ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୩ ଜଣ ନୂଆ ବିଚାରପତି, ଖାଲିଥିବା ପଦବୀ ପୂରଣ ପାଇଁ ସୁପାରିଶ୍ କରିଥିଲେ କଲେଜିୟମ...

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟ ତିନି ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି । ଏମାନଙ୍କୁ ସାମିଲ କରାଗଲେ ବର୍ତ୍ତମାନ ୩୪ ଜଣ ବିଚାରପତିଙ୍କୁ ନେଇ ପୂର୍ଣ୍ଣ କ୍ଷମତାରେ କାମ କରିବେ କୋର୍ଟ । ଏହି ତିନି ଜଣ ନୂତନ ବିଚାରପତି ହେଲେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସତିଶ୍ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଗଷ୍ଟିନ ଜର୍ଜ ମସିହ ଏବଂ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସନ୍ଦୀପ୍ ମେହତା । 

ନିକଟରେ ତିନି ବିଚାରପତିଙ୍କ ନାମ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ, ବିଚାରପତି ସଂଜୟ କିସନ କୌଲ, ବିଚାରପତି ସଂଜୀବ୍ ଖନା, ବିଚାରପତି ବିଆର ଗବଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କ କଲେଜିୟମ କରିଥିଲେ । କଲେଜିୟମ କେନ୍ଦ୍ର ସରକାରଙ୍କୁ ପଠାଇଥିବା ନିଜ ପ୍ରସ୍ତାବରେ କହିଥିଲେ ଯେ, ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ପୂର୍ଣ୍ଣସଂଖ୍ୟକ ବିଚାରପତିଙ୍କ ସଂଖ୍ୟା ୩୪ । ଆଉ ଏବେ ଏଠାରେ ୩୧ ବିଚାରପତି ଅଛନ୍ତି । କୋର୍ଟରେ ବହୁତ ମାମଲା ପଡି ରହିଛି । 

କଲେଜିୟମ କହିଛନ୍ତି, “ବିଚାରାଧୀନ ମାମଲା ଗୁଡ଼ିକର ଦିନକୁ ଦିନ ବୃଦ୍ଧି ହେତୁ ବିଚାରପତିଙ୍କ କାର୍ଯ୍ୟ ଭାର ଯଥେଷ୍ଟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି କୌଣସି ସମୟରେ ଖାଲି ସ୍ଥାନ ନରଖିବା ପାଇଁ ନିଶ୍ଚିତ କରିବା ଜରୁରୀ ହୋଇପଡିଛି । ତେଣୁ ସୁପାରିଶ କରି ତିନୋଟି ପଦବୀ ପୂରଣ କରିବାକୁ କଲେଜିୟମ୍ ନିଷ୍ପତ୍ତି ନେଇଛି। ଏହି ସୁପାରିଶ୍ ରେ କୁହାଯାଇଛି ଯେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ବିଚାରପତିଙ୍କ ନାମ ଉପରେ କଲେଜିୟମ ବିଚାର ବିମର୍ଶ କରିଛନ୍ତି। ଏହା ପରେ ଏହି ନାମଗୁଡିକ ପଠାଯାଇଛି । 

Copyright © 2022 - Summa Real Media Private Limited. All Rights Reserved.