ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଫିରିଙ୍ଗିଆରେ ବନମହୋତ୍ସବ ସପ୍ତାହ, ରୋପଣ ହେଲା ୧୦,୦୦୦ ଦେଶୀୟ ମଞ୍ଜି ଗୁଳା

ଫିରିଙ୍ଗିଆ,୮/୭: ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ୭୫ ତମ ବନମହୋତ୍ସବ ସପ୍ତାହ-୨୦୨୪ ପାଳନ ଅବସରରେ ବୃକ୍ଷରୋପଣ କରାଯାଇଛି। "ସ୍ବେଚ୍ଛାସେବୀ ସଂଗଠନ "ପାହାଡ଼ ତଳେ ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ୫ଟି ବନାଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଛି ।  ସୁଦୃକୁମ୍ପା, ଫରିଙ୍ଗିଆ, ଜି ଉଦୟଗିରି, ରାଇକିଆ, କରଡ଼ାର ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲର ଫାଙ୍କା ସ୍ଥାନରେ ଏହା କରାଯାଇଛି। ଜାମୁ, ବଣ ଭାଲିଆ, କରଞ୍ଜ, ନିମ, କୁସୁମ, ଚାର ପଣସ, ଦେଶିଆମ୍ବ, ଓ ବାଉଁଶ ଇତ୍ୟାଦି ବିଭିର୍ନ୍ନ ମଞ୍ଜି ରୋପଣ କରାଯାଇଛି । ବନାଞ୍ଚଳ ପ୍ରତି ୨୦୦୦ ହିସାବରେ ମୋଟ୫ ଟି ଅଞ୍ଚଳପାଇଁ ୧୦୦୦୦ ଦେଶୀୟ ମଞ୍ଜି ଗୁଳା ପ୍ରସ୍ତୁତ କରାଯାଇ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାହାଡ଼ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଞ୍ଚାନନ ମିଶ୍ର ଏବଂ ସହଯୋଗୀ କର୍ମ କର୍ତ୍ତା ଅଂଶ ଗ୍ରହଣକରି ବନମହୋତ୍ସବର ମହତ୍ତ୍ୱ ଉପରେ ଆଲୋଚଲା କରିଛନ୍ତି।

ସୂଚନା ମୁତାବକ, ୭୫ ତମ ବନମହୋତ୍ସବ ସପ୍ତାହ-୨୦୨୪ ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ "ସ୍ବେଚ୍ଛାସେବୀ ସଂଗଠନ "ପାହାଡ଼ ଅନୂକୁଳରେ ପାଳନ କରାଯାଇଛି। ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ୫ ଗୋଟି ବନାଞ୍ଚଳ ଯଥା ସୁଦୃକୁମ୍ପା, ଫରିଙ୍ଗିଆ, ଜି ଉଦୟଗିରି, ରାଇକିଆ, କରଡ଼ା ଇତ୍ୟାଦି ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲର ଫାଙ୍କା ସ୍ଥାନରେ ବନାଞ୍ଚଳ ପ୍ରତି ୨୦୦୦ ହିସାବରେ ସମୁଦାୟ ୫ ଟି ପାଇଁ ୧୦୦୦୦ ଦେଶୀୟ ମଞ୍ଜି ଗୁଳା ପ୍ରସ୍ତୁତ କରାଯାଇ ରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପାହାଡ଼ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଞ୍ଚାନନ ମିଶ୍ର ଏବଂ ସହଯୋଗୀ କର୍ମ କର୍ତ୍ତା ଅଂଶ ଗ୍ରହଣ କରିଥିଲେ l ପ୍ରତ୍ୟେକ ବର୍ଷ ପରି ଏହିବର୍ଷ ମଧ୍ୟ ବିଭିନ୍ନ ମଞ୍ଜି ଯଥା ଜାମୁ, ବଣ ଭାଲିଆ, କରଞ୍ଜ, ନିମ, କୁସୁମ, ଚାର ପଣସ, ଦେଶିଆମ୍ବ, ଓ ବାଉଁଶ ଇତ୍ୟାଦି ବିଭିର୍ନ୍ନ ଜଙ୍ଗଲରେ ରୋପଣ କରା ଯାଇଛି । ଏଥି ସହିତ ମା ପାଇଁ ଗଛ ଟିଏ ପ୍ରସଙ୍ଗରେ ବୃକ୍ଷ ରୋପଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଛ ଲଗାଇବା ସହ ଏହାକୁ ସୁରକ୍ଷା ଦେବା ଏବଂ ଯତ୍ନବାନ ହୋଇ ବନ ମହୋତ୍ସବର ମହତ୍ୱକୁ ବୁଝିବାକୁ ସ୍ଥlନୀୟ ଜନସାଧାରଣ ଙ୍କୁ ସଚେତନ କରାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.