ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଚେକ୍‌ ବାଉନ୍ସ ମାମଲା :ସି-ସୋର୍‌ ମୁଖ୍ୟ ପ୍ରଶାନ୍ତ ଦାଶ କୋର୍ଟରେ ହାଜର

ବ୍ରହ୍ମପୁର, ୦୭/୧୧: ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସନ୍ଦୀପ ମହାନ୍ତିଙ୍କ କୋର୍ଟରେ ଚେକ୍‌ ବାଉନ୍ସ ମାମଲାର ଅଭିଯୁକ୍ତଙ୍କ ତରଫରୁ ସଫେଇ ସାକ୍ଷୀ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏହି ମାମଲାରେ ଜଡିତ ଥିବା ସି-ସୋର ଚିଟ୍‌ଫଣ୍ଡ  ସଂସ୍ଥାର ମାଲିକ ପ୍ରଶାନ୍ତ ଦାଶଙ୍କୁ ସୋମବାର କଡ଼ା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା । ସେ ନିଜ ସଫେଇରେ ଏନେଇ କିଛି ଜାଣିନଥିବା ସଫେଇ ଦେଇଛନ୍ତି । 

ମାମଲାର  ବିବରଣୀରୁ ପ୍ରକାଶ ଯେ, ସି-ସୋର ଚିଟ୍‌ଫଣ୍ଡ୍‌  ସଂସ୍ଥା ଗଞ୍ଜାମର ବିଭିନ୍ନ ସ୍ଥାନରେ ତାର ଶାଖା  ଖୋଲିଥିବା ବେଳେ ବ୍ରହ୍ମପୁରରେ ମଧ୍ୟ ଶାଖା  ଖୋଲିଥିଲା । ୨୦୧୧-୧୨ ମସିହାରେ ସଂସ୍ଥା  ପକ୍ଷରୁ ଜମାକାରୀଙ୍କୁ କମ ସମୟରେ ମୂଳ ଟଙ୍କାର  ଦୁଇଗୁଣା ଟଙ୍କାର ଏକ ପ୍ଲଟ ଭୁବନେଶ୍ୱରରେ  ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଅନେଇ ଜମାକାରୀ ଉକ୍ତ ଚିଟ୍‌ଫଣ୍ଡ୍‌ କମ୍ପାନୀରେ ଟଙ୍କା ଜମା କରିଥିଲେ। ଗୋଷଣୀନୂଆଗାଁର  ଶୁଭାସିନୀ ସାହୁ ମଧ୍ୟ ଉକ୍ତ ସଂସ୍ଥାରେ ଟଙ୍କା ଜମା କରିଥିଲେ । ନିର୍ଦ୍ଧାରିତ ସମୟରେ ସେ ଟଙ୍କା ଫେରସ୍ତ ପାଇ ପାରିନଥିଲେ କି ପ୍ଲଟ୍‌ ପାଇ  ପାରିନଥିଲେ । ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିବା ପରେ ୫ଲକ୍ଷ ଟଙ୍କାର ଦୁଇଟି ଚେକ ସଂସ୍ଥା ପକ୍ଷରୁ  ତାଙ୍କୁ ପ୍ରଦାନ କରାଯାଇଥିଲା । ସେ ଉକ୍ତ ଚେକ ଦୁଇଟି ବ୍ୟାଙ୍କରେ ଜମା କରିବା ପରେ ତାହା  ବାଉନ୍ସ ହୋଇଯାଇଥିଲା । ସେ କୋର୍ଟରେ ୨୦୧୨- ୧୩ ମସିହାରେ ଉକ୍ତ ସଂସ୍ଥାର ମୁଖିଆ ପ୍ରଶାନ୍ତ  ଦାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.