ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋହଲିଙ୍କ ଅପରାଜିତ ୮୩ ରନ୍‌ ବେକାର, ସହଜ ବିଜୟ ହାସଲ କଲା କେକେଆର

Image Courtesy: espncricinfo

ବେଙ୍ଗାଲୁରୁ: ଆରସିବିକୁ ପରାଜୟର ରାସ୍ତା ଦେଖାଇଲା କେକେଆର । ବିରାଟ କୋହଲିଙ୍କ ଅପରାଜିତ ୮୩ ରନ୍‌ ବେକାର ଯାଇଥିବା ବେଳେ କେକେଆର ସହଜ ବିଜୟ ହାସଲ କରିଛି । କେବଳ ୩ ଓ୍ବିକେଟ ହରାଇ ଦଳ ବିଜୟୀ ହୋଇଛି । ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିବା କୋଲକାତା ୧୬.୫ ଓଭରରେ ବିଜୟୀ ହୋଇଥିବା ବେଳେ ଭେଙ୍କଟେଶ ଆୟର ବିସ୍ଫୋରକ ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି । ୩୦ ବଲରୁ ୪ ଛକା ଏବଂ ୩ ଚୌକା ସହ ସେ ୫୦ ରନ୍ କରିଛନ୍ତି  । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରାୟଣ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ୨୨ ବଲରୁ ୫ ଛକା ଏବଂ ୨ ଚୌକା ସହ ୪୭ ରନ କରିଥିଲେ ନାରିନ୍‌ । ଫିଲିପ୍‌ ସଲ୍ଟ ୩୦ ରନ୍‌ କରିଥିଲେ । ଶ୍ରେୟସ ଆୟରଙ୍କ ଅପରାଜିତ ୩୯ ରନ୍ ଏବଂ ରିଙ୍କୁ ସିଂହ (୫) ଦଳକୁ ସହଜ ବିଜୟ ଦେଇଛନ୍ତି । 

 ଆଜିର ମ୍ୟାଚ୍‌ରେ କେକେଆର ବ୍ୟାଟରଙ୍କ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ ଆରସିବି ବୋଲର । ମହମ୍ମଦ ସିରାଜ୍‌ ୪୬ ରନ୍‌ ଦେଇଥିବା ବେଳେ ଓ୍ବିକେଟ ନେବାରେ ବିଫଳ ହୋଇଥିଲେ । ୟଶ ଦୟାଲ ୪୬ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ । ମୟଙ୍କ ଦଗର ଏବଂ ବିଜୟକୁମାର ବୈଶାଖ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଶେଷରେ କେକେଆର ୧୬.୫ ଓଭରରେ ୧୮୬ ରନ୍‌ କରି ବିଜୟୀ ହୋଇଛି । 

 ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କେକେଆର । ଏହା ପରେ ବ୍ୟାଟିଂପାଇଁ ପଡ଼ିଆକୁ ଆସିଥିବା ଆରସିବି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୮୨ ରନ୍‌ କରିଥିଲା । କେକେଆର ସାମ୍ନାରେ ୧୮୩ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଥିଲା ଆରସିବି । ଆଜିର ମ୍ୟାଚ୍‌ରେ ବିରାଟ କୋହଲି ବିଶାଳ ସ୍କୋର କରିଥିଲେ ।  ୫୯ ବଲ୍‌ରୁ ଅପରାଜିତ ୮୩ ରନ୍‌ କରିଥିଲେ କିଙ୍ଗ କୋହଲି ।  ୪ ଛକା ଏବଂ ୪ ଚୌକା ସହ ଏହି ରନ୍‌ କରିଥିଲେ ବିରାଟ । ହେଲେ ତାଙ୍କର ଏହି ବିଶାଳ ସ୍କୋର ବେକାର ଯାଇଛି ।  

 ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପ୍ରଥମେ ଆରସିବି ବ୍ୟାଟିଂ ବପିର୍ଯ୍ୟୟର ସାମ୍ନା କରିଥିଲା । ଦଳୀୟ ସ୍କୋର ୧୭ ରନ୍‌ ଥିବା ବେଳେ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ଆଉଟ୍‌ ହୋଇଥିଲେ । ୬ ବଲରେ ମାତ୍ର ୮ ରନ୍ କରି ପାଭିଲିୟନ୍‌ ଫେରିଥିଲେ ଡୁପ୍ଲେସିସ୍‌ । ତାଙ୍କ ପରେ କ୍ୟାମେରନ୍‌ ଗ୍ରୀନ୍‌ ୩୩ ରନ୍‌ କରି ଆଉଟ ହୋଇଥିବା ବେଳେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୨୮ ରନ୍‌ରେ ଅଟକି ଯାଇଥିଲେ । ତାପରେ ପରେ ରଜତ ପଟିଦାର ଏବଂ ଅନୁଜ ରାଓ୍ବାତ ଆଉଟ  ହୋଇଥିଲେ ।

 ସେପଟେ ବିରାଟ କୋହଲି କିନ୍ତୁ ନିଜର ଜଲଓ୍ବା ଦେଖାଇଥିଲେ । ଅପରାଜିତ ୮୩ ରନ୍‌ କରି କୋହଲି ଆରସିବି ଫ୍ୟାନଙ୍କୁ ଖୁସି କରାଇ ଦେଇଥିଲେ । ଅନ୍ୟପଟେ କେକେଆର ଟିମର ବୋଲର ହର୍ଷିତ ରାଣା ଏବଂ ଆଣ୍ଡ୍ରେ ରସେଲ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିଭଳି ସୁନୀଲ ନାରାୟଣ ୪୦ ରନ୍ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଚଳିତ ଆଇପିଏଲର ସବୁଠାରୁ ଦାମୀ ବୋଲର ମିଚେଲ୍ ଷ୍ଟାର୍କ ସର୍ବାଧିକ ୪୭ ରନ୍‌ ଦେଇଥିବା ବେଳେ ଗୋଟିଏ ବି ଓ୍ବିକେଟ ନେବାରେ ସଫଳ ହୋଇନଥିଲେ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.