ନୂଆଦିଲ୍ଲୀ : ଅର୍ଜୁନଙ୍କୁ ଯୁଦ୍ଧ ମୈଦାନରେ ଉପଦେଶ ଦେଇଛନ୍ତି ଭଗବାନ ଶ୍ରୀକୃଷ୍ଣ। ଯାହାକୁ ଗୀତା ଉପଦେଶ କୁହାଯାଏ। ଶ୍ରୀମଦ୍ ଭଗବତ୍ ଗୀତରେ ଭଗବାନ କୃଷ୍ଣ କେବଳ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେଇ ନଥିଲେ , ଏହାସହ ସଫଳ ଜୀବନ ଜିଇଁବାର ମାର୍ଗ ମଧ୍ୟ ଦେଖାଇଛନ୍ତି। ଗୀତାର ଉପଦେଶ ଏଥିପାଇଁ ଆଜି ମଧ୍ୟ ଲୋକଙ୍କୁ ରାସ୍ତା ଦେଖାଉଛି। ଯଦି ସଫଳ ଜୀବନ ଜିଇଁବାକୁ ଚାହୁଁଛନ୍ତି ତ ଗୀତାରେ କୁହାଯାଇ ଥିବା ଏହି ଉପଦେଶର ପାଳନ କରନ୍ତୁ।
-ଭଗବାନ ଶ୍ରୀକୃଷ୍ମ ଗୀତାରେ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି କି,ବୁଦ୍ଧିମାନ ମନୁଷ୍ୟ ସମ୍ୱନ୍ଧ ନିଭାଇବା ସେତେବେଳେ ବନ୍ଦ କରିଦେଇ ଥାଏ , ଯେବେ ତାର ଆତ୍ମସମ୍ମାନକୁ ଆଘାତ ଲାଗିଥାଏ।
- ମନୁଷ୍ୟର ଖରାପ ସମୟ ହିଁ ତାକୁ ନିଜ ସହ ପରିଚୟ କରାଇ ଥାଏ। ବିପଦ ବେଳେ ଯେବେ ମନୁଷ୍ୟ ଏକୁଟିଆ ପଡ଼ିଯାଏ , ସେତେବେଳେ ଜଣାପଡ଼େ କି କିଏ ତାର ସାଥିରେ ଅଛି ଏବଂ କିଏ ବିପଦ ବେଳେ ହାତ ଛାଡ଼ି ଦେଇଛି।
- ସର୍ବଦା ପ୍ରୟାସ କରିବା ଉଚିତ। କେବେ ବି ନିରାଶ ହୋଇ ନିଜର ପ୍ରୟାସକୁ ତ୍ୟାଗ କରିବା ଉଚିତ ନୁହେଁ।
- ଗୀତାରେ ଶ୍ରୀଲଙ୍କା ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି କି, ଭାଗ୍ୟରେ ଯାହା ଲେଖା ହୋଇଛି ମନୁଷ୍ୟକୁ ତାହା ଭୋଗିବାକୁ ପଡ଼ିବ। ଯାହା ତାର ଭାଗ୍ୟରେ ଲେଖା ହୋଇ ନାହିଁ , ତାହା ସେ ଚାହିଁ ଲେ ମଧ୍ୟ ପ୍ରୟାସ ପରେ ବି ମିଳି ନଥାଏ ।
- ମଣିଷକୁ ନିଜ ଜୀବନରେ ମିଳିଥିବା ପ୍ରତି ଛୋଟରୁ ଛୋଟ ଜିନିଷ ପାଇଁ ଭଗବାନଙ୍କୁ ଶ୍ରେୟ ଦେବା ଉଚିତ । ଅନେକ ସମୟରେ ମଣିଷକୁ ସହଜରେ ମିଳୁଥିବା ଜିନିଷର ମୂଲ୍ୟ ସେ ବୁଝି ପାରେ ନାହିଁ। କିନ୍ତୁ ଯେବେ ଜିନିଷ ଦୂରେଇ ଯାଏ ଯେତେବେଳେ ତାର ମୂଲ୍ୟ ଜଣାପଡ଼େ । ତାହା ସଂପର୍କ ହେଉ କି ସାଂସାରିକ ଭୋଗ ।
-ଶରୀର ନଶ୍ୱର ଏବଂ ଆତ୍ମା ଅଜର-ଅମର। ଏଥିପାଇଁ ନିଜ ଶରୀର ଓ ଶକ୍ତି ଦ୍ୱାରା ଅହଙ୍କାର କରିବା ଉଚିତ ନୁହେଁ ।
- ଧନବାନ ମଣିଷ ସିଏ , ଯିଏ ନିଜ ପାଖରେ ଭଲ ବିଚାର , ମଧୁର ସଂପର୍କ ଓ ବ୍ୟବହାର କରିଥାଏ ଏବଂ ଯାହାର ବିଚାର ସୁନ୍ଦର ହୋଇଥାଏ।
କୀଟନାଶକ କମାଉଛି ପୁରୁଷମାନଙ୍କର ଶୂକ୍ରାଣୁ ସଂଖ୍ୟା, ଅଧ୍ୟୟନରୁ ହେଲା ଖୁଲାସ