ନୂଆଦିଲ୍ଲୀ, ୧୭/୧୧: ବିଶ୍ୱରେ ବାର୍ଷିକ କ୍ୟାନସରରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଅନେକ ସଂକ୍ରମିତ ହେଉଛନ୍ତି । କ୍ୟାନସର ସହ ଲଢ଼ିବାକୁ କାଲିଫର୍ଣ୍ଣିଆର ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା । ବୈଜ୍ଞାନିକଙ୍କ ଏକ ‘କିଲ୍ ସ୍ୱିଚ୍’ ମିଳିଛି । ଯାହାକି କ୍ୟାନସର୍ ସେଲକୁ ମାରିବାରେ ସକ୍ଷମ ।
କାଲିଫର୍ଣ୍ଣିଆର ବୈଜ୍ଞାନିକ ୟୁସି ଡେଭିସ୍ କହିଛନ୍ତି, ରେସେପ୍ଟର ପ୍ରୋଟିନକୁ ଚିହ୍ନଟ କରି ପାରିବ । ଯାହାକୁ କ୍ୟାନସର ସେଲକୁ ନଷ୍ଟ କରିବା ଲାଗି ତିଆରି କରାଯାଇ ପାରିବ । ସିଡି୯୫ ରେସେପ୍ଟରକୁ ଏଫ୍ଏଏସ୍ (Fas) ମଧ୍ୟ କୁହାଯାଏ । ଯାହାକୁ ମୃତ ରେସେପ୍ଟର ମଧ୍ୟ କୁହନ୍ତି । ଏହା ପ୍ରୋଟିନ୍ ରେସେପ୍ଟର ସେଲର ଉପର ଭାଗରେ ରହିଥାଏ । ଯେତେବେଳେ କ୍ୟାନସର ସେଲ୍ ସକ୍ରିୟ ହୋଇ ସଂକେତ ଦିଏ ତ ରେସେପ୍ଟର ତାକୁ ନଷ୍ଟ କରି ଦେଇଥାଏ ।
ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଖାଇକୁ ଖସିଲା କାର୍, ୭ ମୃତ, ୪ ଆହତ
କେମିତି ଦିଆଯିବ ଥେରାପି ?
ଅଧ୍ୟୟନକାରୀ ଏହାକୁ ସିଆର୍ ଟି-ସେଲ୍ ଥେରାପି ନାଁ ଦେଇଛନ୍ତି । ଯେଉଁଥିରେ ରୋଗୀଙ୍କ ରକ୍ତରୁ ଟି ସେଲକୁ ଏକାଠି କରାଯାଇ ଲ୍ୟାବରେ ମଣିଷ ଜିନରେ ରଖାଯିବ । ଯାହାପରେ ଶରୀରରେ କାଇମୋରିକ ଆଣ୍ଟିଜେନ୍ ରେସେପ୍ଟର ପ୍ରସ୍ତୁତ ହେବ । ତା ପରେ ଉକ୍ତ ସେଲ୍ସକୁ ରୋଗୀର ଶରୀରର ରକ୍ତ ପ୍ରବାହରେ ପୁଣି ମିଶାଇ ଦିଆଯିବ ।
କେତେ ପ୍ରଭାବୀ ହେବ ?
ଏବେ ସୁଦ୍ଧା ଥେରାପି ଲ୍ୟୁକେମିଆ ଓ ଅନ୍ୟ ବ୍ଲଡ୍ କ୍ୟାନସର ବିରୋଧରେ ଆଶାଅନୁରୂପ ପ୍ରଭାବ ଦେଖାଇଛି । ବୈଜ୍ଞାନିକଙ୍କ ଅନୁସାରେ, ଏହାଦ୍ୱାରା ବ୍ରେଷ୍ଟ କ୍ୟାନସର, ପେଟ କ୍ୟାନସରର ଚିକିତ୍ସା ହୋଇ ପାରିବ ।
ଖୁବ୍ଶୀଘ୍ର ଭାରତୀୟ ସେନାକୁ ମିଳିବ ନୂଆ ଶକ୍ତି, ଶତ୍ରୁକୁ ବିନାଶ କରିବ ଦୂରଗାମୀ 'ନିର୍ଭୟ' ମିସାଇଲ