ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଚାନ୍ଦିମେଢ଼ରେ ଦର୍ଶନ ଦେବେ ମା’, ସହିଦନଗରରେ ଆକର୍ଷଣ ସାଜିବ କାଳ୍ପନିକ ବାର୍ବିଡଲମାନେ ରହୁଥିବା ପ୍ୟାଲେସ ସଦୃଶ

ଭୁବନେଶ୍ୱର,୨୯/୦୯: ଶାରଦୀୟ  ମହୋତ୍ସବକୁ ଆଉ ଦିନ କେଇଟା ରହିଲା ।  ସେଥିପାଇଁ ଚଳଚଞ୍ଚଳ ହୋଇଗଲାଣି ରାଜଧାନୀରେ  ଥିବା ବିଭିନ୍ନ ଦୁର୍ଗାପୂଜା ସମିତି । ଏହାରି ଭିତରେ  ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ମଧ୍ୟ ମା’ଙ୍କ  ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ  ପରିବେଶ ଅନୁକୂଳ ସାମଗ୍ରୀକୁ ବ୍ୟବହାର କରି ଏହି  ଅନୁଷ୍ଠାନ ପକ୍ଷରୁ ତୋରଣ ପ୍ରସ୍ତୁତ ହେଉଛି । ଯାହା  କାଳ୍ପନିକ ବାର୍ବିଡଲମାନେ ରହୁଥିବା ପ୍ୟାଲେସ ସଦୃଶ  ହେବ । ବିଶେଷକରି ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ  ଚାନ୍ଦିମେଢ଼ ମଣ୍ଡିତ ମା’ଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।  

ଚଳିତ ବର୍ଷ ଏହି ଅନୁଷ୍ଠାନ ୪୭ ବର୍ଷରେ  ପଦର୍ପଣ କରୁଛି । ଏଭଳି କାଳ୍ପନିକ ଏବଂ ନିଆରା  ଢଙ୍ଗର ତୋରଣ ପ୍ରସ୍ତୁତ କରିବା ପାଇଁ ପଶ୍ଚିମବଙ୍ଗର  ୮୦ରୁ ଊଦ୍ଧ୍ୱର୍ କାରିଗର କାମରେ ଲାଗିଛନ୍ତି ।  ତୋରଣର ଉଚ୍ଚତା ୧୦୫ ଫୁଟ ହୋଇଥିବା ବେଳେ  ଚଉଡ଼ା ୧୨୦ ଫୁଟ ରହିବ । ମା’ ଙ୍କୁ ସୁନା ଓ ରୁପାର  ଅଳଙ୍କାରରେ ସଜାଇ ଦିଆଯିବ । ମା’ ଦୁର୍ଗାଙ୍କର  କେତେକ ଅସ୍ତ୍ର ମଧ୍ୟ ରୁପାରେ ଶୋଭା ପାଇବ ।  ପୂଜାର ମୁଖ୍ୟ ଆକର୍ଷଣ ହେଉଛି ଚାନ୍ଦି ମେଢ଼ରେ  ମା’ ଭକ୍ତମାନଙ୍କୁ ଦର୍ଶନ ଦେବେ । କଟକର  କାରିଗରମାନେ ମା’ ଙ୍କ ମୂର୍ତ୍ତି ପ୍ରସ୍ତୁତିରେ ଲାଗିଛନ୍ତି । ୧୯୭୮ରେ ଯେମିତି ରୀତିନୀତିର ସହିତ ମା’ଙ୍କୁ  ଆବାହନ କରାଯାଉଥିଲା, ଏବେ ବି ସେହି ନିୟମରେ  ପୂଜା କରାଯାଉଛି । ଗୁଡ଼ିଆ ଘରେ ଦୁର୍ଗାଙ୍କ ପାଖରେ  ଭୋଗଲାଗୁଥିବା ଗଜା, ଲଡ଼ୁ , କାକରା, ଖଜା ଭଳି ୮  ରୁ ୧୦ ପ୍ରକାର ମିଠା ଓ ପିଠା ପ୍ରସ୍ତୁତ ହୋଇଥାଏ ।  ସପ୍ତମୀ ଦିନ ଚୁଡ଼ା ଘଷା, ଅଷ୍ଟମୀ ଦିନ ମଣ୍ଡାପିଠା,  ନବମୀରେ ସେଓ ବୁନ୍ଦି, ଦଶମୀରେ ଫଳ ଭୋଗ ଓ  ଚରୁ ଅର୍ଣ୍ଣ ମା’ ଙ୍କ ପାଖେ ଭୋଗ ଲାଗି କରାଯିବ ।  ପ୍ରତିଦିନ ଭକ୍ତମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ  ସେବନର ବ୍ୟବସ୍ଥା ମଧ୍ୟ କରାଯିବ ।  

Durga Puja 2024: Get all updated News, Videos and Photos of Durga Puja

ଏଥିସହିତ ପ୍ରତିଦିନ ଭଜନ ସମାରୋହକୁ  ଭକ୍ତମାନେ ଉପଭୋଗ କରିପାରିବେ ।  ଜନସମାଗମକୁ ଲକ୍ଷ୍ୟରଖି ସମିତି ପକ୍ଷରୁ ଶୃଙ୍ଖଳିତ  ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।  ସେଥିପାଇଁ ୧୦୦ ଊଦ୍ଧ୍ୱର୍ ସ୍ୱେଚ୍ଛାସେବୀ ନିୟୋଜିତ  ରହିବେ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ  ଅନୁଷ୍ଠାନର ଉପଦେଷ୍ଟା ସୁଧୀର କୁମାର ଶତପଥୀ,  ଉପସଭାପତି ଚନ୍ଦନ କୁମାର ପାଲିତ, ଅଚ୍ୟୁତ  ପ୍ରସାଦ ବେହେରା, କର୍ପୋରେଟର ରାଜକିଶୋର  ଦାସ, ଯୁଗ୍ମସମ୍ପାଦକ ବିଶ୍ୱ ପ୍ରସାଦ ମହାନ୍ତି, ମହେନ୍ଦ୍ର  କୁମାର ତ୍ରିପାଠୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.