ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ବଲପୁର ଦେଖିବ ବିଗ୍‌ଫାଇଟ୍‌: ଧର୍ମେନ୍ଦ୍ରଙ୍କ ନାଁ ରେ ବିଜେପି ମୋହର, ବବିଙ୍କୁ ମିଳିଛି ନବୀନଙ୍କ ସିଗ୍‌ନାଲ୍‌

ଭୁବନେଶ୍ୱର,୨୫/୦୩: ସମ୍ମାନଜନକ ଆସନରେ ହେଭିୱେଟ୍‌ ଲଢ଼େଇ । ସମ୍ବଲପୁର ଲୋକସଭା ଆସନରେ ମୁହାଁମୁହିଁ  ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି  ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।  ଦୁଇ ଦଳର ଟାଣୁଆ ନେତା ଏଠାରୁ ଲଢ଼ିବା  ଏକରକମ ନିଶ୍ଚିତ ହୋଇଥିବାରୁ ସାରା ରାଜ୍ୟର  ନଜର ଏହା ଉପରେ ରହିବ । କିଏ ବାଜିମାତ୍‌  କରିବ? ଦୁଇ ଦଳ ପାଇଁ ଏହା ହେବ ବେଶ୍‌  ସମ୍ମାନର ପ୍ରଶ୍ନ । 

ବିଜେପି ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ  କରିବାକୁ ଘୋଷଣା କରିଛି । ପଟେ ବିଜେଡି  ମଧ୍ୟ ପ୍ରଣବଙ୍କ ନାଁକୁ ଚୂଡ଼ାନ୍ତ କରିସାରିଛି ।  ପ୍ରାୟ ବର୍ଷେ ହେବ ସୋସିଆଲ ମିଡିଆରେ  ଲଢୁଥିବା ଦୁଇ ନେତା ଭୋଟ ମଇଦାନରେ  ସମ୍ମୁଖ ଲଢ଼େଇକୁ ଓହ୍ଲାଇବେ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁରକୁ  ଗତ ୬ ମାସ ହେବ ଫୋକସ୍‌ କରି ଆସୁଛନ୍ତି ।  ସେ ବାରମ୍ବାର ସମ୍ବଲପୁର ଗସ୍ତ କରିବା ସହ ତୃଣମୂଳସ୍ତରରେ ସଂଗଠନକୁ ମଧ୍ୟ ମଜଭୂତ  କରିବାରେ ଲାଗିଛନ୍ତି । ସମ୍ବଲପୁର ଲୋକସଭା  ଅନ୍ତର୍ଗତ ବିଧାନସଭା ଆସନ ଅଞ୍ଚଳରେ ତାଙ୍କର  ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଜୋର୍‌ ଧରିଛି ।  ଶ୍ରୀ ପ୍ରଧାନ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବା  ନେଇ ଇସାରା ମିଳୁଥିଲା । ଆଜି ସନ୍ଧ୍ୟାରେ  ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ ଧର୍ମେନ୍ଦ୍ରଙ୍କ  ନାଁ ଘୋଷଣା କରାଯାଇଛି ।

ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜୁ ଜନତା  ଦଳ ପ୍ରଣବ ପ୍ରକାଶଙ୍କୁ ଅବତୀର୍ଣ୍ଣ କରାଇବ  ବୋଲି ଗତ ୩ ମାସ ହେବ ଚର୍ଚ୍ଚା ହେଉଥିଲା । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ  ଥିବା ପ୍ରଣବ ଗତ କିଛି ମାସ ହେବ ସମ୍ବଲପୁର  ଅଞ୍ଚଳରେ ସକ୍ରିୟ ଭାବେ ବୁଲାବୁଲି ଆରମ୍ଭ  କରି ଦେଇଥିଲେ । ଏପରିକି ସମ୍ବଲପୁର  ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା  ଅଞ୍ଚଳକୁ ଗସ୍ତ କରି ବୈଠକ ମଧ୍ୟ କରିଛନ୍ତି ।  ଦଳୀୟ ନେତାଙ୍କୁ ଧରି ଘନଘନ ମନ୍ତ୍ରଣା  ମଧ୍ୟ କରୁଛନ୍ତି । ରବିବାର ନବୀନ ନିବାସରେ  ସମ୍ବଲପୁର ଲୋକସଭା ଆସନ ନେଇ ସମୀକ୍ଷା  ବୈଠକ ବସିଥିଲା । ପ୍ରଣବଙ୍କୁ ସାଂସଦ ପ୍ରାର୍ଥୀ  କରିବା ପ୍ରସ୍ତାବରେ ନବୀନ ମୋହର ମାରିଥିବା  ସୂଚନା ମିଳିଛି । ଏପରିକି ପ୍ରଣବଙ୍କ ବିଜୟ  ପାଇଁ ଏ ଲୋକସଭାର ଦଳୀୟ ନେତାମାନେ  କଠିନ ପରିଶ୍ରମ କରିବାକୁ ବିଜେଡି ସୁପ୍ରିମୋ  ନିର୍ଦ୍ଦେଶ ଦେଇଛନ୍ତି । 

