ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସପାର ପୂର୍ବତନ ସଭାପତି

ନୂଆଦିଲ୍ଲୀ ୦୯/୦୬: ଉତ୍ତରପ୍ରଦେଶର ମୁରାଦାବାଦରେ ସମାଜବାଦୀ ପାର୍ଟିର ପୂର୍ବତନ ସଭାପତିଙ୍କ ମୃତ୍ୟୁ।  ଘରର ଷ୍ଟୋର ରୁମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ୫୫ବର୍ଷୀୟ ଡିପି ଯାଦବ ଶନିବାର ମଝୋଲା ଅଞ୍ଚଳରେ ବସବାସ କରୁଥିବା ବେଳେ ଘରର ଷ୍ଟୋର ରୁମରେ ପଶି ନିଜକୁ ଗୁଳି କରି ଜୀବନ ହାରିଛନ୍ତି। ସେପଟେ ପରିବାରଲୋକେ ତାଙ୍କୁ ଖୋଜିଖୋଜି ଷ୍ଟୋର ରୁମରେ ପହଞ୍ଚିବା ପରେ ସେଠାରେ ତାଙ୍କ  ମୃତଦେହ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏନେଇ ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଉଦ୍ଧାର କରିଛି । 

ଏହି  ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ହେମରାଜ କହିଛନ୍ତି ଯେ , ମୃତକ ଅନେକ ଦିନ ହେବ ଚିନ୍ତାରେ ରହୁଥିଲେ। ଏହି କାରଣରୁ ସେ କାହା ସହିତ ବେଶୀ କଥା ହେଉ ନଥିଲେ କି କେଉଁଆଡେ ଯାଉ ନଥିଲେ।  ହେଲେ ଗତ ଶନିବାର ସମସ୍ତେ ଖାଇପିଇ ନିଜନିଜ କୋଠରିକୁ ଯାଇଥିଲେ। ଏହାପରେ ଯାଦବ ଷ୍ଟୋର ରୁମକୁ ଯାଇ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ।  ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରି ଦେଇଛି। କୁହାଯାଉଛି କି ମୁରାଦାବାଦରେ ସମାଜବାଦୀ ପାର୍ଟି ସାଂସଦ ଏସଟି ହସନଙ୍କ ଟିକେଟ କାଟି ରୁଚି ବୀରାଙ୍କୁ ଦିଆଯାଇଥିଲା। ଟିକେଟ କଟା ଯିବାକୁ ନେଇ ଯାଦବ ଦୁଃଖୀ ଥିବାରୁ ଆତ୍ମହତ୍ୟା କରିଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.