ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଳନ ହେବ ସ୍କୁଲ ସୁରକ୍ଷା ସପ୍ତାହ , କ୍ୟାମ୍ପସ୍‌ ସଫେଇ ଏବଂ ଅସୁରକ୍ଷିତ ସ୍ଥାନ ଚିହ୍ନଟ ହେବ

ଭୁବନେଶ୍ୱର,୧୦/୦୬: ପାଳନ ହେବ ସ୍କୁଲ ସୁରକ୍ଷା ସପ୍ତାହ । ଆସନ୍ତା ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସପ୍ତାହ ପାଳନ  ହେଉଛି କି ନାହିଁ ତାହାର ତଦାରଖ  କରାଯିବ । ଏଥିପାଇଁ ଅଧିକାରୀମାନେ  ନିୟମିତ ରିପୋର୍ଟ କରିବେ । 

ସ୍କୁଲ ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷାକୁ  ପ୍ରାଧାନ୍ୟ ଦିଆଯିବ । ନିରାପଦ ଶୈକ୍ଷିକ  ପରିବେଶ ସୃଷ୍ଟି କରିବା ହେଉଛି ଏହି  ସ୍କୁଲ ସୁରକ୍ଷା ସପ୍ତାହର ମୁଖ୍ୟ ଲକ୍ଷ୍ୟ ।  ପିଲାମାନଙ୍କ ମାନସିକ ଓ ଶାରୀରିକ  ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବ । ନିର୍ଯାତନା  ମୁକ୍ତ ନୀତି, ଜରୁରିକାଳୀନ ପ୍ରସ୍ତୁତି,  ସୁରକ୍ଷିତ କ୍ୟାମ୍ପସ୍‌ କରିବା ସହ ଏକ  ସକାରାତ୍ମକ ସ୍କୁଲ ସଂସ୍କୃତି ପ୍ରତିପୋଷଣ  କରିବା ହେଉଛି ଏହାର ଲକ୍ଷ୍ୟ ।  ଭାବପ୍ରବଣତା, ଖରାପ ଭାଷାକୁ ବିରୋଧ  ପଦକ୍ଷେପ, ସୁରକ୍ଷିତ ଭିତ୍ତିଭୂମି, ସାଇବର୍‌  ସିକ୍ୟୁରିଟି, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, କମ୍ପ୍ୟୁନିଟି  ଯୋଗଦାନ, ଆଇନଗତ ଅନୁପାଳନ  ଓ ପୋଷଣକୁ ଗୁରୁତ୍ୱ ଦିଆଯିବ । ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ  ସମସ୍ତ ସରକାରୀ ସ୍କୁଲରେ ଏହି ସୁରକ୍ଷା  ସପ୍ତାହ ପାଳନ କରାଯିବ । ପ୍ରଥମରୁ  ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ  କରାଯିବ । ଶିକ୍ଷାର୍ଥୀ ଯେପରି ସ୍କୁଲକୁ  ଶିକ୍ଷା ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବେ  ଅନୁଭବ କରନ୍ତି ସେ ନେଇ ଧ୍ୟାନ  ଦିଆଯିବ ।

