ନୂଆଦିଲ୍ଲୀ, ୨୯/୯ : ମଧ୍ୟପ୍ରଦେଶର ମେହରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଉତ୍ତରପ୍ରେଦେଶର ପ୍ରୟାଗରାଜରୁ ନାଗପୁର ଯାଉଥିବା ଏକ ଲଗଜୁରୀ ବସ ପଥର ଲୋଡ଼ କରି ଥିବା ଟ୍ରକ୍ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ମେହର ଜିଲ୍ଲାର ନାଦନ ନିକଟରେ ହୋଇଥିଲା ।
ଆହତଙ୍କୁ ମେହର ଅମରପାଟନ ଏବଂ ସତନାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତକ ସଂଖ୍ୟା ବଢିପାରେ । କାରଣ କେତେକ ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଦୁର୍ଘଟଣାର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କିନ୍ତୁ ଏଭଳି ଆଶଙ୍କା କରାଯାଉଛି କି ଡ୍ରାଇଭରର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି ।