ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଦିନିକିଆ ବିଶ୍ବକପର ଫାଇନାଲ ପରେ ସୋସିଆଲ ମିଡ଼ିଆରେ ନଜର ଆସିଲେ ରୋହିତ ଶର୍ମା, ସେୟାର କଲେ ଖାସ୍ ଫଟୋ

ନୂଆଦିଲ୍ଲୀ,୨୮/୧୧ :  ବିଶ୍ବକପ ୨୦୨୩ରେ ନିଜର ସବୁ ଦାୟିତ୍ବ ନିଭାଇବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବ୍ରେକ୍ ନେଇଛନ୍ତି । ଯାହା ମାନସିକ ଏବଂ ଶାରିରୀକ ଭାବେ ନିହାତି ଆବଶ୍ୟକ । ବିଶ୍ବକପ ମଝିରେ ଏବଂ କେତେ ମାସ ପୂର୍ବରୁ ପ୍ରସ୍ତୁତି ସମୟରେ ରୋହିତଙ୍କୁ ବିଶ୍ବକପ ବ୍ୟତୀତ ଅନ୍ୟ କିଛି ଦେଖାଯାଉନଥିଲା । ସେ ସୋସିଆଲ ମିଡ଼ିଆରୁ ବହୁତ ଦୂରରେ ଥିଲେ ଏବଂ ଏଭଳି କି କୌଣସି ଗଣମାଧ୍ୟମ ପ୍ରତିନିଧି ବି ତାଙ୍କୁ ବିଶ୍ବକପ୍ ବ୍ୟତୀତ ଅନ୍ୟ କୌଣସି ପ୍ରଶ୍ନ ପଚାରୁନଥିଲେ । ସୋସିଆଲ ମିଡ଼ିଆରେ ବହୁ ଦୂରରେ ଥିଲେ ଏବଂ ଯଦି କୌଣସି ଗଣମାଧ୍ୟମର ପ୍ରତିନିଧି ତାଙ୍କୁ କିଛି ପଚାରୁଥିଲେ ତେବେ‌ ସେ କହୁଥିଲେ ବିଶ୍ବକପ୍ ବ୍ୟତୀତ ଅନ୍ୟ କିଛି ଭାବିବାକୁ ମୋ ପାଖରେ ସମୟ ନାହିଁ । ଆମେ ଏହି ବିଷୟରେ ବିଶ୍ବକପ ପରେ କଥା ହେବା। 

ଏବେ ବିଶ୍ବକପ ଶେଷ ହୋଇଯାଇଛି । ଭାରତୀୟ ଟିମ୍ ଏହି ବିଶ୍ବକପରେ ବହୁତ ଭଲ ପ୍ରଦର୍ଶନ ଦେଖାଇଛନ୍ତି । ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରୁ ନେଇ ସେମିଫାଇନାଲ ପର୍ଯ୍ୟନ୍ତ ସବୁ ମ୍ୟାଚରେ ବିଜୟୀ ହୋଇଥିଲା ଏବଂ ଫାଇନାଲରେ ଅଷ୍ଟେ୍ରଲିୟା ଠାରୁ ହାରିବା ପରେ ଚାମ୍ପିଅନ ହୋଇପାରିନଥିଲା । ଟିମ୍ ଇଣ୍ଡିଆ ହାରିବା ପରେ ସମସ୍ତେ ଏକ ପ୍ରକାର ସ୍ତବ୍ଧ ହୋଇପଡ଼ିଥିଲେ । ରୋହିତଙ୍କ ଆଖିରେ ଲୁହ ବି ଆସିଯାଇଥିଲା । ବିଶ୍ବକପର ଫାଇନାଲ ମ୍ୟାଚ ହାରିବା ପରେ ରୋହିତ ଶର୍ମା ବହୁତ ଭାଙ୍ଗିପଡ଼ିଥିଲେ । ଏତେମାତ୍ରାରେ ଭାଙ୍ଗିପଡ଼ିଥିଲେ କି ସେ ନିଜକୁ କାନ୍ଦିବାରୁ ରୋକି ପାରିନଥିଲେ ଏଥିପାଇଁ ସେ କିଛି ଲୋକଙ୍କ ସହ ହାତ ମିଳାଇ ଡ୍ରେସିଂ ରୁମ୍‌କୁ ଚାଲିଯାଇଥିଲେ । 

ରୋହିତ ତାଙ୍କ ଟିମ୍ ସହ ମିଶି ଏହି ବିଶ୍ବକପ୍ ଜିତିବାକୁ ବହୁତ ପରିଶ୍ରମ କରିଥିଲେ । ତାଙ୍କର ମନ ଦୁଃଖ କରିବା ଏକ ପ୍ରକାର ଆମେ କହିପାରିବା ନିଶ୍ଚିତ ଥିଲା ବୋଲି । କାହିଁକି ନା ରୋହିତଙ୍କୁ ଜଣାଥିଲା କି ଓ୍ବାନ ଡେ ବିଶ୍ବକପ୍ ୨୦୨୩ତାଙ୍କ ଶେଷ ବିଶ୍ବକପ ଥିଲା । କାରଣ ୨୦୨୭ପର୍ଯ୍ୟନ୍ତ ତାଙ୍କ ବୟସ ୪୦ବ‌ର୍ଷ ପାଖାପାଖି ହୋଇଯାଇଥିବ । ଯଦି ଆମେ ଦେଖିବା ସେତେବେଳେ ତାଙ୍କୁ ପ୍ରାୟ କ୍ରିକେଟ ଖେଳିବା ବହୁତ କଷ୍ଟ ହୋଇପାରେ । 

ଏବେ ଦିନିକିଆ ବିଶ୍ବକପ ଶେଷ ହୋଇଯାଇଛି । ରୋହିତ ଶର୍ମା ନିଜ ସ୍ତ୍ରୀଙ୍କ ସହ ଛୁଟି କାଟୁଛନ୍ତି । ଏହା ମଧ୍ୟରେ ରୋହିତ ବହୁ ମାସ ପରେ ସୋସିଆଲ ମିଡ଼ିଆରେ ଫେରିଛନ୍ତି । ଏହାସହ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ନିଜ ସ୍ତ୍ରୀଙ୍କ ସହ ଏକ ଶାନ୍ତ ଏବଂ ସୁନ୍ଦର ସ୍ଥାନରେ ବୁଲୁଥିବା ଦେଖାଯାଉଛନ୍ତି।  ରୋହିତଙ୍କ ଏହି ଫଟୋକୁ ଦେଖି ଜଣାପଡ଼ୁଛି କି ସେ ପ୍ରାୟ ତାଙ୍କ ମନ ଏବଂ ଦେହକୁ ରିଲାକ୍ସ କରୁଛନ୍ତି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.