ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ବିଶ୍ବ ବିଜେତା ହେବା ପରେ ରୋହିତ ଶର୍ମା ପିଚକୁ କଲେ ନମସ୍କାର, ସଚିନଙ୍କୁ ମନେ ପକାଇଦେଲେ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୩୦/୬ : ବାରବାଡୋସରେ ଭାରତ ଟି-୨୦ ବିଶ୍ବକପର ଫାଇନାଲ ସାଉଥ ଆଫ୍ରିକାକୁ ୭ରନରେ ହରାଇ ଦ୍ବିତୀୟ ଥର ଟି-୨୦ ବିଶ୍ବକପର ତାଜ୍ ହାତେଇଛି । ଧୋନୀଙ୍କ ପରେ ରୋହିତ ଶର୍ମା ଏଭଳି ଅଧିନାୟକ ହୋଇଛନ୍ତି ଯାହାଙ୍କ ଅଧିନାୟକତ୍ବରେ ଭାରତ ଟି-୨୦ବିଶ୍ବକପର ତାଜ୍ ନିଜ ନାଁରେ କରିଛି । ପ୍ରକାଶ ଯେ, ବିଜୟ ପରେ ଅଧିନାୟକ ରୋହିତ ଶର୍ମା ବହୁ ଇମୋଶନାଲ ନଜର ଆସିଥିଲେ । ଯାହାର ଭିଡ଼ିଓ ଏବେ ଆଇସିସି ବି ସେୟାର କରିଛି ।  ଆଇସିସି ଏକ ଭିଡ଼ିଓ ସେୟାର କରିଛି ଯେଉଁଥିରେ ରୋହିତ ଶର୍ମା ବିଶ୍ବ ବିଜେତା ହେବା ପରେ ବାରବାଡୋସର ପିଚକୁ ଜୁହାର ହେଉଥିବା ଦେଖାଯାଉଛି ଏବଂ ପିଚର ମାଟିକୁ ମୁହଁରେ ଲଗାଇ ନିଜ ଖୁସିକୁ ଜାହିର କରିଛନ୍ତି । ରୋହିତଙ୍କ ଏହି ଦୃଶ୍ୟ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛି । ଫ୍ୟାନ୍ସ ତାଙ୍କର ଦୃଶ୍ୟକୁ ଭରପୁର ତାରିଫ କରୁଛନ୍ତି ।

ପ୍ରକାଶ ଯେ, ରୋହିତ ଶର୍ମା ବି ଏବେ ଟି-୨୦ ଅନ୍ତର୍ଜାତୀୟ ଖେଳରୁ ନିଜକୁ ଦୂରେଇ ଦେଇଛନ୍ତି । ବିଶ୍ବ ବିଜେତା ହେବା ପରେ ରୋହିତ ଗଣମାଧ୍ୟମକୁ ନିଜର ବାର୍ତ୍ତା ଦେବା ସମୟରେ ଏହି କଥାର ସୂଚନା ଦେଇଥିଲେ । ରୋହିତ କହିଥିଲେ କି, ଏହା ମୋର ଶେଷ ମ୍ୟାଚ ବି ଥିଲା । ଯେବେଠାରୁ ମୁଁ ଏହି ଫର୍ମାଟରେ ଖେଳି ଆରମ୍ଭ କଲି ମୁଁ ଏହାକୁ ଉପଭୋଗ କରିଛି । ଏହି ଫର୍ମାଟକୁ ଗୁଡବାଏ କହିବା ପାଇଁ ଏହାଠାରୁ ଭଲ ସମୟ ହୋଇନପାରେ । ମୋତେ ଏହାର ପ୍ରତି ମୂହୁର୍ତ୍ତ ପସନ୍ଦ ଅଟେ । ମୁଁ ଏହି ଫର୍ମାଟ ସହ ଇଣ୍ଡିଆ ଟିମରେ ନିଜ କ୍ୟାରିୟର ଆରମ୍ଭ କରିଥିଲି । ମୁଁ କପ୍ ଜିତିବାକୁ ଚାହୁଁଥିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.