ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ଭୟାନକ ଦୁର୍ଘଟଣା, ଖାଇକୁ ମିନିଟ୍ରକ ଖସି ୫ ପିଲାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ...

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆଜି (ଶନିବାର) ଏକ ଭୟାନକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ମିନି ଟ୍ରକ ରାସ୍ତାକଡ ଖାଇକୁ ଖସି ପଡିଛି । ଏହି ସମୟରେ ଏଥିରେ ଯାତ୍ରା କରୁଥିବା ପାଞ୍ଚ ଜଣ ପିଲାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି କୁହାଯାଉଛି । ଏହି ଦୁଃଖଦ ଦୁର୍ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ ।

'ରେସକ୍ୟୁ -1122' ଅନୁଯାୟୀ, ଏହି ମିନି ଟ୍ରକ୍ ଖୈବର ପଖତୁନଖୱା ପ୍ରଦେଶର ବନୁ ଜିଲ୍ଲାରୁ ପଞ୍ଜାବର ଖୁଶାବ ଜିଲ୍ଲା ଆଡକୁ ଆସୁଥିଲା । ଲାହୋର ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଖୁଶାବର ପେଞ୍ଚ ପିର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ମିନି ଟ୍ରକ୍ ରାସ୍ତାରୁ ଖସି ଏକ ଖାଇକୁ ଖସିପଡିବା କାରଣରୁ ଏହି ଦୁର୍ଘଟଣା ଘଟିଛି । 

ଜଣେ ଅଧିକାରୀ କହିଛନ୍ତି ଯେ “ପାଞ୍ଚ ପିଲାଙ୍କ ସମେତ ୧୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ନଅ ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। '' କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ମିନି ଟ୍ରକର ଡ୍ରାଇଭର ଦ୍ରୁତ ଗତିରେ ଆସୁଥିଲେ । ଆଉ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ ମୃତ୍ୟୁକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ଉଚିତ ବୋଲି ନୱାଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.