ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାନଗରର ରସିକିଆ ଅମଲା ବାବୁ...ଅଫିସ୍‌ ଭିତରେ ଚା, ଖଟିରେ ମହିଳା ସାଙ୍ଗ ଦରକାର

ସମ୍ବଲପୁର,୨୨/୦୩: ଅମଲା ବାବୁ ଟିକେ ମହିଳାଙ୍କ ସହ ରହିବାକୁ ପସନ୍ଦ  କରନ୍ତି । ବୁଲାବୁଲିଠାରୁ ନେଇ ଖିଆପିଆ ପର୍ଯ୍ୟନ୍ତ, ସବୁବେଳେ ମହିଳାଙ୍କ ସାଙ୍ଗ ଦରକାର । କାମଧନ୍ଧା ଛାଡି ବାବୁ ଘଣ୍ଟା ଘଣ୍ଟା ଗପନ୍ତି । ଅଫିସ୍‌ ଭିତରେ ଚା, ଖଟି କରନ୍ତି ।  ହେଲେ ଏଇ କିଛି ଦିନ ତଳେ ଉଠିଥିବା ଫୋଟ ଭାଇରାଲ୍‌ ହେବାରେ ଲାଗିଛି । ବାବୁ ଓ ତାଙ୍କ ମହିଳା ସହଯୋଗୀ କିଛି ମୃଦୁ ପାନୀୟ(ବିୟର ବି ହୋଇପାରେ) ପିଉଛନ୍ତି । ଯାହାକୁ ନେଇ ମହାନଗର କାର୍ଯ୍ୟାଳୟରେ କର୍ମଚାରୀଙ୍କଠାରୁ  ନେଇ ଅଧିକାରୀ ଯାଏଁ ସମସ୍ତେ ଟୁପୁରୁଟାପାରୁ ହେଉଛନ୍ତି । ଫଟୋରେ ମହାନଗର ଅମଲା ବାବୁଙ୍କ ସହ ଜଣେ ବ୍ୟକ୍ତି ଓ ୩ ଜଣ ମହିଳା ଦେଖାଯାଉଛନ୍ତି । ସମସ୍ତଙ୍କ ହାତରେ ଥିବା ଗ୍ଲାସ୍‌ରେ ଗୋଲଡେନ୍‌(ବିୟର୍‌) ରଙ୍ଗର  ପାନୀୟ ରହିଛି । ଏହି ଫଟୋଟି ମହାନଗରର  କାର୍ଯ୍ୟାଳୟ ଭିତରେ ହୋଇଥିବା କୁହାଯାଉଛି ।  ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.