ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଡ୍ରାଇଭିଂ ଲାଇସେନ୍ସରୁ ନେଇ ଆଧାର ପର୍ଯ୍ୟନ୍ତ ୧ଜୁନରୁ ବଦଳିବ ଏହି ନିୟମ

ନୂଆଦିଲ୍ଲୀ,୨୯/୫ : ମଇ ଶେଷ ହେବାକୁ ଯାଉଥିବାବେଳେ ଜୁନ୍ ଆରମ୍ଭ ହେବାକୁ ଯାଉଛି । ଏଭଳି ସ୍ଥଳେ ଆଧାର ଅପଡେଟରୁ ନେଇ ଡ୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ କେତେକ ଏଭଳି ନିୟମ ଅଛି ଯାହା ପରିବର୍ତ୍ତନ ହେବାରେ ଅଛି । ଏଭଳି ସ୍ଥଳେ କେତେକ ଏଭଳି ନିୟମ ଅଛି ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ଆସନ୍ତୁ ଜାଣିବା ୧ଜୁନରୁ କ’ଣ କ’ଣ ନିୟମ ଅଛି ଯାହା ଆପଣଙ୍କୁ ପ୍ରଭାବିତ କରିବ ।

ଲାଗୁ ହେବ ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ

ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ୧ଜୁନରୁ ନୂଆ ପରିବହନ ନିୟମକୁ ଲାଗୁ କରିବାର ଘୋଷଣା କରିଛି । ନିୟମରେ ପରିବର୍ତ୍ତନ ପରେ ଏବେ ଡ୍ରାଇଭିଂ ଲାଇସେନ୍ସ କରିବା ଲାଗି ଆରଟିପି ଟେଷ୍ଟ ଦେବା ବାଧ୍ୟତା ଶେଷ କରାଯାଇଛି । ଏବେ କୌଣସି ବି ବ୍ୟକ୍ତି ନିଜ ପାଖ ଡ୍ରାଇଭିଂ ଟେଷ୍ଟ ସେଣ୍ଟରରେ ଯାଇ ଟେଷ୍ଟ ଦେଇପାରିବେ । ଏହି ସେଣ୍ଟର କେନ୍ଦ୍ର ସରକାରଙ୍କ ଦ୍ବାରା ଅଧିକୃତ ହେବ । ଏହାସହ ଏବେ ଯଦି କୌଣସି ବ୍ୟକ୍ତି ବିନା ଲାଇସେନ୍ସରେ ଗାଡ଼ି ଚଳାଇବାବେଳେ ଧରାପଡ଼ୁଛନ୍ତି ତ ଏଭଳି ସ୍ଥିତିରେ ଏହା ଉପରେ ୨,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । ଏହାସହ କୌଣସି ନାବାଳକ ଯଦି ଗାଡ଼ି ଚଳାଇବାବେଳେ ଧରାପଡ଼ୁଛନ୍ତି ତ ଗାଡ଼ିର ମାଲିକଙ୍କ ଲାଇସେନ୍ସ ରଦ୍ଦ ହେବା ସହ ନାବାଳକଙ୍କୁ ୨୫ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ଦିଆଯିବ ନାହିଁ । 

ବ୍ୟାଙ୍କ ଛୁଟି କେତେଦିନ ରହିବ

ଜୁନରେ ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜରୁରୀ କାମ ପୂରା କରିବାରେ ଅଛି ତ ଜାଣି ନିଅନ୍ତୁ ଆଗାମୀ ମାସରେ ପ୍ରାୟ ୧୦ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ ରବିବାର ଛୁଟି ବି ସାମିଲ ରହିଛି ।

ଏଲପିଜି ସିଲିଣ୍ଡରର ଦାମ୍

ତୈଳ କମ୍ପାନୀ ପ୍ରତ୍ୟେକ ମାସ ଆରମ୍ଭ ସହ ଏଲପିଜି ସିଲିଣ୍ଡରର ଦରରେ ପରବର୍ତ୍ତନ କରିଥାନ୍ତି । ମଇ ମାସରେ ତୈଳ କମ୍ପାନୀ ଏଲପିଜି ସିଲିଣ୍ଡରର ଦର କମ୍ ଥିଲା । ଏହି ମାସରେ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ଦରରେ ହ୍ରାସ ପାଇପାରେ ।  

ଆଧାରକାର୍ଡ଼ ଅପଡେଟ୍

UIDAI ଫ୍ରିରେ ଆଧାର ଅପଡେଟ କରିବାର ଡେଡଲାଇନ ୧୪ଜୁନରେ ସନିଶ୍ଚିତ କରିଛି । ଯଦି ଆପଣ ୧୪ଜୁନ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆଧାର ପୋର୍ଟାଲରେ ଆଧାର ଅପଡେଟ୍ କରୁଛନ୍ତି ତ ଆପଣଙ୍କୁ ଏକ ଟଙ୍କାର ବି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ସେଣ୍ଟରକୁ ଯାଇ ଆଧାର ଅପଡେଟ କରିବା ଉପରେ ଆପଣଙ୍କୁ ୫୦ଟଙ୍କାର ଶୁଳ୍କ ଦେବାକୁ ପଡ଼ିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.