ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଏବେବି ଲୋକେ ଚାପି ରଖିଛନ୍ତି ୭୫୮୧ କୋଟିର ୨୦୦୦ଟଙ୍କିଆ ନୋଟ...ଆରବିଆଇର ବଡ଼ ଅପଡେଟ୍‌

ନୂଆଦିଲ୍ଲୀ – ଭାରତୀୟ ରିଜର୍ଭ ବ୍ୟାଙ୍କ ( RBI) ଦ୍ୱାରା ଦେଶରେ ସର୍କୁଲେସନରୁ ବାହାର କରାଯାଇ ଥିବା ୨୦୦୦ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଇଛି। ଗତ ବର୍ଷ ମେ ମାସରେ ଏହି କରେନ୍ସି ନୋଟ ପ୍ରଚଳନକୁ ବାହାର କରାଯାଇ ଥିଲା, କିନ୍ତୁ  ଏବେସୁଦ୍ଧା ବଜାରରେ ଥିବା ୧୦୦ ପ୍ରତିଶତ ନୋଟ୍‌ର ଫେରସ୍ତ ହୋଇ ପାରିନାହିଁ। ଆରବିଆଇ ଜୁଲାଇ ମାସର ପ୍ରଥମ ଦିନରେ ଏହି ବିଷୟରେ ଡିଟେଲ ସେୟାର କରି କହିଛି କି, ଏବେବି ଦେଶରେ କିଛି ଲୋକେ ୭୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ଚାପି ବସିଛନ୍ତି।

ପିଟିଆଇ ମୁତାବିକ, ସୋମବାର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ୨୦୦୦ଟଙ୍କିଆ ନୋଟ୍‌ର ଫେରସ୍ତର ଯେଉଁ ଡାଟା ଦେଇଛି, ଏହି ମୁତାବିକ, ଏହି କରେନ୍ସି ନୋଟ୍‌କୁ ପ୍ରଚଳନରୁ ବାହାର କରାଯିବା ପରେ ଏବେ ବି ୯୭.୮୭ ପ୍ରତିଶତ ନୋଟ୍‌ ବିଁ ବ୍ୟାଙ୍କିଂ ପ୍ରୋସେସରେ ଫେରିଛି, ହେଲେ ଆଉ ୨.୧୩ ପ୍ରତିଶତ ନୋଟ୍‌ ଲୋକଙ୍କ ପାଖରେ ରହି ଯାଇଛି। ଏହି ଦୁଇ ପ୍ରତିଶତରୁ ଅଧିକ ନୋଟ୍‌ର ମୂଲ୍ୟ ୭,୫୮୧କୋଟି ଟଙ୍କା ଥିବାର କୁହାଯାଉଛି। 

ଉଲ୍ଲେଖନୀୟ ଯେ, ଗତ ବର୍ଷ ୧୯ ମେ ୨୦୨୩ ରେ ଯେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ୨୦୦୦ଟଙ୍କିଆ ନୋଟ୍‌କୁ ପ୍ରଚଳନରୁ ବାହାର କରିବାକୁ ଘୋଷଣା କରିଥିଲା ,ତ ଏହି ସମୟରେ ମାର୍କେଟରେ ମୋଟ୍ ୩.୫୬ ଲକ୍ଷ କୋଟିର ମୂଲ୍ୟର ୨,୦୦୦ଟଙ୍କିଆର ନୋଟ୍‌ ଥିଲା । ଯାହାକି ୨୯ ଡିସେମ୍ୱର ୨୦୨୩ରେ ଏହି ସଂଖ୍ୟା ହ୍ରାସ ଘଟି କେବଳ ୯,୩୩୦ କୋଟି ଟଙ୍କା ରହିଯାଇ ଥିଲା। ସେପଟେ ଏହାପରେ ନୋଟର ଫେରସ୍ତର ଗତି କିଛି ଧିମା ପଡିଛି ଏବଂ ଏବେ ବି ୭,୫୮୧ କୋଟି ଟଙ୍କାର ନୋଟ୍‌ର ଫେରିବାରୁ ଅପେକ୍ଷା। 

ରିଜର୍ଭ ବ୍ୟାଙ୍କ କ୍ଲିନ୍‌ ନୋଟ୍‌ ପଲିସି ଅନୁସାରେ , ୧୯ ମେ ୨୦୨୩ରେ ଦେଶର ସର୍କୁଲେସନ ରେ ଥିବା ସବୁଠୁ ଅଧିକ ମୂଲ୍ୟର ଏହି ୨୦୦୦ଟଙ୍କିଆ ନୋଟ୍‌କୁ ଫେରସ୍ତ ନେବାର ଘୋଷଣା କରିଥିଲା। ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ସ୍ଥାନୀୟ ବ୍ୟାଙ୍କ ଓ ୧୯ ଆଇବିଆଇ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଏହି ନୋଟ୍‌କୁ ଫେରସ୍ତ କରାଇବା ଓ ବଦଳାଇବା ପାଇଁ ୨୩ ମେ’ରୁ ନେଇ ୩୦ ସେପ୍ଟେମ୍ୱର ୨୦୨୩ ଯାଏ ଧାର୍ଯ୍ୟ ସମୟ ଦେଇଥିଲା। ହେଲେ ଏହା ପରେ ଏହି ଡେଡଲାଇନକୁ ଲଗାତାର ବଢା ଚାଲିଛି। 

କହି ରଖୁଛୁ କି , ଏହି ନୋଟ୍‌ ଗୁଡ଼ିକୁ ଏବେ ବି ବଦଳା ଯାଇ ପାରିବ, ହେଲେ ସ୍ଥାନୀୟ ବ୍ୟାଙ୍କ ଗୁଡ଼ିକରେ ଏହି କାମ ହୋଇ ପାରିବ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି କି ସର୍କୁଲେସନରୁ ବାହାର କରାଯାଇ ଥିବା ଏହି ଗୋଲାପୀ ନୋଟ୍‌କୁ ୧୯ ଆରବିଆଇ ଅଫିସେସ୍‌ , ଯାହା ଅହମ୍ମଦାବାଦ, ବେଙ୍ଗାଲୁରୁ , ବେଲାପୁର , ଭୋପାଳ , ଭୁବନେଶ୍ୱର ,ଚଣ୍ଡିଗଡ଼ , ଚେନ୍ନାଇ , ଗୁୱାହାଟୀ, ହାଇଦ୍ରାବାଦ, ଜୟପୁର , ଜମ୍ମୁ , କାନପୁର , କୋଲକାତା , ଲକ୍ଷ୍ନୌ , ମୁ୍ୱାଇ ,ନାଗପୁର , ନୂଆ ଦିଲ୍ଲୀ , ପାଟନା ଓ ତିରୁଅନନ୍ତପୁରମ୍‌ରେ  ରହିଛି। ଏହା ବ୍ୟତୀତ ଜନତା ନିଜର ନିକଟସ୍ଥ କୌଣସି  ବି ଡାକଘର ମାଧ୍ୟମରେ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ମଧ୍ୟ ଏହି ନୋଟ୍‌ ଦମା କରି ପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.