 ଜୁନ୍‌ ୧୭ ତାରିଖରୁ ସମସ୍ତ  ଶ୍ରେଣୀ ଗୃହ ସମେତ କ୍ୟାମ୍ପସ୍‌କୁ ସମ୍ପୂର୍ଣ୍ଣ  ସଫା କରାଯିବ । ସୁରକ୍ଷା ଅନୁଦାନ  ସମସ୍ତ ସରକାରୀ ସ୍କୁଲକୁ ୨ହଜାର ଟଙ୍କା  ଲେଖାଏଁ ଦିଆଯିବ । ‘ଆମ ସଂସ୍କୃତି ଆମ  ଖେଳନା’ କାର୍ଯ୍ୟକ୍ରମ ପାଇଁ ୫୦୦୦ ଟଙ୍କା  ଦିଆଯିବ । ଏଥିରେ ପିଲାଙ୍କ ସୁରକ୍ଷାକୁ  ପ୍ରାଧାନ୍ୟ ଦିଆଯିବ । ସେହିପରି ଅନୁଦାନ  ଓ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ନିଜ  ଖର୍ଚ୍ଚରେ ଏହି ସପ୍ତାହ ପାଳନ କରିବେ ।  ଜୁନ୍‌ ୧୭ରେ ଶିକ୍ଷକମାନେ ସ୍କୁଲ  ଆସି କ୍ୟାମ୍ପସ ସଫେଇକୁ ସୁନିଶ୍ଚିତ  କରିବେ । ୧୯ ରେ ସ୍କୁଲ ପରିଚାଳନା  କମିଟି ଓ ନିରାପଦ କମିଟି କ୍ୟାମ୍ପସ ଯାଞ୍ଚ  କରିବେ । ଅସମ୍ବେଦନଶୀଳ, ଅସୁରକ୍ଷିତ  ସ୍ଥାନକୁ ଯାଞ୍ଚ କରି ଚିହ୍ନଟ କରିବେ । ୨୦ରେ  ଅସୁରକ୍ଷିତ କୋଠାକୁ ଚିହ୍ନଟ କରିବେ । ଭାଙ୍ଗିଯାଇଥିଲେ କିମ୍ବା ଛାତରୁ ସିମେଣ୍ଟ  ଖସୁଥିଲେ ଏହାର ମରାମତି ହେବ ।  

ଗ୍ୟାସ୍‌ ଷ୍ଟୋଭ୍‌, କିରୋସିନି, ପେଟ୍ରୋଲ୍‌,  ଏସିଡ୍‌, ଲ୍ୟାବ୍‌ କେମିକାଲ୍‌ ଆଣ୍ଡ ଟକ୍ସିକ୍‌  ସାମଗ୍ରୀ (ଫିନାଇଲ୍‌, ତରଳ ସାବୁନ୍‌)  ଆଦି ସୁରକ୍ଷିତ ରଖାଯିବ। ୨୧ରେ ଅଗ୍ନି  ନିରାପତ୍ତା ସାମଗ୍ରୀର କାର୍ଯ୍ୟକ୍ଷମତା ଯାଞ୍ଚ  କରାଯିବ । ଶୌଚାଳୟ କାର୍ଯ୍ୟକ୍ଷମ  ଓ ଏହାର ମରାମତି ପାଇଁ ପଦକ୍ଷେପ ନିଆଯିବ । ସ୍ୱଚ୍ଛ ପିଇବା ପାଣିକୁ ଧ୍ୟାନ  ଦିଆଯିବ । ୨୪ରେ ପିଲାମାନେ କ’ଣ  କରିବା ଉଚିତ୍‌ ଓ ଅନୁଚିତ୍‌ ତାକୁ ନେଇ  ମକ୍‌ ଡ୍ରିଲ୍‌ କରାଯିବ । ସ୍କୁଲ ସୁରକ୍ଷା ନେଇ  ଶପଥ ପାଠ କରାଯିବ । ସ୍କୁଲ ସୁରକ୍ଷା  ନିର୍ଦ୍ଦେଶାବଳୀ ବହି ଓଡ଼ିଆରେ ପ୍ରସ୍ତୁତ  କରାଯାଇ ଦିଆଯିବ । ୨୫ରେ ସୁରକ୍ଷା  ସପ୍ତାହ ବିଷୟରେ ସମସ୍ତ ତଥ୍ୟ ପ୍ରସ୍ତୁତ  କରାଯିବ । ପ୍ରତି ମାସର ପ୍ରଥମ ସପ୍ତାହରେ  ସ୍କୁଲ ସ୍ୱାସ୍ଥ୍ୟ ରେଜିଷ୍ଟର୍‌ ଯାଞ୍ଚ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.