୨୦୧୯ ନିର୍ବାଚନରେ ଏହି ଆସନ ବିଜେପି  ଖାତାକୁ ଯାଇଥିଲା । ବିଜେପିର ନୀତେଶ  ଗଙ୍ଗଦେବ ୪ ଲକ୍ଷ ୭୩ ହଜାର ୭୭୦  ଭୋଟ ପାଇ ସାଂସଦ ଭାବେ ପାର୍ଲାମେଣ୍ଟକୁ  ଯାଇଥିଲେ । ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ  ପ୍ରାୟ ୯ ହଜାର ଭୋଟ ବ୍ୟବଧାନ(୪ ଲକ୍ଷ  ୬୪ ହଜାର, ୬୦୮ ଭୋଟ)ରେ ପରାଜୟ  ବରଣ କରିଥିଲେ । କଂଗ୍ରେସ ପ୍ରାର୍ଥୀ ତଥା  ଏବେର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସପକ୍ଷରେ ପଡ଼ିଥିଲା ୧ ଲକ୍ଷ ୩୫ ହଜାର  ଭୋଟ । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ,  କୁଚିଣ୍ଡା ସହ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା  ଓ ଆଠମଲ୍ଲିକ ବିଧାନସଭା ସିଟ୍‌ ବିଜେଡି  ଦଖଲକୁ ଆସିଥିଲା । ସମ୍ବଲପୁର, ରେଙ୍ଗାଳି  ଓ ଦେବଗଡ଼ ବିଧାନସଭା ବିଜେପି ନିଜ  ଅକ୍ତିଆରକୁ ନେବାରେ ସକ୍ଷମ ହୋଇଥିଲା । 

୭ଟି ବିଧାନସଭା କ୍ଷେତ୍ରରୁ ୪ଟିରେ  ନୀତେଶ ବିଜେଡିଠାରୁ ଅଧିକ ଭୋଟ୍‌  ପାଇଥିଲେ । ସମ୍ବଲପୁରରେ ୩୫,୧୫୮  ଭୋଟ୍‌, ରେଙ୍ଗାଳିରେ ୧୭,୬୨୯, ଦେବଗଡ଼ରେ  ୧୫,୯୨୨ ଓ କୁଚିଣ୍ଡାରେ ୮,୮୩୬ ଅଧିକ  ଭୋଟ୍‌ ହାସଲ କରି ବିଜୟୀ ହୋଇଥିଲେ ।  କିନ୍ତୁ ଆଠମଲ୍ଲିକରେ ୫୧,୬୪୪ ଭୋଟ୍‌,  ଛେଣ୍ଡିପଦାରେ ୧୪,୫୪୯ ଓ ରେଢ଼ାଖୋଲରେ  ୪୦୩୩ ଭୋଟ୍‌ ବ୍ୟବଧାନରେ ବିଜେଡିଠାରୁ ପଛେଇ ଯାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଫେବ୍ରୁଆରୀ ପ୍ରଥମ ସପ୍ତାହରେ  ସମ୍ବଲପୁର ଗସ୍ତରେ ଆସି ଆଇଆଇଏମର  ସ୍ଥାୟୀ କ୍ୟାମ୍ପସ୍‌ ଲୋକାର୍ପଣ କରିବା ସହ ଏ  ଅଞ୍ଚଳ ପାଇଁ ୬୮ ହଜାର କୋଟି ଟଙ୍କାର  ପ୍ରକଳ୍ପ ଭେଟି ଦେଇଥିଲେ । ଏକ ଦଳୀୟ  ସମାବେଶରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ  ବିଜେପି ବିକାଶ ପାଇଁ ନେଇଥିବା ଯୋଜନା ଓ  କାର୍ଯ୍ୟକ୍ରମର ଟିକିନିଖି ହିସାବ ଦେଇଥିଲେ ।  ମୋଦିଙ୍କ ସମ୍ବଲପୁର ଗସ୍ତର ସପ୍ତାହକ ପୂର୍ବରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷୀତ  ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।  ଚଳିତ ମାସ ପ୍ରଥମ ସପ୍ତାହରେ ସମ୍ବଲପୁର ଓ  ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୬୩୦ କୋଟି  ଟଙ୍କାର ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି । 

ପଶ୍ଚିମ ଓଡ଼ିଶାର ସମ୍ବଲପୁର ହେଉଛି ଏକ  ସମ୍ମାନଜନକ ଆସନ । ବିଜେଡି ଓ ବିଜେପି  ଏଠାରେ କେହି କାହାକୁ ବାଟ ଛାଡ଼ିବେନି । ଏ  ଆସନରେ ବିଜୟ ବାନା ଉଡ଼ାଇବାକୁ ଏଠାରେ  ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ହେବ କଡ଼ା  ଟକ୍କର । ଏହି ହାଇ ଭୋଲଟେଜ୍‌ ଲଢ଼େଇ ଉପରେ  କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.