ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରମାଣୁ ଅସ୍ତ୍ରରେ ଯୁଦ୍ଧାଭ୍ୟାସ କରିବ ରୁଷୀ ସେନା, ୟୁକ୍ରେନ୍‌ରେ ନାଟୋ ସୈନ୍ୟ ମୁତୟନ ଆଶଙ୍କା

ମସ୍କୋ, ୮।୫: ୟୁକ୍ରେନ୍‌ରେ ନାଟୋ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜ ସୈନ୍ୟ ମୁତୟନ କରିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ରୁଷ୍‌ ଏକ ବଡ଼ ନିଷ୍ପତ୍ତି ନେଇଛି । ରୁଷ୍‌ର ସେନା ପରମାଣୁ ଅସ୍ତ୍ରରେ ଯୁଦ୍ଧାଭ୍ୟାସ କରିବ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଯୁଦ୍ଧାଭ୍ୟାସରେ ଦେଶର ନୌସେନା ଏବଂ ୟୁକ୍ରେନ୍‌ ସୀମାରେ ମୁତୟନ ହୋଇଥିବା ସୈନ୍ୟମାନେ ବି ସାମିଲ ହେବେ । ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଯୁଦ୍ଧାଭ୍ୟାସ ବେଳେ ବୈଷୟିକ ପରମାଣୁ ଅସ୍ତ୍ର ମୁତୟନ ଉପରେ ଫୋକସ୍‌ କରାଯିବ । 

ତେବେ ଏହି ସମରାଭ୍ୟାସ କେବେ ହେବ, ତାହା ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଗତ ସପ୍ତାହରେ କହିଥିଲେ କି ଯଦି ୟୁକ୍ରେନ୍‌ ସହାୟତା ମାଗେ, ତେବେ ଫ୍ରାନ୍ସ ଏହାର ସୈନ୍ୟ ପଠାଇବ । ଏ ନେଇ କୌଣସି ସମସ୍ୟା ନାହିଁ । ମାକ୍ରନ୍‌ଙ୍କ ବୟାନର ଠିକ୍‌ ଦୁଇଦିନ ପରେ ବ୍ରିଟେନ୍‌ର ବିଦେଶ ମନ୍ତ୍ରୀ ଡେଭିଡ୍‌ କ୍ୟାମେରନ୍‌ କହିଥିଲେ ଯେ ୟୁକ୍ରେନ୍‌ ଯଦି ଚାହେଁ, ତେବେ ଆକ୍ରମଣ ନିମନ୍ତେ ବ୍ରିଟିଶ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରେ । ବ୍ରିଟେନ୍‌ ଓ ଫ୍ରାନ୍ସର ଏଭଳି ବୟାନ ପରେ ରୁଷ୍‌ ଅଧିକ ସତର୍କ ହୋଇଯାଇଛି । ନିଜକୁ ଶକ୍ତିଶାଳୀ ବନାଇବା ଏବଂ ନାଟୋ ଓ ପାଶ୍ଚାତ୍ୟ ଦେଶକୁ କଡ଼ା ଜବାବ ଦେବା ଲାଗି ରୁଷ୍‌ ପରମାଣୁ ଅସ୍ତ୍ରଶସ୍ତ୍ରରେ ସମରାଭ୍ୟାସ ନିମନ୍ତେ ନିଷ୍ପତ୍ତି ନେଇଛି । ୟୁକ୍ରେନ୍‌ ସହ ଯୁଦ୍ଧ ଆରମ୍ଭ ହେବା ଦିନରୁ ରୁଷ୍‌ ସବୁବେଳେ ପରମାଣୁ ଆକ୍ରମଣ ଧମକ ଦେଇଆସୁଛି । ଏମିତି କି ପରମାଣୁ ଅସ୍ତ୍ର ପରୀକ୍ଷା ବି କରିଛି । ପଡ଼ୋଶୀ ୟୁକ୍ରେନ୍‌ରେ ନାଟୋ ଓ ପାଶ୍ଚାତ୍ୟ ଦେଶଗୁଡ଼ିକର ଅଯଥା ହସ୍ତକ୍ଷେପକୁ ବିରୋଧ କରି ରୁଷ୍‌ ଆକ୍ରମଣ କରିଥିଲା । 

୨୦୨୨ ଫେବ୍ରୁଆରୀ ୨୪ରୁ ଏହି ଯୁଦ୍ଧ ଲାଗିରହିଛି । ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ପ୍ରାୟ ୨ ମାସ ତଳେ ଏକ ସାକ୍ଷାତକାରରେ ଆମେରିକାକୁ ପରମାଣୁ ଆକ୍ରମଣ ନେଇ ଚେତାବନୀ ଦେଇଥିଲେ । କହିଥିଲେ, ଯଦି ଆମେରିକା ନିଜ ସୈନିକଙ୍କୁ ୟୁକ୍ରେନ୍‌ ପଠାଏ, ତେବେ ଏହାଦ୍ୱାରା ଯୁଦ୍ଧ ଆହୁରି ଲମ୍ବିବ । ତେବେ ରୁଷ୍‌ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ କି ବୋଲି ପ୍ରଶ୍ନରେ ରାଷ୍ଟ୍ରପତି କହିଥିଲେ, ଆମେ ପରମାଣୁ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉନାହୁଁ । ଏ ପର୍ଯ୍ୟନ୍ତ ଏହା ଜରୁରି ବୋଲି ଆମେ ଅନୁଭବ କରିନାହୁଁ । କିନ୍ତୁ ସାମରିକ ଓ ରଣନୀତିକ ଆଧାରରେ ଆମେ ଏଥିଲାଗି ପ୍ରସ୍ତୁତ । 

ଗତ ବର୍ଷ ମାର୍ଚ୍ଚ ୨୫ରେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ପଡ଼ୋଶୀ ମିତ୍ର ଦେଶ ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ ନେଇ ଘୋଷଣା କରିଥିଲେ । ପୁଟିନ୍‌ କହିଥିଲେ କି ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋ ଦୀର୍ଘଦିନ ହେଲା ପରମାଣୁ ଅସ୍ତ୍ରଶସ୍ତ୍ର ତାଙ୍କ ଦେଶରେ ମୁତୟନ ଲାଗି ଦାବି କରୁଥିଲେ । ବେଲାରୁଷ ସହିତ ଆମର ଉତ୍ତମ ସାମରିକ ସମ୍ପର୍କ ଥିବାରୁ ଆମେ ପରମାଣୁ ମୁତୟନ କରିଛୁ । ୧୯୯୦ ପରେ ପ୍ରଥମ ଥର ପାଇଁ ରୁଷ୍‌ ଅନ୍ୟ ଦେଶକୁ ପରମାଣୁ ଅସ୍ତ୍ର ପଠାଇଥିଲା । ସେହିଭଳି ଆମେରିକା ମଧ୍ୟ ବ୍ରିଟେନ, ବେଲଜିୟମ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡସ, ତୁର୍କୀ ସମେତ ଅନେକ ୟୁରୋପୀୟ ଦେଶରେ ନିଜ ପରମାଣୁ ଅସ୍ତ୍ର ମୁତୟନ କରି ରଖିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.