁ ତାହା ହୋଇପାରିଲା ନାହିଁ। ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି, ଏସବୁ ସତ୍ତ୍ବେ ଟ୍ରମ୍ପ ଦକ୍ଷିଣ କାରୋଲିନାରେ ବିଜୟର ଧ୍ବଜା ଉଡ଼ାଇଛନ୍ତି। ଫେବୃଆରୀ ୨୪ ରେ ନିକ୍କି ହେଲି ତାଙ୍କ ସମର୍ଥକଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ଏହି ଦୌଡ଼ରୁ ପଛଘୁଞ୍ଚା ଦେବେନାହିଁ। 

ସୁପର ଟ୍ୟୁଜ୍‌ଡେ'ର ଶେଷ ସୁଯୋଗ:

ମତଦାନ ଅନୁଯାୟୀ, ନିର୍ବାଚନରେ ଆଶା କରାଯାଉଥିବା ଅପେକ୍ଷା ହେଲି ଭଲ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ ହେଲି କହିଛନ୍ତି ଯେ ମାର୍ଚ୍ଚ ୫ରେ 'ସୁପର ଟ୍ୟୁଜ୍‌ ଡେ'ରେ ହେବାକୁ ଥିବା ସଂଗ୍ରାମରେ ସେ ଅଂଶଗ୍ରହଣ କରିବେ। ସୁପର ଟ୍ୟୁଜ୍‌ଡେ' ହେଉଛି ଏହି ଦୌଡ଼ରେ ସଫଳତା ହାସଲ କରିବା ପାଇଁ ହେଲିଙ୍କର ଶେଷ ସୁଯୋଗ। ମାର୍ଚ୍ଚ ୫ ରେ, ରିପବ୍ଲିକାନ୍ ପାର୍ଟିର ଲୋକମାନେ ୧୫ ଟି ରାଜ୍ୟ ଏବଂ ଆମେରିକାର ଗୋଟିଏ ଅଞ୍ଚଳରେ ଭୋଟ୍ ଦେବେ। ହେଲି ଚାର୍ଲଷ୍ଟୋନ୍‌ର ଏକ ୱାଚ୍ ପାର୍ଟୀରେ ସମର୍ଥକଙ୍କୁ କହିଛନ୍ତି ଯେ 'ମୁଁ ଆପଣଙ୍କ ପ୍ରତି କୃତଜ୍ଞ ଯେ, ଆମ କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।'

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.