ନୂଆଦିଲ୍ଲୀ : ଜୀବଜନ୍ତୁଙ୍କ ମାଧ୍ୟମରେ ଗୁଇନ୍ଦାଗିରି କରିବା ଅନେକ ସମୟରୁ ଚାଲି ଆସିଛି। ପ୍ରଥମ ବିଶ୍ୱଯୁଦ୍ଧ ବେଳେ ପାରା ବ୍ୟବହାର କରି ବାର୍ତ୍ତା ପହଞ୍ଚାଇବା କାମ କରାଯାଉ ଥିଲା। ନିକଟରେ ପାରାର ପାଦରେ କ୍ୟାମେରା ବାନ୍ଧି ଗୁଇନ୍ଦାଗିରି ମଧ୍ୟ କରାଯାଇଛି। କୋଲ୍ଡ ୱାର ବେଳେ ଆମେରିକୀୟ ନୌସେନା ଡଲଫିନ୍କୁ ବୁଡା ଜାହାଜ ଓ ପାଣି ଭିତରେ ବିଛା ଯାଇଥିବା ବାରୁଦ ସୁଡ଼ଙ୍ଗକୁ ପତ୍ତା ଲଗେଇବା ପାଇଁ ଟ୍ରେନିଂ ଦିଆ ଯାଇ ଥିଲା। ୬୦ ଦଶକରେ ଆମେରକୀୟ ସିଆଇଏ ପ୍ରୋଜେକ୍ଟ ଏକାଷ୍ଟିକ୍ କିଟ୍ ଅନୁସାରେ, ବିଲେଇକୁ ଗୁପ୍ତଚର ଭାବେ ବ୍ୟବହାର କରିଥିଲା, ଯାହାର ଶରୀରରେ ମାଇକ୍ରୋଫୋନ ଓ ଟ୍ରାନ୍ସମିଟର ଫିଟ୍ ଥିଲା। ଏହିପରି ମୂଷାରୁ ନେଇ ଗୁଣ୍ଡୁଚିମୂଷା ଯାଏ ଜୀବକୁ ମଧ୍ୟ ଗୁଇନ୍ଦାଗିରି ପାଇଁ ବ୍ୟବହାର କରିବାର ରିପୋର୍ଟ ସାମନାକୁ ଆସିଛି।
ବର୍ତ୍ତମାନ ଏକ ହ୍ୱେଲ ମାଛ ଖୁବ୍ ଚର୍ଚ୍ଚାରେ ଅଛି। ଯାହାକୁ ରୁଷ୍ର ଗୁପ୍ତଚର ଥିବା କୁହାଯାଉଛି। ହେଲେ ହଭଲଦିମିର ନାମକ ଏହି ହ୍ୱିଲ୍ ମାଛର ମୃତ୍ୟୁ ହୋଇ ଯାଇଛି, କିନ୍ତୁ ଏହି ପ୍ରଶ୍ନ ଉଠିଛି ଏହାକୁ କିଏ ଓ କାହିଁକି ମାରିଲା?
୩୧ ଅଗଷ୍ଟର କଥା , ଯେବେ ନରୱେର ସମୁଦ୍ର ତଟରେ ମାଛ ଧରିବାକୁ ଯାଇଥିବା ବାପା-ପୁଅ ହଭଲଦିମିର ନାମକ ପ୍ରସିଦ୍ଧ ଧଳା ବେଲୁଗା ହ୍ୱେଲରକୁ ମୃତ ଭାବେ ପାଇଥିଲେ। ଏହି ଖବର ଖୁବ୍ ଜୋରରେ ବ୍ୟାପି ଗଲା ଏବଂ ଏବେ ୫ଦିନ ପରେ ମଧ୍ୟ ଏହି ମାମଲାରେ ନୂଆ ମୋଡ ଆସିଛି। ଦୁଇଟି ଆନିମଲ ରାଇଟ୍ସ ଅର୍ଗାନାଇଜେସନ -ୱନହ୍ୱେଲ ଓ ନୋଆ ଦାବି କରିଛନ୍ତି କି ହଭଲଦିମିରର ମୃତ୍ୟୁ ଗୁଳି କରାଯିବାରୁ ହୋଇଛି। ଏହି ଦୁଇ ସଙ୍ଗଠନ ପୁଲିସରେ ରିପୋର୍ଟ ରୁଜୁ କରାଇଛନ୍ତି। ଏହି ଦାବି ପରେ ପ୍ରଶ୍ନ ଉଠୁଛି ଯେ, ହଭଲଦିମିରକୁ କେମିତି ମରାଯାଇଛି?
ନରୱେର ସରକାରୀ ମିଡ଼ିଆ ଏନଆରକେ ୩୧ ଅଗଷ୍ଟରେ ରିପୋର୍ଟ ଦେଇଥିଲା କି, ହ୍ୱେଲ୍ର ମୃତ ଶରୀର ରିସାଭିକା ସାଗରରେ ଭାସୁ ଥିବାର ମିଳିଥିଲା। ମୃତ ମାଛକୁ ବାହାରକୁ ଅଣାଗଲା ଏବଂ ଯାଞ୍ଚ ପାଇଁ ନିକଟସ୍ଥ ବନ୍ଦରକୁ ନିଆଗଲା। ସାମୁଦ୍ରୀକ ଜୀବ ବିଜ୍ଞାନୀ ସେବାଷ୍ଟିୟନ ଷ୍ଟ୍ରାଣ୍ଡ କହିଛନ୍ତି , ହଭଲଦିମିରର ମୃତ୍ୟୁ ହୋଇ ଯାଇଛି , କିନ୍ତୁ ଏହାର ମୃତ୍ୟୁର କାରଣ ତୁରନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ସେ ଏହା ମଧ୍ୟ କହିଛନ୍ତି କି ହ୍ୱେଲ୍ ଠାରେ କୌଣସି ବାହ୍ୟ କ୍ଷତି ଦେଖିବାକୁ ମିଳି ନାହିଁ ।
ହେଲେ ୱାନହ୍ୱେଲ ଓ ନୋଆ ଦାବି କରିଛନ୍ତି କି ହଭଲଦିମିରର ମୃତ୍ୟୁ କୌଣସି ମାନବ ଆକ୍ରଣରେ ହୋଇଛି ଏବଂ ଏହାକୁ ଜାଣିଶୁଣି କରାଯାଇଛି।