ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୁକ୍ରବାର ଋକୁଣା ରଥ କାଠ ଅନୁକୂଳ, ଦିନ ୧୧ଟାରୁ ସାଢେ ୧୧ଟା ମଧ୍ୟରେ ପୂଜା ନୀତି

ଭୁବନେଶ୍ୱର,୨୨/୦୩: ଶୁକ୍ରବାର ଦିନ ୧୧ଟାରୁ ସାଢେ ୧୧ଟା ମଧ୍ୟରେ ଋକୁଣା ରଥ ନିର୍ମାଣ ନିମନ୍ତେ କାଠ ଅନୁକୂଳ କରାଯିବ ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର ଜ୍ୟୋତିଷ ନାରାୟଣ ଆଚାର୍ଯ୍ୟ ସମୟ ନିର୍ଦ୍ଧାରଣ କରିଛନ୍ତି । କାଠ ଅନୁକୂଳ ଉତ୍ସବରେ ପାଳିଆ ସେବାୟତଙ୍କ ସମେତ ମନ୍ଦିର କର୍ମଚାରୀମାନେ ଉପସ୍ଥିତ ରହିବେ ବୋଲି ଗୁରୁବାର ମନ୍ଦିର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ  ତଥା ଅତିରିକ୍ତ ଜିଲ୍ଲାପାଳ ରୂଦ୍ର ନାରାୟଣ ମହାନ୍ତିଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୂଡାନ୍ତ  ହୋଇଛି । ବୈଠକେରେ ନିଆଯାଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା ରଥ ହସ୍ତାନ୍ତର ସମୟ ।  

କାରଣ ଗତ ୧୮ ତାରିଖ ଋକୁଣା ରଥ ଯାତ୍ରାର ନୀତି ନିର୍ଘଣ୍ଟ ପ୍ରସ୍ତୁତି ନିମନ୍ତେ ସେବାୟତଙ୍କ ଠାରୁ  ମତାମତ ଆହ୍ୱାନ କରାଯିବା ସମୟରେ ତିନି ପ୍ରମୁଖ  ନିଯୋଗ (ବଡୁ,ପୂଜାପଣ୍ଡା ଓ ବ୍ରାହ୍ମଣ)ପ୍ରତିନିଧି  ମାନେ ସଅଳ ରଥ ହସ୍ତାନ୍ତର କରିବାକୁ ଗୁରୁତ୍ୱ  ଦେଇଥିଲେ । ତେଣୁ ଏହି ବୈଠକରେ ମହାରଣା  ଓ ଅନ୍ୟ ସେବାୟତଙ୍କ ମତାମତ ପରେ ନୀତି  ନିର୍ଘଣ୍ଟ ପ୍ରସ୍ତୁତି ପାଇଁ ଚୁଡାନ୍ତ ହୋଇଥିଲା । ଏହି  ପରିପ୍ରେକ୍ଷୀରେ ମହାରଣା,କମାର,ଦରଜୀ  ଆଦି ସେବାୟତଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ  ରଥ ୧୪ ତାରିଖ ସନ୍ଧ୍ୟାରେ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଜବାବରେ ସେବାୟତ ମାନେ  କହିଥିଲେ ଯେ, ଠିକଣା ସମୟରେ କାଠ ଯୋଗାଇ ଦେଲେ ସମୟ ପୂର୍ବରୁ ରଥ ହସ୍ତାନ୍ତର କରାଯିବ । ଏହିପରି ଭାବେ ସମସ୍ତେ ସବୁକିଛି ସମୟ ପୂର୍ବରୁ  ଦାୟିତ୍ୱ ତୁଲାଇବେ ବୋଲି ରାଜି ହୋଇଥିଲେ ।  

ବୈଠକରେ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର  ପ୍ରଧାନ,ମହେଶ ମହାରଣା,ବଟକୃଷ୍ଣ  ମହାରଣା,ସୋମନାଥ ମହାରଣା,କେଦାରନାଥ ମହାରଣା,ବାସୁଦେବ ମହାରଣା,ବ୍ରାହ୍ମଣ  ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ  ପତି,ମନ୍ଦିର ଚର୍ଚ୍ଚେଇତ,ସୁପରଭାଇଜର ଓ  ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.