ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଢ଼ିପାରେ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ

ନୂଆଦିଲ୍ଲୀ, ୧।୫: ବରିଷ୍ଠ ନାଗରିକଙ୍କ ଲାଗି ସ୍ୱାସ୍ଥ୍ୟ ବୀମା ନିୟମ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି ଭାରତୀୟ ବୀମା ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) । ପୂର୍ବରୁ ଏ କ୍ଷେତ୍ରରେ ବୟସ ସୀମା ୬୫ ବର୍ଷ ରହିଥିବା ବେଳେ ଏହାକୁ ଏବେ ବାଦ୍‌ ଦିଆଯାଇଛି । ଏବେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିବିଶେଷ ମଧ୍ୟ ସ୍ୱାସ୍ଥ୍ୟ ବୀମା କ୍ରୟ କରିପାରିବେ । ସେହିଭଳି ପୂର୍ବ ଧାର୍ଯ୍ୟ ସର୍ତ୍ତ ପାଇଁ ଅପେକ୍ଷା ସମୟକୁ ମଧ୍ୟ ୪ ବର୍ଷ ପରିବର୍ତ୍ତେ ୩ ବର୍ଷକୁ ହ୍ରାସ କରାଯାଇଛି । ଏଭଳି ସ୍ଥିତିରେ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ୧୦%ରୁ ୧୫% ଯାଏ ବୃଦ୍ଧି ହୋଇପାରେ ବୋଲି ଆକୋର ରିଟେଲ ହେଲ୍‌ଥ ଉପସଭାପତି ରୁପିନ୍ଦରଜିତ ସିଂ କହିଛନ୍ତି । 

ଚଳିତ ବର୍ଷ ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ ହୋଇଛି । ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ନେବାକୁ ଏଭଳି ସୁବିଧା କରିଛନ୍ତି ବୀମା ନିୟାମକ । ସବୁ ବୟସ ବର୍ଗଙ୍କ ଲାଗି ବୀମା ଉତ୍ପାଦ ପ୍ରସ୍ତୁତ କରିବାକୁ ଏବେ ବୀମା କମ୍ପାନିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟାବସ୍ଥା ଅନୁସାରେ ପ୍ରିମିୟମ ଧାର୍ଯ୍ୟ ହେବ । ତେବେ ହାଇ ରିସ୍କ କ୍ଷେତ୍ରରେ ବୀମା ନ ଦେବାକୁ ମଧ୍ୟ କହିପାରିବେ କମ୍ପାନି । ଅଧିକ ମେଡିକାଲ ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ସାଧାରଣତଃ ଅଧିକ ଦେୟ ନିଅନ୍ତି ବୀମା କମ୍ପାନି । ୧୦ ଲକ୍ଷ ସ୍ୱାସ୍ଥ୍ୟ ବୀମା କଭର ଲାଗି ଜଣେ ୬୫ ବର୍ଷ ବୟସ୍କ ପ୍ରି କଣ୍ଡିସନ ଓ ମେଟ୍ରୋ ସହରରେ ରହିବା କ୍ଷେତ୍ରରେ ବାର୍ଷିକ ପ୍ରିମିୟମ ୬୩,୨୫୦ ଟଙ୍କା ରହିପାରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.