ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

RJD ଜାରି କଲା ନିର୍ବାଚନୀ ଇସ୍ତାହାର, ବିରୋଧୀ ମେଣ୍ଟ ସରକାର ଆସିଲେ ବନ୍ଦ ହେବ ଅଗ୍ନିବୀର ଯୋଜନା

ପାଟଣା: ଲୋକସଭା ନିର୍ବାଚନ ୨୦୨୪ ଲାଗି ଆରଜେଡି ପକ୍ଷରୁ ତେଜସ୍ୱୀ ଯାଦବ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଯେଉଁଥିରେ ଜନତାଙ୍କୁ ୨୪ଟି ପ୍ରତିଶ୍ରୁତି ଦେଇଛନ୍ତି ତେଜସ୍ୱୀ ଯାଦବ । 

ଚାକିରିରୁ ନେଇ ଗରିବୀ, ଦରବୃଦ୍ଧି, ବେରୋଜଗାରୀ କଥା କହିଛନ୍ତି ତେଜସ୍ୱୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସେ କେବେ ଜନତାଙ୍କ ପ୍ରସଙ୍ଗକୁ ଦେଖନ୍ତି ନାହିଁ । ତାଙ୍କୁ ତ କେବଳ ତାଙ୍କ କଥା ଶୁଣାଇବାର ଅଛି । ୧୦ ବର୍ଷରେ ସେ ବିହାରକୁ କଣ ଦେଇଛନ୍ତି ? କାହିଁକି ଦେଇଥିବା ପ୍ରତିଶ୍ରୁତି ପୂରଣ କଲେନି । ଏହା ଉପରେ ଆଲୋଚନା ନ କରି ଏଣୁତେଣୁ ଗପୁଛନ୍ତି ବୋଲି କହିଛନ୍ତି ତେଜସ୍ୱୀ ।

ନିର୍ବାଚନୀ ଇସ୍ତାହାରରେ ବଡ଼ ପ୍ରତିଶ୍ରୁତି ଦେଇଛି ଆରଜେଡି । ତେଜସ୍ୱୀ କହିଛନ୍ତି, ବିରୋଧୀ ମେଣ୍ଟ ସରକାରକୁ ଆସିଲେ ଦେଶରେ ୧ କୋଟି ଲୋକଙ୍କୁ ସରକାରୀ ଚାକିରି ମିଳିବ । ଏବେ ସାରେ ଦେଶରେ ୩୦ ଲକ୍ଷ ସରକାରୀ ପଦ ଖାଲି ପଡ଼ିଛି । ଉକ୍ତ ପଦ ଭରିବା ସହ ୭୦ ଲକ୍ଷ ନୂଆ ପଦ ସୃଷ୍ଟି କରାଯିବ ।

ଏଥିସହ ଆଗାମୀ ରକ୍ଷା ବନ୍ଧନରୁ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଦେଶବ୍ୟାପୀ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ । ବିରୋଧୀ ମେଣ୍ଟ ସରକାରକୁ ଆସିଲେ ଅଗ୍ନିବୀର ଯୋଜନା ବନ୍ଦ ହେବ । ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗାଣ ବିଦ୍ୟୁତ୍ ଯୋଗାଇ ଦିଆଯିବ । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ସହ ୬୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଦେବୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.