ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପୋଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା, ପୁରୁଣା କଏନ ଏବଂ ଦାମୀ ଘଣ୍ଟା

ଭୁବନେଶ୍ୱର,୦୬/୦୯: ଦିନ ଦ୍ୱିପ୍ରହରରେ ପୋଲିସ ଘରେ କଳାକନା ବୁଲାଇଲେ ଲୁଟେରା । ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଚୋର । ପରେ ଘରର ଗଡ୍ରେଜ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା, ୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ ସହ ଦାମୀ ଘଣ୍ଟା । ଭୁବନେଶ୍ୱର ଲୋୟର ପିଏମଜି ଛକ ପଛପଟ ୨୯/୪ ନମ୍ୱର କ୍ୱାର୍ଟରରେ ଏଭଳି ଘଟଣା ଘଟିଛି । 

ସୂଚନା ଅନୁଯାୟୀ, ଗୁରୁବାର ଦିନ ଦ୍ୱିପ୍ରହରରେ ପୋଲିସ ବାବୁଙ୍କ ଘରେ ତାଙ୍କ ପରିବାରର ସଦସ୍ୟ ଉପସ୍ଥିତ ନଥିଲେ । ଏହାର ମଉକା ଉଠାଇ ଘରେ ପଶିଥିଲେ ଚୋର । କ୍ୱାର୍ଟର ଘରର ତାଲା ଭାଙ୍ଗି ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ । ଘରର ଗଡ୍ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା,୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ ସହ ଦାମୀ ଘଣ୍ଟା ଲୁଟି ନେଲେ ଚୋର । ପରେ ଘରେ ପହଞ୍ଚି ଏହି ଲୁଟ୍‌ ହୋଇଥିବାର ଦେଖିବାକୁ ପାଇଥିଲେ ପୋଲିସ ଏବଂ ତାଙ୍କ ପରିବାର ଲୋକେ । ଏହା ଦେଖି ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଜାରି ରଖିଛି ଖାରବେଳ ନଗର ଥାନା ପୋଲିସ । ଲୁଟେରା ମାନେ କିଏ କେଉଁ ଅଞ୍ଚଳର ସେନେଇ ଖୋଳତାଡ଼ କରୁଛି ପୋଲିସ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.