ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାୟାମୀ ଓପନ: ଇତିହାସ ରଚିଲେ ବୋପାନ୍ନା,ବୟୋଜ୍ୟେଷ୍ଠ ଖେଳାଳି ଭାବେ ଜିତିଲେ ଏଟିପି ମାଷ୍ଟର୍ସ ୧୦୦୦ ଟାଇଟଲ୍‌

ମାୟାମୀ,୦୧/୦୪: ଭାରତର ଭେଟେରାନ ଖେଳାଳି ରୋହନ ବୋପାନ୍ନା  ଚଳିତ ମାୟାମୀ ଓପନର ପୁରୁଷ ଡବଲ୍ସ ଚାମ୍ପିଅନ୍‌ ହୋଇ ଇତିହାସ ରଚିଛନ୍ତି । ସେ  ବେୟୋଜ୍ୟେଷ୍ଠ ଖେଳାଳି ଭାବେ ଏଟିପି  ୧୦୦୦ ଟାଇଟଲ୍‌ ଜିତି ନିଜ ନାମରେ  ଥିବା ପୂର୍ବ ରେକର୍ଡ଼ ଭଙ୍ଗ କରିଛନ୍ତି ।  ବୋପାନ୍ନାଙ୍କୁ ଏବେ ୪୪ ବର୍ଷ ବୟସ ।  ସେ ଗତ ଇଣ୍ଡିଆନ୍‌ ୱେଲ୍ସରେ ୪୩ବର୍ଷ  ବୟସରେ ଡବଲ୍ସ ଚାମ୍ପିଅନ୍‌ ହୋଇଥିଲେ । 

ପୁରୁଷ ଡବଲ୍ସ ଫାଇନାଲ୍‌ରେ  ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ  ମାଥ୍ୟୁ ଏବଡେନ ଯୋଡ଼ି ୬-୩ (୩-୭),  ୬-୩, ୧୦-୬ ସେଟ୍‌ରେ କ୍ରୋଏସିଆର  ଇଭାନ ଡୋଡିଗ୍‌ ଓ ଆମେରିକାର ଅଷ୍ଟିନ  କ୍ରାଜିସେକ୍‌ ଯୋଡ଼ିଙ୍କୁ ପରାସ୍ତ କରିଥିଲେ ।  ଏହି ମ୍ୟାଚ୍‌ ଜିତିବା ପାଇଁ ଟପ୍‌ ସିଡ  ଯୋଡ଼ିଙ୍କୁ ୧ଘଣ୍ଟା ୪୪ମିନିଟ୍‌ ଲାଗିଥିଲା ।  ଟାଇଟଲ୍‌ ସଫଳତା ସହ ବୋପାନ୍ନାଏବଡେନ ଯୋଡ଼ି ଏଟିପି ମାନ୍ୟତା  ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । 

ବୋପାନ୍ନା କ୍ୟାରିୟରରେ ଷଷ୍ଠ  ଏଟିପି ମାଷ୍ଟର୍ସ ୧୦୦୦ ଟାଇଟଲ  ଜିତିଛନ୍ତି । ଚଳିତ ସିଜନରେ ଏହା  ତାଙ୍କର ଦ୍ୱିତୀୟ ଏଟିପି ମାଷ୍ଟର୍ସ ୧୦୦୦  ଟାଇଟଲ ରହିଥିଲା । ପୂର୍ବରୁ ସେ ଇଣ୍ଡିଆନ୍‌  ୱେଲ୍ସ ଟାଇଟଲ୍‌ ହାସଲ କରିଥିଲେ ।  ବୋପାନ୍ନା ଚତୁର୍ଥ ଭାରତୀୟ ଭାବେ  ମାୟାମୀ ଓପନ ଚାମ୍ପିଅନ୍‌ ହୋଇଛନ୍ତି ।  ପୂର୍ବରୁ ଲିଆଣ୍ଡର ପେସ୍‌ (୨୦୧୦,  ୨୦୧୧, ୨୦୧୨), ମହେଶ ଭୂପତି  (୨୦୧୧) ଏବଂ ସାନିଆ ମିର୍ଜା (୨୦୧୫)  ଏହି ସଫଳତା ଲାଭ କରିଥିଲେ । କଲିନ୍ସ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍‌: ମହିଳା ବର୍ଗରେ ଆମେରିକାର  ଡାନିଏଲ କଲିନ୍ସ ଚାମ୍ପିଅନ୍‌ ହୋଇଛନ୍ତି ।  ଫାଇନାଲ୍‌ରେ ସେ ସିଧାସଳଖ  ୭-୫, ୬-୩ ସେଟ୍‌ରେ ଚତୁର୍ଥ ସିଡ୍‌  କାଜାଖସ୍ତାନର ଏଲେନା ରିବାକିନାଙ୍କୁ  ହରାଇ କ୍ୟାରିୟରରେ ପ୍ରଥମ ଡବ୍ଲ୍ୟୁଟିଏ  ମାଷ୍ଟର୍ସ ୧୦୦୦ ଟାଇଟଲ୍‌ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.