ନୂଆଦିଲ୍ଲୀ ୧୦/୯: ଆଜିର ସମୟରେ ସୋସିଆଲ ମିଡିଆ ବିନା ଜୀବନ କଳ୍ପନା ମଧ୍ୟ ସମ୍ଭବ ନୁହେଁ । ଏହା ଜରିଆରେ ସହଜରେ ଆମେ ନିଜ ବନ୍ଧୁମାନଙ୍କ ସହ ଯୋଗାଯୋଗରେ ରହିପାରୁ । ଚାକିରୀ କରନ୍ତି, ସପିଂ ମଧ୍ୟ କରନ୍ତି ଏବଂ ମନୋରଞ୍ଜନ କରନ୍ତି । ସୋସିଆଲ ମିଡିଆର ଅନେକ ଫାଇଦା ଥିବାବେଳେ କିଛି ସାଇଡ୍ ଇଫେକ୍ଟ ମଧ୍ୟ ଥାଏ । ସୋସିଆଲ ମିଡିଆରେ ଆପଣ ଫ୍ରିରେ ଏତେ ମଜା କରିପାରନ୍ତି । କିନ୍ତୁ ଆପଣ ହେଉଛନ୍ତି ସେଠାରେ ଏକ ପ୍ରଡକ୍ଟ । ସୋସିଆଲ ମିଡିଆ ଆପଣଙ୍କ ପସନ୍ଦ ଏବଂ ନାପସନ୍ଦ ଅନୁସାରେ ଆପଣଙ୍କୁ ପ୍ରତି କ୍ଷଣରେ ମାପିଥାନ୍ତି । ଆପଣଙ୍କ ଚିନ୍ତାଧାରାକୁ ଆକଳନ କରନ୍ତି । ଏଥିପାଇଁ ସୋସିଆଲ ମିଡିଆର ବ୍ୟବହାର କରିବା ସମୟରେ ଯଦି କିଛି କଥାକୁ ଧ୍ୟାନରେ ରଖିବା ତେବେ ଆପଣଙ୍କ ପର୍ସନାଲ ଡାଟା ସୁରକ୍ଷିତ ରହିବା ସହିତ ଆପଣଙ୍କ ଏକ୍ସପ୍ରିୟନ୍ସ ମଧ୍ୟ ଉତ୍ତମ ହେବ । ଆସନ୍ତୁ ଜାଣିବା ଏହି ଉପାୟ…
୧. ଇଣ୍ଟରନେଟରେ ଡାଟା ଡିଲିଟ୍ ହୁଏନି
ଇଣ୍ଟରନେଟ୍ ଡାଇରେକ୍ଟିରେ କୌଣସି ବି ଡାଟା ଥରେ ଅପଲୋଡ୍ ହୋଇଗଲେ ତାହା ଡିଲିଟ୍ ହୁଏନି । ସୋସିଆଲ ମିଡିଆରୁ ଆପଣ ଯଦି କୌଣସି ପୁରୁଣା ଫଟୋ ଡିଲିଟ୍ କରିଦିଅନ୍ତି ତାହା ଆଉ ନଜର ଆସେନି । କିନ୍ତୁ ତାହା ସେହି ପ୍ଲାଟଫର୍ମରେ ରହିଥାଏ । ତେଣୁ କିଛି ବି ସେୟାର କରିବା ପୂର୍ବରୁ ବହୁଥର ଚିନ୍ତା କରନ୍ତୁ ।
୨. ଟ୍ରୁ ଫ୍ୟାକ୍ଟର ଅଥୋଣ୍ଟିକେସନ ଇନେବଲ କରନ୍ତୁ
ସୋସିଆଲ ମିଡିଆରେ ଟ୍ରୁ ଫ୍ୟାକ୍ଚର ଅଥୋଣ୍ଟିକେସନ୍ କୌଣସି ବି ସୁରକ୍ଷା କବଚ ଭଳି ହୋଇଥାଏ, ଯାହାକୁ ଭେଦ କରିବା ସହଜ ନୁହେଁ । ଯଦି ଏହା ଇନେବଲ ହୋଇଥାଏ ତେବେ କେହି ବି ସହଜରେ ଆପଣଙ୍କ ଡାଟା ବା ପାସୱର୍ଡ ଚୋରିକରିପାରେନି ।
୩. ପ୍ରାଇଭେସି ସେଟିଂ
ସୋସିଆଲ ମିଡିଆରେ ଆପଣଙ୍କ ପର୍ସନାଲ ଡାଟାର ସେଫ୍ଟି ପାଇଁ ସବୁବେଳେ ଧ୍ୟାନ ଦିଅନ୍ତୁ । ବେଳେବେଳେ ଏସବୁ ଅପ୍ସନକୁ ନଜରରେ ରଖି ଅପଡେଟ୍ କରନ୍ତୁ । ଯଥା ଆପଣଙ୍କ ପୋଷ୍ଟ କିଏ ଦେଖିପାରିବ, କିଏ ସେୟାର କରିପାରିବ କି ନାହିଁ ଇତ୍ୟାଦି…
୪. ସହଜରେ ବିଶ୍ୱାସ କରନ୍ତୁ ନାହିଁ
ଆଜି କାଲି ସାଇବର ଠକେଇ ବଢିବାରେ ଲାଗିଛି । ତେଣୁ କାହାକୁ ବି ବିଶ୍ୱାସ କରିବା ଉଚିତ୍ ନୁହେଁ । ଏପରିକି ନିଜ ବନ୍ଧୁମାନଙ୍କୁ ମଧ୍ୟ କୌଣସି ଓଟିପି, କିମ୍ବା ପାସୱର୍ଡ ସେୟାର କରନ୍ତୁ ନାହିଁ । ନଚେତ୍ ଆପଣ ହଇରାଣରେ ପଡିପାରନ୍ତି ।